If you are not careful: ‘ସଜାଗ ନ ହେଲେ ମଣିଷ ପାଳି ପଡ଼ିବ’

Jun 25, 2026 - 08:38
If you are not careful: ‘ସଜାଗ ନ ହେଲେ ମଣିଷ ପାଳି ପଡ଼ିବ’

"ସୁନ୍ଦରଗଡ଼: "ସରି ଆସୁଛି ଜଙ୍ଗଲ।

ବର୍ଷାଋତୁ ବ୍ୟତୀତ ଅନ୍ୟ ସମୟରେ ନଦୀ, ପୋଖରୀ, କୂଅରେ ଆଗ ଭଳି ପାଣି ରହୁ ନାହିଁ।

ଜୀବନ ଧାରଣର ଅମୃତ ଉତ୍ସ ଧୀରେ ଧୀରେ ମରିଯିବାକୁ ବସିଲାଣି।

ଜୀବଜନ୍ତୁଙ୍କ ଜୀବନ ମଧ୍ୟ ସଂକଟାପନ୍ନ।

ଆଗକୁ ମଣିଷ ସମାଜର ପାଳି।

ଏଥିପ୍ରତି ସଜାଗ, ସଚେତନ ନ ହେଲେ ଆମେ ଶେଷ ହୋଇଯିବା ନିଶ୍ଚିତ"।

ବୁଧବାର ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଞ୍ଜିର୍ମା ପଞ୍ଚାୟତ ଅମସଡେଗି ଗାଁ"ର ମା" ଖମ୍ବେଶ୍ବରୀଙ୍କ ପୀଠରେ "ସମ୍ବାଦ" ଓ "କନକ ନ୍ୟୁଜ୍‌" ପକ୍ଷରୁ ଅନୁଷ୍ଠିତ ପରିବେଶ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ପରିବେଶକୁ ନେଇ ଏଭଳି ଆଶଙ୍କା ବ୍ୟକ୍ତ କରିବା ସହ ସଜାଗ ହେବାକୁ ଆହ୍ବାନ ଦେଇଛନ୍ତି।

ସେ କହିଥିଲେ ଯେ ପୂର୍ବ ଭଳି ବର୍ଷା ହେଉନି।

ହାଡ଼ଭଙ୍ଗା ଶୀତ ଆଉ ନାହିଁ।

ଖରା ତାତି ଅସମ୍ଭାଳ ହେଲାଣି।

ଆଗେ ଅକ୍ଷି ତୃତୀୟାରେ ଧାନବୁଣା ଆରମ୍ଭ ହେଉଥିଲା।

ଏବେ ଜୁନ୍‌ ସରିବାକୁ ଯାଉଥିଲେ ମଧ୍ୟ ଜମି ଚଷିବା କାମ ସରିନି।Advertisment The hospital : ୬ ଦିନ ହେଲା ଡାକ୍ତରଖାନାରେ ତାଲା Kalma is stopped: ୨ ଗେଟ୍‌ରେ ଅଟକିଯାଇଛି କଲମା  ଏଥିରୁ ଆମ ଯାତ୍ରା କେଉଁଆଡ଼କୁ ଯାଉଛି ଜାଣି ହେଉଛି।

ଏହି ଅବସରରେ ସେ କୋଇଲା ଖଣି ଗର୍ଭରେ ଲୀନ ହେବାକୁ ଯାଉଥିବା ଗାଁ, ଭୂଇଁ, ଜଙ୍ଗଲ କଥା ଆଲୋଚନା କରିଥିଲେ।

ଖଣିରେ ଉଦ୍‌ବାସ୍ତୁ ହେଉଥିବା ଘର, ଜମି ଓ ଲୋକଙ୍କ କଥା ଆମେ କହୁଛୁ, କିନ୍ତୁ ଏଥିରେ ତଡ଼ା ଖାଉଥିବା ଜୀବଜନ୍ତୁ, ପକ୍ଷୀ, ସରୀସୃପ କୁଆଡ଼େ ଯିବେ।

ସେମାନଙ୍କ କଥା ମଧ୍ୟ ଭାବିବାକୁ ପଡ଼ିବ।

ଆମେ ବଞ୍ଚିବା ପାଇଁ ପ୍ରକୃତିରୁ ନେଇଥିବା ଋଣ ସୁଧମୂଳ ସହ ଫେରାଇବାକୁ ପଡ଼ିବ।

ଜଳ, ଜମି, ଜଙ୍ଗଲକୁ ଶ୍ରଦ୍ଧା କରିବା ସହ ପୁରୁଣା ପୃଥିବୀକୁ ଫେରାଇ ଆଣିବାକୁ ହେବ ବୋଲି ବିଧାୟକ କହିଥିଲେ।

ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଦସ୍ୟ ଅଶ୍ବିନୀ ନାଏକ, ବିଶିଷ୍ଟ ପରିବେଶପ୍ରେମୀ ସୁଧାଂଶୁ ଚୌଧୁରୀ, ଅମସଡେଗି ଗୌନ୍ତିଆ ବିକ୍ରମାଦିତ୍ୟ ଦେଓ, ଅବସରପ୍ରାପ୍ତ ଶିକ୍ଷକ ଛତ୍ର ପଟେଲ, ବନ ସୁରକ୍ଷା ସମିତିି ସଭାପତି ନବୀନା ଦେଓ, ବନ ସୁରକ୍ଷା ସମିତିି କୋଷାଧ୍ୟକ୍ଷା ସଂଯୁକ୍ତା କଲସେର୍‌ ପ୍ରମୁଖ ଯୋଗ ଦେଇ ଜଙ୍ଗଲ ବଞ୍ଚିଲେ, ଜୀବନ ବଞ୍ଚିବ ବୋଲି କହିଥିଲେ। "ସମ୍ବାଦ" ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ କାର୍ଯ୍ୟକ୍ରମ ପରିିଚାଳନା କରିଥିବା ବେଳେ ରାଉରକେଲା "କନକ ନ୍ୟୁଜ୍‌" ବ୍ୟୁରୋ ମୁଖ୍ୟ ଦେବାଶିଷ କବି ପରିବେଶ ପଞ୍ଚାୟତ ଅନ୍ତର୍ଗତ ପୁନଶ୍ଚ ପୃଥିବୀ ଅଭିଯାନ ଉପରେ ଆଲୋଚନା କରି ଏଥିରେ ସମସ୍ତେ ସାମିଲ ‌ହେବାକୁ ଅନୁରୋଧ କରିଥିଲେ।

ପରେ ମୁଖ୍ୟଅତିଥିଙ୍କ ସମେତ ସମସ୍ତ ଅତିଥି, ଗାଁର ମହିଳା, ପୁରୁଷ ଓ ସ୍କୁଲ ଛାତ୍ରଛାତ୍ରୀ ବୃକ୍ଷରୋପଣ କରିଥିଲେ।"