Blood: ରକ୍ତଦାନ ବେଳେ ଭୁଲ୍ ‘ବ୍ଲଡ୍ ଗ୍ରୁପ୍’ ଦେଲେ କ’ଣ ହୁଏ? ଜାଣନ୍ତୁ ଏହାର ଭୟଙ୍କର ପରିଣତି

Oct 24, 2026 - 23:10
Blood: ରକ୍ତଦାନ ବେଳେ ଭୁଲ୍ ‘ବ୍ଲଡ୍ ଗ୍ରୁପ୍’ ଦେଲେ କ’ଣ ହୁଏ? ଜାଣନ୍ତୁ ଏହାର ଭୟଙ୍କର ପରିଣତି

ଭୁବନେଶ୍ୱର: ଡାକ୍ତରଖାନାରେ ରୋଗୀକୁ ରକ୍ତ ଦେବା ପୂର୍ବରୁ ତାର ବ୍ଲଡ୍ ଗ୍ରୁପ୍ କିମ୍ବା ରକ୍ତ ର ଯୁଗ୍ମତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ ।

କିନ୍ତୁ ଯଦି ଅସାବଧାନତା ବଶତଃ ଜଣେ ରୋଗୀକୁ ଭୁଲ୍ ବ୍ଲଡ୍ ଗ୍ରୁପ୍‌ର ରକ୍ତ ଦିଆଯାଏ, ତେବେ ଏହା ଜୀବନପ୍ରତି ବିପଦ ସୃଷ୍ଟି କରିପାରେ।

ଡାକ୍ତରୀ ଭାଷାରେ ଏହି ପରିସ୍ଥିତିକୁ 'ହେମୋଲିଟିକ୍ ଟ୍ରାନ୍ସଫ୍ୟୁଜନ ରିଆକ୍ସନ' କୁହାଯାଏ।

Advertisment ଶରୀରରେ କ'ଣ ପ୍ରତିକ୍ରିୟା ହୁଏ?

ଭୁଲ୍ ରକ୍ତ ଦେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସେହି ବାହ୍ଯ ରକ୍ତର ଲାଲ୍ ରକ୍ତ କୋଷିକା ଉପରେ ଆକ୍ରମଣ କରିବାକୁ ଲାଗେ।

ଏହାର ପ୍ରଭାବରେ ଲାଲ୍ ରକ୍ତ କୋଷଗୁଡ଼ିକ ଭାଙ୍ଗିବାକୁ ଲାଗେ, ଯାହାଫଳରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାଆନ୍ତି।

ଭୁଲ୍ ରକ୍ତ ଚଢ଼ାଇବାର କିଛି ସମୟ ମଧ୍ୟରେ ରୋଗୀଙ୍କ ଶରୀରରେ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଯିବାକୁ ଲାଗେ।

ଯେପରିକି, ପ୍ରଚଣ୍ଡ ଜ୍ୱର ସହିତ ଶୀତ ଲାଗିଥାଏ, ଛାତି କିମ୍ବା ପିଠିରେ ପ୍ରବଳ ଯନ୍ତ୍ରଣା ହୁଏ | ନିଶ୍ୱାସ ନେବାରେ କଷ୍ଟ ସହ ହୃଦ୍‌ସ୍ପନ୍ଦନ ଦ୍ରୁତ ହୋଇଯିବା ଏବଂ ରକ୍ତଚାପ ହଠାତ୍ କମିଯାଏ।

ଏହାବ୍ୟତୀତ ଶରୀରରେ ରକ୍ତ ଜମାଟ ବାନ୍ଧିବା, ଆଭ୍ୟନ୍ତରୀଣ ରକ୍ତସ୍ରାବ ଏବଂ ଶରୀରର ମୁଖ୍ୟ ଅଙ୍ଗଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ନ ମିଳିବା ଭଳି ଜଟିଳ ପରିସ୍ଥିତି ଉପୁଜିଥାଏ।

ଆହୁରି ପଢନ୍ତୁ: Piyush Goyal: ବର୍ଲିନ୍ କାର୍ଯ୍ୟକ୍ରମରେ ଅଭିଜିତ ଦୀପକେଙ୍କୁ ଘେରିଲେ ପିୟୂଷ ଗୋୟଲ ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରୀ ହସ୍ତକ୍ଷେପ ଆବଶ୍ୟକ ହୋଇଥାଏ।

ରୋଗୀକୁ ଆଇସିୟୁ (ICU)ରେ ରଖି ତରଳ ପଦାର୍ଥ ଦିଆଯିବା ସହ ଡାଏଲିସିସ୍ କିମ୍ବା ଅନ୍ୟାନ୍ୟ ଜରୁରୀ ଚିକିତ୍ସା କରାଯାଇଥାଏ।

ଡାକ୍ତରମାନଙ୍କ ମତରେ, ରକ୍ତ ଦେବା ପୂର୍ବରୁ ରୋଗୀର ପରିଚୟ, ବ୍ଲଡ୍ ଗ୍ରୁପ୍ ଏବଂ କ୍ରସ୍-ମ୍ୟାଚିଂ ସଠିକ୍ ଭାବେ ଯାଞ୍ଚ କରିବା ଉଚିତ୍।

ରକ୍ତ ଦେବା ସମୟରେ ଯଦି ରୋଗୀର ଶରୀରରେ କୌଣସି ଅସ୍ୱାଭାବିକତା, ଯନ୍ତ୍ରଣା କିମ୍ବା ଶ୍ୱାସଜନିତ ସମସ୍ୟା ଦେଖାଯାଏ, ତେବେ ତୁରନ୍ତ ଡାକ୍ତର କିମ୍ବା ନର୍ସଙ୍କୁ ଅବଗତ କରାଇବା ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)