Terror in the capital: ରାଜଧାନୀରେ ଆତଙ୍କ ଖେଳାଇଥିବା କାଶୀ ଗିରଫ: ବନ୍ଧୁକ, ୩ ଗୁଳି ଓ କଟୁରି ଜବତ

Nov 26, 2026 - 05:24
Terror in the capital: ରାଜଧାନୀରେ ଆତଙ୍କ ଖେଳାଇଥିବା କାଶୀ ଗିରଫ: ବନ୍ଧୁକ, ୩ ଗୁଳି ଓ କଟୁରି ଜବତ

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇ ପୁଲିସର ନିଦ ହଜାଇଥିବା କୁଖ୍ୟାତ ପେସାଦାର ଅପରାଧୀକୁ ଶେଷରେ କାବୁ କରିଛି କମିସନରେଟ୍‌ ପୁଲିସ।

ସେ ହେଲା ଅଶୋକନଗର ଫାଳିକିଆ ବସ୍ତିର କାଶୀ ରାଉତ(୨୩)।

ତା'ଠାରୁ ଗୋଟିଏ ୭.୬୫ ଏମ୍‌ଏମ୍‌ ସେମି ଅଟୋମେଟିକ୍‌ ପିସ୍ତଲ, ୩ ରାଉଣ୍ଡ ଗୁଳି, ଗୋଟିଏ କଟୁରି ଓ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି।

ଗତ ମେ' ୨୭ ତାରିଖ ଭୋର୍‌ ପ୍ରାୟ ସାଢ଼େ ୩ଟା ସମୟରେ ବିଜୟ କୁମାର ମହାପାତ୍ର ନାମକ ଜଣେ ଯୁବକ ଓ ତାଙ୍କ ସହଯୋଗୀ ବାଇକ୍‌ରେ କଳ୍ପନା ଛକରୁ ଫେରୁଥିବା ବେଳେ ରାଜମହଲ ଓଭରବ୍ରିଜ୍‌ ନିକଟରେ ଏକ କଳା ରଙ୍ଗର ସ୍କର୍ପିଓ ସେମାନଙ୍କୁ ଅତିକ୍ରମ କରି ଧକ୍କା ଦେଇଥିଲା।

ପ୍ରତିବାଦ କରିବାରୁ ଗାଡ଼ିରେ ଥିବା କାଶୀ ଓ ତା'ର ସହଯୋଗୀମାନେ ବିଜୟ ଓ ତାଙ୍କ ସାଙ୍ଗଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

କଥା କଟାକଟିରୁ ହାତାହାତି ସ୍ଥିତି ଉପୁଜିଥିଲା।

Advertisment Education: ସାମାଜିକ ଦାୟିତ୍ବ ନିର୍ବାହ କରୁଥିବା ନାଗରିକଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି: ରାମଦେବ ବନ୍ଧୁକ, ୩ ଗୁଳି ଓ କଟୁରି ଜବତ ୨୫ରୁ ଅଧିକ ସଙ୍ଗିନ ମାମଲାରେ ସମ୍ପୃକ୍ତି ପରେ କାଶୀ ଗାଡ଼ିରୁ ଖଣ୍ଡା ବାହାର କରି ଅତର୍କିତ ଭାବେ ବିଜୟଙ୍କୁ ଆକ୍ରମଣ କରିଥିଲା।

ବିଜୟ ଓ ତାଙ୍କ ସଙ୍ଗମାନେ ଜୀବନ ବିକଳରେ ଦୌଡ଼ିଥିଲେ ହେଁ ରକ୍ତମୁଖା କାଶି ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲା।

ବିଜୟ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯିବା ପରେ ସେମାନେ ଫେରାର୍‌ ହୋଇଯାଇଥିଲେ।

ଗତକାଲି ରାତିରେ ପୁଲିସ ଟିମ୍‌ ଫାଳିକିଆ ବସ୍ତିରେ ଚଢ଼ଉ କରି କାଶୀକୁ କାବୁ କରିିବା ସହ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଥିଲା।

ଥାନାକୁ ଆଣି ଜେରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ଆକ୍ରମଣ ରେ ସମ୍ପୃକ୍ତ ଥିବା ଅନ୍ୟ ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।

ଅନ୍ୟପଟେ କାଶୀ ନାଁରେ କ୍ୟାପିଟାଲ, ବଡ଼ଗଡ଼, ଲକ୍ଷ୍ମୀସାଗର ଓ ଖାରବେଳନଗର ଥାନାରେ ହତ୍ୟା ଉଦ୍ୟମ, ଅପହରଣ, ପୁଲିସ ଉପରେ ଆକ୍ରମଣ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ୨୫ରୁ ଅଧିକ ସଙ୍ଗୀନ ମାମଲା ଥିବା ଅପରାଧିକ ଇତିହାସ ଯାଞ୍ଚ ବେଳେ ଜଣାପଡ଼ିଛି।

Income Tax: ଆୟକର ବିଭାଗର ଟିକସଦାତା ହବ୍‌-୨୦୨୬ ଆରମ୍ଭ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)