Prolific musician: ଦିବଂଗତଙ୍କୁ ‘ଜଳ ତର୍ପଣ’ କଲେ ପ୍ରବୀଣ ସଙ୍ଗୀତଜ୍ଞ

Jun 25, 2026 - 07:40
Prolific musician: ଦିବଂଗତଙ୍କୁ ‘ଜଳ ତର୍ପଣ’ କଲେ ପ୍ରବୀଣ ସଙ୍ଗୀତଜ୍ଞ

"ଭୁବନେଶ୍ୱର: ସଙ୍ଗୀତଜ୍ଞମାନଙ୍କ ଦ୍ୱାରା "ଜଳ ତର୍ପଣ"ରୁ ଆରମ୍ଭ ହୋଇଥିଲା ସଙ୍ଗୀତ ସଂଧ୍ୟା।

ଓଡ଼ିଶୀ ସଙ୍ଗୀତର ପରଲୋକଗତ ଗୁରୁଙ୍କୁ ଏହା ମାଧ୍ୟମରେ ଅର୍ପଣ କରାଯାଇଥିଲା ଗମ୍ଭୀର ଓ ଶ୍ରଦ୍ଧାପୂର୍ଣ୍ଣ ନିବେଦନ।

ସଙ୍ଗୀତର ସୁଲଳିତ ମୂର୍ଚ୍ଛନାରେ ପ୍ରକମ୍ପିତ ହୋଇଥିଲା ପ୍ରେକ୍ଷାଳୟ।

ସଙ୍ଗୀତଜ୍ଞମାନେ ଦିଗଂଗତଙ୍କୁ ସଙ୍ଗୀତ ମାଧ୍ୟମରେ ହିଁ ଢାଳିଥିଲେ ଶ୍ରଦ୍ଧାସୁମନ।

ଓଡ଼ିଶା ଡାନ୍ସ ଏକାଡେମୀର ପକ୍ଷରୁ ଆୟୋଜିତ ତିନିଦିନିଆ "ସୁବର୍ଣ୍ଣିମା" କାର୍ଯ୍ୟକ୍ରମର ଉଦ୍‌ଯାପନୀ ସଂଧ୍ୟା ଏହିଭଳି ଭାବେ ଥିଲା କୃତଜ୍ଞତା ଓ ଭାବପୂର୍ଣ୍ଣ।Advertisment The black-tailed: ବିପଦ ଆଣୁଛି କୃଷ୍ଣଚୂଡ଼ା, ଚାକୁଣ୍ଡା "ବାଦ୍ୟ ବାଣୀ ଗୁରୁକୁଳ"ର ବାଦ୍ୟବୃନ୍ଦ ପକ୍ଷରୁ ପ୍ରସ୍ତୁତ "ତାଳ ବାଦ୍ୟ" ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା।

ସଂଧ୍ୟାର ଆଉ ଏକ ପ୍ରମୁଖ ଆକର୍ଷଣ ଥିଲା ବିଶିଷ୍ଟ ବେହେଲା ବାଦକ ଅଗ୍ନିମିତ୍ର ବେହେରା ଓ ତାଙ୍କ ବାଦ୍ୟବୃନ୍ଦଙ୍କ ଦ୍ୱାରା ପ୍ରସ୍ତୁତ "ପଲ୍ଲବୀ ମୂର୍ଚ୍ଛନା"।

ସମଗ୍ର ପ୍ରସ୍ତୁତିଗୁଡ଼ିକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ମଧ୍ୟରେ ଅବିଛେଦ୍ୟ ବନ୍ଧନକୁ ପ୍ରତିଫଳିତ କରିଥିଲା।

ଯାହା ଓଡ଼ିଶାର ଶାସ୍ତ୍ରୀୟ ପ୍ରଦର୍ଶନ, କଳା ପରମ୍ପରାକୁ ସଂରକ୍ଷଣ ଓ ଆଗକୁ ବଢ଼ାଇବା ପାଇଁ ସଙ୍ଗୀତଜ୍ଞଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲା।

Canadian cities: କାନାଡା ସହରରେ ଗଛଙ୍କୁ ସ୍ବତନ୍ତ୍ର ଅଧିକାର କାର୍ଯ୍ୟକ୍ରମରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଗୁରୁ ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା, ଓଡ଼ିଶୀ ମର୍ଦ୍ଦଳର ପ୍ରଖ୍ୟାତ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ, କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ ଓ ଗୁରୁ ରାମହରି ଦାସ ଅତିଥି ଭାବେ ଉପସ୍ଥିତ ଥିଲେ।

ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସମ୍ପାଦିକା ଗୁରୁ ଅରୁଣା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବର ଅଂଶ ଭାବେ "ଓଡ଼ିଶୀ ସଙ୍ଗୀତର ମହାନ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ସୁବର୍ଣ୍ଣ ଜୟନ୍ତୀ ପାଳନ" ଶୀର୍ଷକ ଏକ ବିଶେଷ କାର୍ଯ୍ୟକ୍ରମରେ ଓଡ଼ିଶୀ ସଙ୍ଗୀତ ପରମ୍ପରାକୁ ଉଲ୍ଲେଖନୀୟ ଭାବେ ସମୃଦ୍ଧ କରିଥିବା ଶ୍ୟାମାମଣି ଦେବୀ, ଗୁରୁ ରାମହରି ଦାସ, ବିଜୟ କୁମାର ଜେନା ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା।"