Tamilnadu: ବିମାନ ଇନ୍ଧନ ଉପରୁ ଭାଟ୍ କମାଇଲା ତାମିଲନାଡ଼ୁ
ଚେନ୍ନାଇ: ବିମାନ ଇନ୍ଧନ ବା ଏଟିଏଫ୍ ଉପରୁ ତାମିଲନାଡ଼ୁ ସରକାର ଭାଟ୍ (ମୂଲ୍ୟଯୁକ୍ତ ଟିକସ) ହ୍ରାସ ଘୋଷଣା କରିଛନ୍ତି।
ଚେନ୍ନାଇ ବିମାନ ବନ୍ଦର ପାଇଁ ଉକ୍ତ ଟିକସକୁ ୨୯ ପ୍ରତିଶତରୁ ୧୬ ପ୍ରତିଶତକୁ କମାଯାଇଥିବାବେଳେ ରାଜ୍ୟର ଅନ୍ୟ ବିମାନ ବନ୍ଦରଗୁଡ଼ିକରେ ଏହା ୧ ପ୍ରତିଶତକୁ ହ୍ରାସ କରାଯାଇଛି।
ଅକ୍ଟୋବର ୩୧/ନଭେମ୍ବର ୧ ମଧ୍ୟରାତ୍ରିରୁ ଏହାକୁ କାର୍ଯ୍ୟକାରୀ କରାଯିବ।
୨୦୨୭ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବର୍ଷକ ପାଇଁ ଏହା ବଳବତ୍ତର ରହିବ।
Advertisment ଆହୁରି ପଢନ୍ତୁ: Pellet Gun: ଯନ୍ତର ମନ୍ତର ହିଂସା; ପେଲେଟ୍ ଗନ୍ ବ୍ୟବହାର ନେଇ ପ୍ରଭାବିତଙ୍କ ଅଭିଯୋଗ ଶୁଣିବେ ସୁପ୍ରିମକୋର୍ଟ କମିଟି ଏହି ନିଷ୍ପତ୍ତି ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.
ରାମ ମୋହନ ନାଇଡ଼ୁ ତାମିଲନାଡ଼ୁ ସରକାର ଓ ମୁଖ୍ୟମନ୍ତ୍ରୀ ସି ଯୋସେଫ ବିଜୟଙ୍କ ପ୍ରଶଂସା କରିଛନ୍ତି।
ବିଜୟଙ୍କୁ ଏଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।
ବିମାନ ଚଳାଚଳ କ୍ଷେତ୍ର ପାଇଁ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିବା ସହ ବିମାନ ଯାତ୍ରାକୁ ଅଧିକ ସୁଲଭ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତଭାବେ କାର୍ଯ୍ୟ କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ନାଇଡ଼ୁ ମତ ରଖିଛନ୍ତି।
ଏୟାର ଇଣ୍ଡିଆ ମଧ୍ୟ ଏଥିପାଇଁ ତାମିଲନାଡ଼ୁ ସରକାର ଓ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଧନ୍ୟବାଦ ଜଣାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
