The new part: ନୂଆ ଅଂଶ ଝଲସୁଛି, ପୁରୁଣାରେ ଅନ୍ଧାର
"ଚନ୍ଦ୍ରଶେଖରପୁର: ଏକାମ୍ର କାନନଠାରୁ ଆଇଏମ୍ଏ ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା ସର୍ବସାଧାରଣଙ୍କ ପାଇଁ ଖୋଲିବା ପରଠୁ ଏହି ରାସ୍ତାରେ ଦୈନିକ ହଜାର ହଜାର ଗାଡ଼ି ଚଳାଚଳ କରୁଛି।
ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ୍ ଭିଡ଼ରୁ ମୁକୁଳିବାକୁ ଏହି ରାସ୍ତା ଏବେ ଭଲ ବିକଳ୍ପ ହୋଇପାରିଛି।
ମାତ୍ର ରାସ୍ତାର ଆଲୋକୀକରଣ ବ୍ୟବସ୍ଥା ଠିକ୍ ଭାବେ ହୋଇ ନ ଥିବାରୁ ଲୋକଙ୍କୁ ହଟାହଟା ହେବାକୁ ପଡ଼ୁଛି।
ସାଲିଆସାହି ଭିତରେ ନୂଆ କରି ନିର୍ମାଣ ହୋଇଥିବା ୯୦୦ ମିଟର ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିବାରୁ ରାତିରେ ଯାତାୟାତ ପାଇଁ ସମସ୍ୟା ନାହିଁ।
କିନ୍ତୁ ଏହି ରାସ୍ତାର ପୁରୁଣା ଅଂଶର ଅବସ୍ଥା ଖରାପ ହେବାରେ ଲାଗିଛି।Advertisment Rathkhala: ରଥଖଳା: ପଡ଼ିଲା ୬ ନମ୍ବର ହରିବୋଲ, ଉଠିଲା ପାରାଭାଡ଼ି ହାତିଆଶୁଣୀ ଛକ ପାଖରୁ ଓଇଆର୍ସି ଛକ ପର୍ଯ୍ୟନ୍ତ ପାଖାପାଖି ୫ କିଲୋମିଟର ରାସ୍ତା ରାତିରେ କିଟିକିଟି ଅନ୍ଧାର ରାଜୁତି କରୁଛି।
ଷ୍ଟ୍ରିଟ୍ ଲାଇଟ୍ ଜଳୁ ନାହିଁ।
ତେଣୁ ରାତିରେ ଏହି ରାସ୍ତା ଦେଇ ଯା"ଆସ କରିବାକୁ ଭୟ ଲାଗୁଛି ବୋଲି ଅଭିଯୋଗ ହେଉଛି।
୨୦୨୪ ଫେବ୍ରୁଆରିରେ ଏହି ରାସ୍ତାର ଉଦ୍ଘାଟନ କରାଯାଇଥିଲା।
ସେତେବେଳେ ରଙ୍ଗିନ ଆଲୋକମାଳା ସହ ଦୁଇ ପାର୍ଶ୍ବରେ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିଲା।
ନୂଆ ରାସ୍ତା ନିର୍ମାଣ ସମୟରେ ଆଲୋକୀକରଣ କରାଯାଇଥିବାରୁ ଡିଭାଇଡ୍ରର ଶୋଭା ବୃଦ୍ଧି ପାଇଥିଲା।
ମାତ୍ର ଏବେ ଆଉ ଆଗଭଳି ଚମକ ନାହିଁ।
ମାତ୍ର ଦୁଇ ବର୍ଷ ବିତିଛି କି ନାହିଁ, ଏବେ ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ।
ସବୁଠି ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇଯାଇଛି।
ଫଳରେ ରାସ୍ତା ଠିକ୍ ଭାବେ ଦୃଶ୍ୟମାନ ହେଉ ନାହିଁ।
କେତେକ ସ୍ଥାନରେ ରଙ୍ଗିନ ଆଲୋକମାଳା ଖୁଣ୍ଟରୁ ତଳକୁ ଖସି ପଡ଼ିଛି।
ସ୍ଥାନେ ସ୍ଥାନେ ଖୁଣ୍ଟରେ ଲଗାଯାଇଥିବା ଆଲୋକମାଳା ଚୋରି ହୋଇଯାଇଛି।
ଦୁର୍ବୃତ୍ତମାନେ ଲୁହାବାଡ଼ ଡେଇଁ ଡିଭାଇଡର୍ ମଧ୍ୟରେ ଥିବା ଖୁଣ୍ଟଗୁଡ଼ିକରୁ ରଙ୍ଗିନ ଲାଇଟ୍ଗୁଡ଼ିକୁ ଛିଣ୍ଡାଇ ନେଉଥିବା ଅଭିଯୋଗ ହୋଇଛି।
Interstate Athletics: ଅନ୍ତଃରାଜ୍ୟ ଆଥଲେଟିକ୍ସ: ଓଡ଼ିଶାକୁ ପ୍ରଜ୍ଞା ଦେଲେ ପ୍ରଥମ ପଦକ ବଡ଼ କଥା ହେଉଛି ସନ୍ଧ୍ୟା ହେଲେ ଏହି ଅନ୍ଧାରିଆ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଛି।
ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ଯୁବକ ଯୁବତୀମାନେ ଏହି ରାସ୍ତାକୁ ପାର୍କ ଭାବେ ବ୍ୟବହାର କରୁଛନ୍ତି।
ସେମାନଙ୍କୁ ଅସଂଜତ ଅବସ୍ଥାରେ ଦେଖିବାକୁ ମିଳୁଛି।
ଏଥିପାଇଁ ଯେତିକି ଦୁର୍ଘଟଣା ଘଟୁଛି, ସେତିକି ଛିନ୍ତାଇ ଭଳି ଅପରାଧ ଘଟୁଛି।
ଉତ୍କଳ ହସ୍ପିଟାଲରୁ ଓଇଆର୍ସି ପର୍ଯ୍ୟନ୍ତ ହୋଇଥିବା ୬ ଲେନ୍ର ଦୁଇଥାକିଆ ରାସ୍ତା ଏବେ ସମ୍ପୂର୍ଣ୍ଣ ଅନ୍ଧାରରେ।
ଏପରିକି ପାୱାରଗ୍ରିଡ୍ ସମ୍ମୁଖ ରାସ୍ତା ବି ଅନ୍ଧାର ରାଜୁତି କରୁଛି।
ଅନ୍ଧାରରେ ହମ୍ପସ୍ଗୁଡ଼ିକ ଦେଖାଯାଉ ନ ଥିବାରୁ ଅନେକ ଦୁର୍ଘଟଣା ଘଟୁଛି।
ତେଣୁ ଏହି ରାସ୍ତାର ଆଲୋକୀକରଣ ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।"