Terror Network: କାଶ୍ମୀରରୁ ନିଖୋଜ ୩୦ ଯୁବକ ଏବେ ପାକିସ୍ତାନର ଆତଙ୍କୀ: ଜବତ ହେଲା ସମ୍ପତ୍ତି
ଜମ୍ମୁ: ଜମ୍ମୁ-କାଶ୍ମୀରର ରିୟାସି ଜିଲ୍ଲା ଅନ୍ତର୍ଗତ ମାହୋର ଓ ଚାସାନା ପାହାଡ଼ିଆ ଅଞ୍ଚଳରୁ ୧୯୯୧ରୁ ୨୦୦୩ ମସିହା ମଧ୍ୟରେ ନିଖୋଜ ହୋଇଯାଇଥିବା ୩୦ ଜଣ ଯୁବକଙ୍କ ପଛର ଭୟଙ୍କର ସତ ପଦାକୁ ଆସିଛି।
ବର୍ଷ ବର୍ଷ ଧରି ପରିବାର ଲୋକେ ସେମାନଙ୍କୁ ନିଖୋଜ ବୋଲି କହୁଥିବା ବେଳେ ବାସ୍ତବରେ ସେମାନେ ଅସ୍ତ୍ରଶସ୍ତ୍ର ଓ ବୋମା ତିଆରି ପ୍ରଶିକ୍ଷଣ ନେବା ପାଇଁ ପାକିସ୍ତାନ ଚାଲିଯାଇଥିଲେ।
Advertisment ଦଶନ୍ଧି ପରେ ଏବେ ସେହି ଆତଙ୍କବାଦୀମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଥିବା ସୁରକ୍ଷିତ ଆଡ୍ଡାରୁ ଭାରତ ବିରୋଧରେ ଏକ ନୂଆ ଢଙ୍ଗରେ ଯୁଦ୍ଧ ଆରମ୍ଭ କରିଛନ୍ତି।
କେବଳ ବନ୍ଧୁକ ନୁହେଁ, ବରଂ ଜମିଜମା କାରବାର, ମୌଳବାଦ ଏବଂ ଆର୍ଥିକ ସହାୟତା ମାଧ୍ୟମରେ ଜମ୍ମୁ ଅଞ୍ଚଳରେ ଆତଙ୍କବାଦକୁ ପୁନର୍ଜୀବିତ କରିବାକୁ ସେମାନେ ଷଡ଼ଯନ୍ତ୍ର ଚଳାଇଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି।
ସ୍ଥାନୀୟ ଯୁବକମାନଙ୍କୁ ଉସୁକାଉଛନ୍ତି ମିଳିଥିବା ସରକାରୀ ଦସ୍ତାବିଜ ଅନୁଯାୟୀ, ଏହି ୩୦ ଜଣ ଆତଙ୍କବାଦୀ ବର୍ତ୍ତମାନ ପାକିସ୍ତାନରେ ରହି ଆତଙ୍କୀ ସଂଗଠନ ''ହିଜବୁଲ ମୁଜାହିଦ୍ଦିନ'' ପାଇଁ କାମ କରୁଛନ୍ତି ଏବଂ ସୀମା ପାରରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ଅର୍ଥ ପଠାଇ ସ୍ଥାନୀୟ ଯୁବକମାନଙ୍କୁ ଉସୁକାଉଛନ୍ତି।
ଗତ ୨୦୨୪ ନଭେମ୍ବର ୨୯ ତାରିଖରେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍) ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତ ସମୟରେ ସାକ୍ଷୀମାନଙ୍କ ବୟାନରୁ ଜଣାପଡ଼ିଥିଲା ଯେ, ଏହି ଆତଙ୍କବାଦୀମାନେ ରିୟାସି ଜିଲ୍ଲାରେ ଥିବା ସେମାନଙ୍କର ପୈତୃକ ଜମିକୁ ସହଯୋଗୀମାନଙ୍କ ମାଧ୍ୟମରେ ବିକ୍ରି କରି ସେହି ଟଙ୍କାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ବିନିଯୋଗ କରିବାକୁ ଯୋଜନା କରୁଥିଲେ।
ଆତଙ୍କବାଦୀଙ୍କ ଜମି-ସମ୍ପତ୍ତିକୁ ଜବତ ଆତଙ୍କବାଦୀଙ୍କ ଏହି ଆର୍ଥିକ ନେଟୱାର୍କକୁ ଧ୍ୱଂସ କରିବା ପାଇଁ ରିୟାସି ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଜମ୍ମୁ-କାଶ୍ମୀର ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ୟୁଏପିଏ ଆଇନ ଅନୁଯାୟୀ ପାଞ୍ଚଜଣ ପ୍ରମୁଖ ଆତଙ୍କବାଦୀଙ୍କ ଜମି ଓ ସମ୍ପତ୍ତିକୁ ଜବତ କରାଯାଇଥିବା ରିୟାସି ଏସଏସପି ମୁକୁନ୍ଦ ଲାଲ ସୂଚନା ଦେଇଛନ୍ତି।
ଆତଙ୍କବାଦୀମାନଙ୍କୁ ଜମି ବିକ୍ରିରେ ସାହାଯ୍ୟ କରିବା ବନ୍ଧୁକ ଉଠାଇବାରେ ସାହାଯ୍ୟ କରିବା ଭଳି ସମାନ ଅପରାଧ ବୋଲି ପୁଲିସ ପକ୍ଷରୁ ଓଭରଗ୍ରାଉଣ୍ଡ ସମର୍ଥକମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି।
ପୀର ପଞ୍ଜାଲର ଦକ୍ଷିଣରେ ଥିବା ପୁରୁଣା ଆତଙ୍କବାଦୀ ଇକୋସିଷ୍ଟମକୁ ମୂଳପୋଛ କରିବା ପାଇଁ ଏବେ କେବଳ ଜଙ୍ଗଲ ଓ ପାହାଡ଼ରେ ନୁହେଁ, ବରଂ ଜମିଜମା ରେକର୍ଡରେ ମଧ୍ୟ ଆତଙ୍କବାଦ ବିରୋଧୀ ଲଢ଼େଇ ତୀବ୍ର କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି।
Mumbai Terror Attack: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବାର୍ଷିକୀ: ସର୍ଗିଓ ଗୋର୍ ଦେଲେ ଶ୍ରଦ୍ଧାଞ୍ଜଳି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
