The hospital : ୬ ଦିନ ହେଲା ଡାକ୍ତରଖାନାରେ ତାଲା

Jun 25, 2026 - 08:38
The hospital : ୬ ଦିନ ହେଲା ଡାକ୍ତରଖାନାରେ ତାଲା

"ପାଳଲହଡ଼ା: ସରକାର ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ବ ଏନ୍‌ଜିଓ "ପରିବର୍ତ୍ତନ"କୁ ହସ୍ତାନ୍ତର କରିବା ପରେ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି।

ଜୁନ୍‌ ପହିଲାରୁ ଅଚଳାବସ୍ଥା ଲାଗି ରହିବା ସହିତ ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି।

୬ ଦିନ ହେଲା ଫାଟକରେ ତାଲା ପକାଇ ଏନ୍‌ଜିଓକୁ ହଟାଇବା ଦାବିରେ ଆନ୍ଦୋଳନକାରୀ ଧାରଣାରେ ବସିଛନ୍ତି।Advertisment 8 dead: ତାମିଲନାଡୁରେ ୮ ମୃତ BijayShankar: ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ  ଯେ ପର୍ଯ୍ୟନ୍ତ ଏନ୍‌ଜିଓ ନ ହଟିଛି, ତାଲା ଖୋଲିବୁ ନାହିଁ ବୋଲି ଆନ୍ଦୋଳନକାରୀ ଅଡ଼ି ବସିଛନ୍ତି।

ଆଜି ସକାଳ ୭ଟା ସମୟରେ "ପରିବର୍ତ୍ତନ" ଏନ୍‌ଜିଓର କର୍ମକର୍ତ୍ତା ଓ ଡାକ୍ତରୀ ଦଳ ଫାଟକ ନିକଟରେ ପହଞ୍ଚି ଡାକ୍ତରଖାନାକୁ ଯିବାକୁ ଉଦ୍ୟମ କରିବା ବେଳେ ସେମାନଙ୍କୁ ଆନ୍ଦୋଳନକାରୀ ଘେରିଥିଲେ।

ଭିତରକୁ ଯିବାକୁ ଦେଇନଥିଲେ।

ପ୍ରାୟ ତିନି ଘଣ୍ଟା ଧରି ଅଟକ ରଖିଥିଲେ।

ଫଳସ୍ବରୂପ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ସରକାର ଡାକ୍ତରଖାନା ଦାୟିତ୍ବରୁ ଏନ୍‌ଜିଓକୁ ନ ହଟାଇଲେ ଆମେ କାହାକୁ ବି ଭିତରକୁ ଛାଡ଼ିବୁ ନାହିଁ ବୋଲି ଆନ୍ଦୋଳନକାରୀ ଧମକ ଦେଇଛନ୍ତି।

ତୁରନ୍ତ ସରକାର ଓ ପ୍ରଶାସନ ପକ୍ଷରୁ ଆଲୋଚନା ମାଧ୍ୟମରେ ସ୍ଥାୟୀ ସମାଧାନ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।"