Tamilnadu: ତାମିଲନାଡୁ ଗ୍ୟାସ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି
"ବାଂଶପାଳ: ତାମିଲନାଡୁ ଗ୍ୟାସ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି | ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଗୋନାଶିକା ପଞ୍ଚାୟତ ତଳ ରାଇଡିହା ଗ୍ରାମର ସ୍ବର୍ଗତ ନୀଳାମ୍ବର ଜୁଆଙ୍ଗଙ୍କ ଝିଅ ଦୀପାଞ୍ଜଳି ଜୁଆଙ୍ଗ (୨୦)ଙ୍କ ମୃତ୍ୟୁ ଘଟିଛି | ଏହି ଘଟଣାରେ କେନ୍ଦୁଝର ଜିଲ୍ଲାର ଆହୁରି ଅନେକ ଜୁଆଙ୍ଗ ଯୁବତୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି | ମୃତ ଦୀପାଞ୍ଜଳି ଗାଁ ଓ ଆଖପାଖର ଅନ୍ୟ କେତେ ଜଣ ଜୁଆଙ୍ଗ ଯୁବତୀଙ୍କ ସହିତ ଜୀବିକା ନିର୍ବାହ କରିବାକୁ ସୁଦୂର ତାମିଲନାଡୁକୁ ୩/୪ ମାସ ତଳେ କାମ କରିବାକୁ ଯାଇଥିଲେ | ତାଙ୍କ ମୃତ୍ୟୁ ଖବର ପାଇ ପରିବାର ପୁରା ଭାଙ୍ଗି ପଡ଼ିଥିବାବେଳେ ପୁରା ଗୋନାଶିକାରେ ଶୋକର ଛାୟା ଖେଳିଯାଇଛି |Advertisment ଆହୁରି ପଢ଼ନ୍ତୁ: Accident: ଟ୍ରକକୁ ଧକ୍କା ଦେଲା ସପୁରୀ ବୋଝେଇ ପିକଅପ, ଡ୍ରାଇଭର ଗୁରୁତର ଦୀପାଞ୍ଜଳିଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ମା ଗାଁ ସ୍କୁଲରେ ରୋଷେୟା ଭାବେ କାମ କରନ୍ତି | ପରିବାର ଆର୍ଥିକ ଅନାଟନ ଦେଇ ଗତି କରୁଥିବାବେଳେ ପରିବାର ପ୍ରତିପୋଷଣ ପାଇଁ ଦୀପାଞ୍ଜଳି ଗାଁ ଛାଡି ତାମିଲନାଡୁକୁ କାମ କରିବାକୁ ଯାଇଥିଲେ | ଦୀପାଞ୍ଜଳିଙ୍କୁ ହରାଇ ବିଧବା ମା ଏବେ ବେସାହାରା ହୋଇ ପଡିଛନ୍ତି | ଉଲ୍ଲେଖ ଥାଉ କି ଏପର୍ଯ୍ୟନ୍ତ ଏହି ୧୦ ଜଣ ଜୁଆଙ୍ଗ ଯୁବତୀଙ୍କ ଜୀବନ ଚାଲିଯାଇଛି ୧- ଶିବାନୀ,ଟାଙ୍ଗିରୀ, ତେଲକୋଇ ୨- ଗୀତା, ଟାଙ୍ଗିରୀ, ତେଲକୋଇ ୩- ଗୁମଣୀ, ରଙ୍ଗମାଟିଆ, ତେଲକୋଇ ୪- ଜମୀନୀ,ରଙ୍ଗମାଟିଆ, ତେଲକୋଇ ୫- ଫୁଲମଣି,କୋଡିପଶା, ବାଂଶପାଳ ୬- ସଜନୀ,କୋଡିପଶା, ବାଂଶପାଳ ୭- ଚମ୍ପାବତୀ,ତଳଚମ୍ପେଇ, ବାଂଶପାଳ ୮- ସୁବାସୀ,କନ୍ତଳା, ହରିଚନ୍ଦନପୁର୯- ରୀତା,ଟାଙ୍ଗିରୀ, ତେଲକୋଇ୧୦-ଦୀପାଞ୍ଜଳୀ,ତଳରାଇଡିହା,ଗୋନାସିକା,ବାଂଶପାଳ"