Self-reliant: ଶଯ୍ୟାଶାୟୀ ମହିଳା ହେଲେ ସ୍ୱାବଲମ୍ବୀ
"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପରିସଲ ଗ୍ରାମର ମହିଳା କୃପାଞ୍ଜଳି କରାଡ଼ ବହୁଦିନ ଧରି ଲିଭର୍ଜନିତ ରୋଗରେ ପୀଡ଼ିତ ଥିଲେ।
ଅର୍ଥାଭାବରୁ ବଞ୍ଚିବା ଆଶା ମଉଳିଯାଇଥିଲା।
ତେବେ ତିବ୍ଦତୀୟ ଶରଣାର୍ଥୀଙ୍କ ସହଯୋଗ ତାଙ୍କ ଜୀବନକୁ ନୂଆ ଦିଗ ଦେଇଛି।
ସେମାନଙ୍କ ଉଦ୍ୟମରେ କୃପାଞ୍ଜଳି ସୁସ୍ଥ ହେବା ସହ ସ୍ବାବଲମ୍ବୀ ହୋଇ ପରିବାର ପ୍ରତିପୋଷଣ ଦାୟିତ୍ବ ନେଇଛନ୍ତି।
ମାନବସେବା କ୍ଷେତ୍ରରେ ତିବ୍ଦତୀୟ ଶରଣାର୍ଥୀଙ୍କ ଉଦ୍ୟମ ଉଦାହରଣ ପାଲଟିଛି।
Advertisment The tradition: "ନିଟ୍-ଲିକ୍-ରିପିଟ୍ ପରମ୍ପରା ହୋଇଗଲାଣି" Carrying: ସାଇକଲ୍ରେ ବୋହିଲେ ଶବ ୨୦୨୨ରୁ କୃପାଞ୍ଜଳି ରୋଗରେ ପଡ଼ିବା ପରେ ପରିବାର ଲୋକେ ଧାର କରି ବ୍ରହ୍ମପୁର ସହର ସମେତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଇଥିଲେ।
ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା।
ବରଂ ଚିକିତ୍ସା ଖର୍ଚ୍ଚ ବଢ଼ିବା ସହ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥିଲା।
କୃପାଞ୍ଜଳି ଶଯ୍ୟାଶାୟୀ ହୋଇ ଘରେ ପଡ଼ି ରହିଥିଲେ।
ତାଙ୍କ ସ୍ୱାମୀ ବୁଲୁ ଦାଦନ ଶ୍ରମିକ ଭାବେ କାମ କରି ଯେଉଁ ଆୟ କରୁଥିଲେ, ସେଥିରେ ପରିବାର ଚଳାଇବା ଓ ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟ ଥିଲା।
ପ୍ରାୟ ଦୁଇବର୍ଷ ଧରି କୃପାଞ୍ଜଳି ଜୀବନ ଓ ମୃତ୍ୟୁ ସହ ଲଢ଼ୁଥିଲେ।
ତିବ୍ଦତୀୟ ଶରଣାର୍ଥୀମାନେ ଏହା ଜାଣିବା ପରେ କୃପାଞ୍ଜଳିଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ସହଯୋଗର ହାତ ବଢ଼ାଇଥିଲେ।
ତାଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଥିଲା।
ତାଙ୍କର ଦୁଇଥର ଅସ୍ତ୍ରୋପଚାର ହୋଇଥିଲା।
ତିବ୍ଦତୀୟମାନେ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ।
କୃପାଞ୍ଜଳି ସୁସ୍ଥ ହୋଇ ଘରକୁ ଫେରିବା ପରେ ଶରଣାର୍ଥୀମାନେ ନିଜେ ଟଙ୍କା ବ୍ୟୟ କରି ଏକ ତେଜରାତି ଦୋକାନର ବ୍ୟବସ୍ଥା କରିଛନ୍ତି।
ଫଳରେ କୃପାଞ୍ଜଳି ନିଜ ପରିବାରର ଭରଣପୋଷଣ କରିବା ସହ ସହ ସ୍ୱାବଲମ୍ବୀ ହୋଇଛନ୍ତି।"