Mayurbhanj: ଭିଣୋଇ ଘରେ ଜୀବନ ହାରିଲା ଶାଳୀ!
ରାଇରଙ୍ଗପୁର/ବାଦାମପାହାଡ: ଭିଣୋଇ ଘରେ ଶାଳୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ହାଟସାହିରେ ।
ସୂଚନା ଅନୁଯାୟୀ ତିରିଂ ଥାନା ତଥା ଝରାଡିହି ଫାଣ୍ଡି ଅନ୍ତର୍ଗତ ପୋଖାରିଆ ଗ୍ରାମର ଦୁବରାଜ ପାତ୍ରଙ୍କ ଝିଅ ରଶ୍ମି ପାତ୍ର (ଛଦ୍ମନାମ) ।
ସେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ।
ତେବେ ତାଙ୍କ ବାପା ମାଆ ନ ଥିବାରୁ ସେ ଦୁର୍ଗା ପୂଜା ଦେଖିବା ପାଇଁ ବାଦାମପାହାଡସ୍ଥ ନିଜ ଭିଣୋଇ ମାଖନ୍ ପାତ୍ରଙ୍କ ଘରକୁ ଯାଇଥିଲେ ।
Advertisment ଆହୁରି ପଢନ୍ତୁ: Dry Fruits: ବଜାରରୁ ଡ୍ରାଏ ଫ୍ରୁଟ୍ସ କିଣୁଛନ୍ତି କି?
ସାବଧାନ!
ଏମିତି ଚିହ୍ନଟ କରନ୍ତୁ ଅସଲି ଓ ନକଲି ତେବେ ଆଜି ଘରେ କେହି ନଥିବା ସମୟରେ ଘର ଭିତରେ ଏକ ଲୁଗା ସାହାଯ୍ୟରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ବାଦାମପାହାଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଛି ।
ଏନେଇ ପୋଲିସ କେସ ନଂ ୨୧/୧୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
