Students Losing Interest in Journalism Courses: ସାମ୍ବାଦିକତା ପାଠ୍ୟକ୍ରମରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ଖାଲି ପଡ଼ିଛି ୩୦୯ ସିଟ୍

Nov 27, 2026 - 15:21
Students Losing Interest in Journalism Courses: ସାମ୍ବାଦିକତା ପାଠ୍ୟକ୍ରମରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ଖାଲି ପଡ଼ିଛି ୩୦୯ ସିଟ୍

ଦିନେ ସାମ୍ବାଦିକତା ପାଠ୍ୟକ୍ରମ ପ୍ରତି ଥିଲା ଯୁବପିଢ଼ିଙ୍କ ବେଶ୍ ଆକର୍ଷଣ।

ଟିଭି ଚ୍ୟାନେଲ, ଖବରକାଗଜ ଓ ଡିଜିଟାଲ ମିଡିଆରେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ନେଇ ଅନେକ ଛାତ୍ରଛାତ୍ରୀ ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମକୁ ବାଛୁଥିଲେ।

ହେଲେ ଏବେ ଏହି ପାଠ୍ୟକ୍ରମ ପ୍ରତି ଧୀରେ ଧୀରେ ଆଗ୍ରହ କମୁଛି।

ରାଜ୍ୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମରେ ଚଳିତ ଶିକ୍ଷାବର୍ଷରେ ୩୦୯ଟି ସିଟ୍ ଖାଲି ପଡ଼ିଛି।

ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

Advertisment କେବଳ ଚଳିତ ବର୍ଷ ନୁହେଁ, ପୂର୍ବ ଦୁଇ ଶିକ୍ଷାବର୍ଷର ତଥ୍ୟ ମଧ୍ୟ ଏହି ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ନେଇ ପ୍ରଶ୍ନ ଉଠାଇଛି।

୨୦୨୪-୨୫ ଶିକ୍ଷାବର୍ଷରେ ସାମ୍ୱାଦିକତା ପାଠ୍ୟକ୍ରମରେ ୧୪୧ଟି ସିଟ୍ ଖାଲି ପଡ଼ିଥିବା ବେଳେ ୨୦୨୩-୨୪ରେ ଖାଲି ଥିଲା ୧୫୪ଟି ସିଟ୍।

ହେଲେ ଚଳିତ ବର୍ଷ ଏହି ସଂଖ୍ୟା ୩୦୯କୁ ବୃଦ୍ଧି ପାଇଛି।

ଅର୍ଥାତ୍ ପୂର୍ବ ଦୁଇ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସିଟ୍ ଖାଲି ରହିଛି।

ଦିନକୁ ଦିନ ଗଣମାଧ୍ୟମର ପରିସର ବଢ଼ୁଛି।

ଟେଲିଭିଜନ ସାମ୍ବାଦିକତା ସହ ଡିଜିଟାଲ ଜର୍ଣ୍ଣାଲିଜିମ୍, ନ୍ୟୁଜ୍ ପୋର୍ଟାଲ, ସୋସିଆଲ ମିଡିଆ ଓ ମଲ୍ଟିମିଡିଆ କ୍ଷେତ୍ରରେ ନୂଆ ନୂଆ ସୁଯୋଗ ସୃଷ୍ଟି ହେଉଛି।

ଏହା ସତ୍ତ୍ୱେ ସାମ୍ବାଦିକତା ପାଠ୍ୟକ୍ରମରେ ସିଟ୍ ଖାଲି ପଡ଼ୁଛି ।

ଏହା ପଛରେ ଅନେକ କାରଣ ଥାଇପାରେ।

ତେବେ ଏହାର ପ୍ରକୃତ କାରଣ ସମ୍ପର୍କରେ ତଥ୍ୟରେ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ।

Advertisment ଅନ୍ୟପଟେ ଉଚ୍ଚଶିକ୍ଷାରେ ବଢ଼ୁଛି ଡ୍ରପ୍‌ଆଉଟ୍ ଚିନ୍ତା।

ରାଜ୍ୟରେ କେବଳ ନୂଆ ନାମଲେଖା ହ୍ରାସ ନୁହେଁ, ପାଠପଢ଼ା ଅଧାରୁ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ଚିନ୍ତା ବଢ଼ାଇଛି।

ଗତ ୩ ବର୍ଷ ମଧ୍ୟରେ ମୋଟ ୧୭ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଅଧାରୁ ଛାଡ଼ିଛନ୍ତି।

୨୦୨୫-୨୬ ଶିକ୍ଷାବର୍ଷରେ ହିଁ ୫ ହଜାର ୪୫୯ ଜଣ ପାଠପଢ଼ା ଛାଡ଼ିଛନ୍ତି।

ଜିଲ୍ଲାୱାରୀ ତଥ୍ୟ ଦେଖିଲେ, ଡ୍ରପ୍‌ଆଉଟ୍‌ରେ ଗଞ୍ଜାମ ଜିଲ୍ଲା ସବୁଠାରୁ ଉପରେ ରହିଛି।

ଏଠାରେ ୬୪୬ ଜଣ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଅଧାରୁ ଛାଡ଼ିଛନ୍ତି।

ସେହିପରି ମୟୂରଭଞ୍ଜରେ ୫୩୮ ଜଣ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ିଥିବା ତଥ୍ୟରେ ଉଲ୍ଲେଖ ରହିଛି।

ଏହା ସହ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟକ ସିଟ୍ ଖାଲି ପଡ଼ିଛି।

୨୦୨୫-୨୬ ଶିକ୍ଷାବର୍ଷରେ ମୋଟ ୭୯ ହଜାର ୯୬୧ଟି ସିଟ୍ ଖାଲି ରହିଛି।

୨୦୨୪-୨୫ରେ ୭୩ ହଜାର ୨୦ଟି ଏବଂ ୨୦୨୩-୨୪ରେ ୮୫ ହଜାର ୫୩୫ଟି ସିଟ୍ ଖାଲି ପଡ଼ିଥିଲା।

ସାମ୍ବାଦିକତା ଭଳି ଏକ ବୃତ୍ତିଗତ ପାଠ୍ୟକ୍ରମରେ ଖାଲି ସିଟ୍ ବଢ଼ିବା ଏବଂ ଉଚ୍ଚଶିକ୍ଷାରେ ହଜାର ହଜାର ଛାତ୍ରଛାତ୍ରୀ ପାଠ ଛାଡ଼ିବା ଏବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)