War: ଇରାନ ଯୁଦ୍ଧ ଖର୍ଚ୍ଚ ପାଇଁ ୮୭ ବିଲିୟନ ଡଲାର ପାଣ୍ଠି ମଞ୍ଜୁର କରିବାକୁ ଅନୁରୋଧ କଲେ ଟ୍ରମ୍ପ

Jun 25, 2026 - 11:14
War: ଇରାନ ଯୁଦ୍ଧ ଖର୍ଚ୍ଚ ପାଇଁ ୮୭ ବିଲିୟନ ଡଲାର ପାଣ୍ଠି ମଞ୍ଜୁର କରିବାକୁ ଅନୁରୋଧ କଲେ ଟ୍ରମ୍ପ

ୱାସିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କଂଗ୍ରେସ ଆମେରିକାର ସଂସଦକୁ ଅତିରିକ୍ତ ୮୭.୬ ବିଲିୟନ ମଞ୍ଜୁର କରିବାକୁ ଅନୁରୋଧ କରିଛି। ଏହି ଟଙ୍କାର ଏକ ବଡ଼ ଅଂଶ ଇରାନ ସହିତ ଯୁଦ୍ଧ ଏବଂ ଏହା ସହିତ ଜଡିତ ସାମରିକ କାର୍ଯ୍ୟ ପାଇଁ ଖର୍ଚ୍ଚ ହେବ। ଏହି ଦାବି ୱାସିଂଟନରେ ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି। ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି ପ୍ରସ୍ତାବ ଅନୁଯାୟୀ, ଏହି ମୋଟ ପରିମାଣର ୬୭.୧୫ ବିଲିୟନ ପ୍ରତିରକ୍ଷା ଏବଂ ସାମରିକ ଆବଶ୍ୟକତା ପାଇଁ ଅନୁରୋଧ କରାଯାଇଛି।

ଏହି ପରିମାଣ ଗତ ବର୍ଷ ଅନୁମୋଦିତ ପ୍ରାୟ ୧ ଟ୍ରିଲିୟନ ଡଲାର ପ୍ରତିରକ୍ଷା ବଜେଟ୍ ପରେ ଅତିରିକ୍ତ ଭାବେ ଲୋଡାଯାଇଛି। ଟ୍ରମ୍ପ ପ୍ରଶାସନ ଆଗାମୀ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧.୫ ଟ୍ରିଲିୟନ ଡଲାରର ଏକ ନୂତନ ପ୍ରତିରକ୍ଷା ବଜେଟ୍ ମଧ୍ୟ ଚାହୁଁଛି। ହ୍ୱାଇଟ୍ ହାଉସ୍କହିଛି ଯେ, ଏହି ଟଙ୍କା ଇରାନ ଯୁଦ୍ଧ ସହିତ ଜଡିତ ସାମରିକ କାର୍ଯ୍ୟକଳାପ, ସାମରିକ ପ୍ରସ୍ତୁତି, ଅସ୍ତ୍ରଶସ୍ତ୍ର ଭଣ୍ଡାର ପୂରଣ ଏବଂ କିଛି ଗୋପନୀୟ ପ୍ରତିରକ୍ଷା କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରାଯିବ। ଏଥିମଧ୍ୟରୁ ୨୧ ବିଲିୟନ ଡଲାର ଗୋଳାବାରୁଦ କ୍ରୟ, ଆମେରିକାର ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ଏବଂ ସାମରିକ ଶକ୍ତି ବୃଦ୍ଧି ପାଇଁ ରଖାଯାଇଛି।

ସମସ୍ୟାର ସମାଧାନ ଉପରେ ଧ୍ୟାନ

ଡେମୋକ୍ରାଟିକ୍ ନେତାମାନେ କହିଛନ୍ତି ଯେ, ସରକାର ଯୁଦ୍ଧରେ ଏତେ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ଦେଶର ଆର୍ଥିକ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବା ଉଚିତ୍। ସେନେଟ୍ ଡେମୋକ୍ରାଟିକ୍ ନେତା ଚକ୍ ସ୍କୁମର ଏହି ପ୍ରସ୍ତାବକୁ ସମାଲୋଚନା କରିଛନ୍ତି। ସେନେଟର ପାଟି ମୁରେ କହିଛନ୍ତି, ସୈନ୍ୟଙ୍କ ପାଇଁ ସମର୍ଥନ ଆବଶ୍ୟକ ଠିକ୍ କଥା। ତେବେ ଅତିରିକ୍ତ ଯୁଦ୍ଧ ଖର୍ଚ୍ଚର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଉଚିତ୍।

ଇବୋଲା ମୁକାବିଲା ପାଇଁ ବ୍ୟବସ୍ଥା

ଏହି ପ୍ୟାକେଜ୍‌ରେ କେବଳ ପ୍ରତିରକ୍ଷା ଖର୍ଚ୍ଚ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ଏଥିରେ ଆଫ୍ରିକାରେ ଇବୋଲା ମୁକାବିଲା ପାଇଁ ୧.୪ ବିଲିୟନ ଡଲାର, ଆମେରିକୀୟ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ୧୧.୧ ବିଲିୟନ ଡଲାର, ପୂର୍ବତନ ଡେଲଫି କର୍ମଚାରୀଙ୍କ ପାଇଁ ପେନସନ ପାଇଁ ୧ ବିଲିୟନ ଡଲାର, ୱାସିଂଟନରେନିର୍ମାଣ ପ୍ରକଳ୍ପ ପାଇଁ ୫୦୦ ନିୟୁତ ଡଲାର ଏବଂ ନ୍ୟୁୟର୍କର ପେନ୍ ଷ୍ଟେସନ ପୁନଃନିର୍ମାଣ ପାଇଁ ୧ ବିଲିୟନ ଡଲାର ଆଦି ଅନ୍ତର୍ଭୁକ୍ତ ରହିଛି।

US Iran Deal: ବିଶେଷଜ୍ଞଙ୍କ ଚେତାବନୀ; ଆମେରିକା-ଇରାନ ଚୁକ୍ତି ଯୋଗୁ ଅନ୍ଧାରରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟତ