Terror Attack: ୧୮ ବର୍ଷ ପରେ ବି ମନରୁ ଲିଭିନି ୨୬/୧୧ର କଳାରାତି, ତାଜା ରହିଛି ଆତଙ୍କର ସେହି ଲୋମଟାଙ୍କୁରା ସ୍ମୃତି
ନୂଆଦିଲ୍ଲୀ: ଇତିହାସର ପୃଷ୍ଠାରେ ଲେଖା ହୋଇ ରହିଛି ୨୬ ନଭେମ୍ବର ୨୦୦୮ର ସେହି କଳାରାତି।
ଆଜିକୁ ୧୮ ବର୍ଷ ବିତିଯାଇଥିଲେ ମଧ୍ୟ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସେହି ଭୟଙ୍କର ଦୃଶ୍ୟ ଲୋକଙ୍କ ମନରୁ ଲିଭିନାହିଁ।
ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ନିରୀହ ଲୋକ ଓ ଦେଶ ପାଇଁ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ।
Advertisment ୨୦୦୮ ନଭେମ୍ବର ୨୬ରେ ପାକିସ୍ତାନରୁ ସମୁଦ୍ର ପଥ ଦେଇ ମୁମ୍ବାଇରେ ପହଞ୍ଚିଥିଲେ ଲସ୍କର-ଏ-ତୋଇବାର ୧୦ ଜଣ ଭାରୀ ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କବାଦୀ।
ସହରର ଏକାଧିକ ପ୍ରମୁଖ ସ୍ଥାନକୁ ଟାର୍ଗେଟ୍ କରି ସେମାନେ ଆଖିବୁଜା ଗୁଳିମାଡ଼ ଓ ବିସ୍ଫୋରଣ କରିଥିଲେ।
ପ୍ରାୟ ୬୦ ଘଣ୍ଟା ଧରି ଚାଲିଥିବା ଏହି ଆକ୍ରମଣରେ ବିଦେଶୀ ନାଗରିକଙ୍କ ସମେତ ୧୬୬ ଜଣଙ୍କ ଜୀବନ ଯାଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ।
ଅନେକ ସୁରକ୍ଷାକର୍ମୀ ସହିଦ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍, ତାଜମହଲ ପ୍ୟାଲେସ୍ ହୋଟେଲ, ଟ୍ରାଇଡେଣ୍ଟ ହୋଟେଲ, ନରିମନ ହାଉସ୍, ଲିଓପୋଲ୍ଡ କାଫେ ଓ କାମା ହସ୍ପିଟାଲ ଭଳି ସ୍ଥାନରେ ଆତଙ୍କବାଦୀମାନେ ନରସଂହାର କରିଥିଲେ।
ଅନେକ ଲୋକଙ୍କୁ ବନ୍ଧକ ରଖିଥିଲେ।
ଆତଙ୍କବାଦୀଙ୍କ ମୁକାବିଲା ପାଇଁ ମୁମ୍ବାଇ ପୁଲିସ, ନୌସେନାର ମେରାଇନ୍ କମାଣ୍ଡୋ ଓ ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି) ମିଳିତ ଅଭିଯାନ ଚଳାଇଥିଲେ।
ଏହି ଅଭିଯାନରେ ଅନେକ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।
ନ୍ୟାୟିକ ପ୍ରକ୍ରିୟାର ପରିସର ବାହାରେ ଆକ୍ରମଣରେ ସାମିଲ ୧୦ ଆତଙ୍କବାଦୀଙ୍କ ମଧ୍ୟରୁ ଅଜମଲ କସାବକୁ ଜୀବିତ ଧରାଯାଇଥିଲା।
ବିଚାର ପରେ ୨୦୧୨ ନଭେମ୍ବରରେ ତାକୁ ଫାଶୀ ଦିଆଯାଇଥିଲା।
ଅନ୍ୟପକ୍ଷରେ, ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଡେଭିଡ୍ ହେଡ୍ଲି ଆମେରିକାରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭାରତୀୟ ଅଦାଲତରେ ବୟାନ ଦେଇଥିଲା।
ତେବେ ଏହି ଆକ୍ରମଣର ଅନେକ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଏବେ ବି ଭାରତର ନ୍ୟାୟିକ ପ୍ରକ୍ରିୟାର ପରିସର ବାହାରେ ଅଛନ୍ତି।
Shooting: ପୁଲିସ ଷ୍ଟେସନ ଠାରୁ ୫୦ ପାଦ ଦୂରରେ ଭୟଙ୍କର ଗୁଳିମାଡ଼; ଚାରି ଜଣ ଯୁବକଙ୍କ ମୃତ୍ୟୁ ପ୍ରତିବର୍ଷ ଏହି ଦିନରେ ମୁମ୍ବାଇ ପୁଲିସ ମୁଖ୍ୟାଳୟ ସମେତ ଆକ୍ରମଣର ଶିକାର ହୋଇଥିବା ବିଭିନ୍ନ ସ୍ଥାନରେ ସହିଦ ଓ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଏ।
ବିଶେଷକରି ସହାୟକ ଉପନିରୀକ୍ଷକ ତୁକାରାମ ଓମ୍ବଲେଙ୍କ ବଳିଦାନକୁ ମନେ ପକାଏ ଦେଶ।
୧୮ ବର୍ଷ ପରେ ମଧ୍ୟ ୨୬/୧୧ର ସେହି ଘଟଣା ଆତଙ୍କବାଦ ବିରୋଧରେ ସତର୍କତା, ଏକତା ଓ ଦୃଢ଼ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ମନେ ପକାଇ ଦେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
