Amit Shah: ଆଇନ ଶୃଙ୍ଖଳା ସ୍ଥିତି ସଂକ୍ରାନ୍ତରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ଗୃହମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରେ ଗତ କିଛି ଦିନ ହେବ ଲଗାତାର ଆନ୍ଦୋଳନ ଜାରି ରହିଛି।
ପ୍ରଥମେ ନିଟ୍ ବିବାଦକୁ ନେଇ ସିଜେପି ଆନ୍ଦୋଳନ ଏବଂ ପରେ ମୁଖ୍ୟ ନିର୍ବାଚନ କମିସନର୍ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରହିଥିବାରୁ ଦିଲ୍ଲୀରେ ଆଇନ ଶୃଙ୍ଖଳା ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବାପାଇଁ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଜୟ ସିଂହ ରୋଡ୍ ସ୍ଥିତ ଦିଲ୍ଲୀ ପୁଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି।
ଶାହ ଆଜି ପୁଲିସ ମୁଖ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଆଇନ ଶୃଙ୍ଖଳା ସ୍ଥିତି ଉପରେ ଆଲୋଚନା କରିଛନ୍ତି।
Advertisment ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଶାହଙ୍କ ସହ ପୁଲିସ ମୁଖ୍ୟାଳରେ ହୋଇଥିବା ବୈଠକରେ ଯୋଗ ଦେଇଛନ୍ତି।
ଶାହ ଆଜି ଅପରାହ୍ନ ପ୍ରାୟ ୩ଟାରେ ପୁଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ।
ବରିଷ୍ଠ ଅଫିସର୍ମାନେ ଶାହଙ୍କୁ ପୁଲିସ ବାହିନୀର ପ୍ରଦର୍ଶନ, ବିଭିନ୍ନ ମାମଲାରେ ଜାରି ରହିଥିବା ତଦନ୍ତ ଏବଂ ବିଭିନ୍ନ ଚ୍ୟାଲେଞ୍ଜ ସଂକ୍ରାନ୍ତରେ ଅବଗତ କରାଇଛନ୍ତି।
Amit Shah: ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନରେ ବିପୁଳ ବିଜୟ ଲାଗି 'ଏବିଭିପି'କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଲ୍ଲେଖଯୋଗ୍ୟ ଗତ ଜୁଲାଇରେ ସିଜେପିର 'ସଂସଦ ଚଲୋ' ପଦଯାତ୍ରା ସମୟରେ ଆନ୍ଦୋଳନକାରୀଙ୍କ ବିରୋଧରେ ଅତ୍ୟଧିକ ପୁଲିସ ବର୍ବରତା ଅଭିଯୋଗ ମଧ୍ୟରେ ଶାହ ଆଜି ପୁଲିସ ମୁଖ୍ୟାଳୟକୁ ଗସ୍ତ କରିଛନ୍ତି।
ତେବେ ଶାହ ୪ ବର୍ଷ ପରେ ଆଜି ଦିଲ୍ଲୀ ପୁଲିସ ମୁଖ୍ୟାଳୟ ଯାଇଛନ୍ତି।
ଶେଷ ଥର ପାଇଁ ସେ ୨୦୨୨ ଅଗଷ୍ଟ ୩୦ ତାରିଖରେ ପୁଲିସ ମୁଖ୍ୟାଳୟ ଯାଇଥିଲେ।
ଆସନ୍ତା ନଭେମ୍ବର ୧ ତାରିଖରେ କଂଗ୍ରେସ ଏବଂ ଅନ୍ୟ ଇଣ୍ଡିମେଣ୍ଟ ଦଳମାନେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାମଲୀଳା ମୈଦାନରେ ରାଲି କରିବାକୁ ଥିବାବେଳେ ଏହା ପୂର୍ବରୁ ଶାହଙ୍କର ଏହି ବୈଠକକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
