If the river: ‘ନଦୀକୁ ସଫା ନ ରଖିଲେ ଲାଗିବ ଦଫା’

Jun 26, 2026 - 07:43
If the river: ‘ନଦୀକୁ ସଫା ନ ରଖିଲେ ଲାଗିବ ଦଫା’

"ଧଉଳି: ଐତିହ୍ୟସମ୍ପନ୍ନ ଧଉଳି ନିକଟସ୍ଥ ଦୟା ନଦୀ ଲିଙ୍ଗିପୁର ଘାଟ ଏବେ ଡଷ୍ଟବିନ ପାଲଟିଛି।

ଲୋକମାନେ ଦୟାନଦୀ ପୋଲ ଉପରୁ ସିଧାସଳକ ତଳକୁ ଅଳିଆ ଫିଙ୍ଗୁଛନ୍ତି।

ବିବାହ, ବ୍ରତ ଭଳି ଅନ୍ୟ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହୃତ ଜିନିଷପତ୍ର ପୋଲ ତଳକୁ ପକାଉଛନ୍ତି।

ଖାଲି ସେତିକି ନୁହେଁ, ଚିକିତ୍ସାଧୀନ ରୋଗୀଙ୍କ ବର୍ଜ୍ୟ ଏବଂ ବୋଇତବନ୍ଦାଣ, ପର୍ବପାର୍ବଣ ଓ ଅନ୍ୟ ଉତ୍ସବ ପାଳନ କରିସାରି ପଲିଥିନ, ଜରି ଅଖା, ବୋତଲ, ଭଙ୍ଗା ପ୍ଲାଷ୍ଟିକ ଆଦି ସାମଗ୍ରୀ ଫିଙ୍ଗି ଦେଉଛନ୍ତି।

ଏନେଇ ନଦୀଘାଟ ପ୍ରଦୂଷିତ ହୋଇପଡ଼ୁଛି।

ବିଭିନ୍ନ ପଦାର୍ଥ ପଚି ଦୁର୍ଗନ୍ଧରେ ନାକ ଫାଟି ପଡୁଛି।

ସ୍ଥାନୀୟ ଲୋକ ଘାଟ ସଫେଇ ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ, ଜଳ ସମ୍ପଦ ବିଭାଗ, ବିଏମ୍‌ସି କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅବଗତ କରିବା ସତ୍ତ୍ବେ କିଛି ପଦକ୍ଷେପ ନିଆଗଲାନାହିଁ।

ଶେଷରେ ଆଞ୍ଚଳିକ ବିକାଶ ପରିଷଦର ଶତାଧିକ ସଦସ୍ୟ ନଦୀ ଘାଟ ସଫେଇ କରିବାକୁ ଆଜି ଆଗେଇ ଆସିଥିଲେ।

ଦୟା ବ୍ରିଜ ତଳେ ସମୂହ ସଫେଇ କରିଥିଲେ।Advertisment Mahandi: "ମହାନଦୀ: ବଞ୍ଚିତଙ୍କ ଜୀବନରେଖା" ଉନ୍ମୋଚିତ  ବିକ୍ଷିପ୍ତ ଅବସ୍ଥାରେ ନଦୀରେ ପଡ଼ିଥିବା ସବୁ ଶୁଖିଲା ଅଳିଆ ଏକାଠି କରି ପୋତିଥିଲେ।

ସେହିପରି ପାଣିରେ ଭାସୁଥିବା ଆବର୍ଜନାକୁ ଜେସିବି ଲଗାଇ ଟାଣି ଆଣି ସମସ୍ତେ ମିଶି ଗଦା କରିଥିଲେ।

ଆଜି ସକାଳେ ଲିଙ୍ଗିପୁର ଘାଟ ନିକଟରେ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟମାନେ ଏକାଠି ହୋଇଥିଲେ।

ଏଥିରେ ସ୍ଥାନୀୟ ଯୁବକ ସଂଘ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ।

ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଥିଲା ଆଞ୍ଚଳିକ ବିକାଶ ପରିଷଦର ଚତୁର୍ଥ ଦିବସ ଦୟାନଦୀ ସଫେଇ କାର୍ଯ୍ୟକ୍ରମ।

ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିଥିଲା।

ଦୟା ସେତୁ ତଳେ ଜମା ହୋଇଥିବା କୁଢ଼ କୁଢ଼ ଆବର୍ଜନାକୁ ସ୍ବେଚ୍ଛାସେବୀମାନେ ସଫା କରିବା ସହ ନଦୀର ଜଳକୁ ସ୍ବଚ୍ଛ ରଖିବା ପାଇଁ "ନଦୀକୁ ରଖନ୍ତୁ ସଫା, ନହେଲେ ଲାଗିବ ଦଫା"ର ନାରା ଦେଇଥିଲେ।

ଦୟାସେତୁ ଦେଇ ଯାଉଥିବା ପଥିକ ଓ ନଦୀଗର୍ଭକୁ ଆବର୍ଜନା ଫିଙ୍ଗୁଥିବା ଲୋକଙ୍କୁ "ନଈ ଆମର ମା", ତା" ଜଳକୁ ଅପରିଷ୍କାର କରନ୍ତୁ ନାହିଁ" ବୋଲି ବୁଝାଇବା ସହ ପ୍ଲାକାର୍ଡ ବଣ୍ଟନ କରିଥିଲେ।

India-Ireland 1st T20: ଭାରତ-ଆୟର୍ଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି: ବୈଭବଙ୍କ ଉପରେ ନଜର ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ପରିଷଦ ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ।

ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି କବି ଅକ୍ଷୟ ସ୍ବାଇଁ, ସଂପାଦକ ଅରୁଣ ପୁରୋହିତ, ପରିବେଶବିତ୍‌ ଲକ୍ଷ୍ମୀଧର ପ୍ରଧାନ, ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମିଶ୍ର, ସୁମନ୍ତ ସୁବୁଦ୍ଧି, ଜିତେନ୍ଦ୍ର ଜେନା, ଶରତ ବିଶ୍ବାଳ, ବୁଲେଟ୍‌ ମାନସିଂ, ସାମାଜିକ କର୍ମୀ ବିଜନ ସାମନ୍ତରାୟ, ପ୍ରକାଶ ସାହୁ, ନିରଞ୍ଜନ ନାୟକ, ଭଗବାନ ସାହୁ, ଘନଶ୍ୟାମ ବେହେରା ପ୍ରମୁଖଙ୍କ ତତ୍ତ୍ବାବଧାନରେ ସଫେଇ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ‌, ପୂର୍ବରୁ "କ୍ଲିନ୍‌ଅପ୍‌ ଭୁବନେଶ୍ବର" ଓ "ଆଞ୍ଚଳିକ ବିକାଶ ପରିଷଦ" ମିଳିତ ଭାବେ ଦୟାନଦୀରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରିଆସୁଛନ୍ତି।

ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲି ଆସୁଥିବାରୁ ନିୟମିତ ଭାବେ ଧଉଳି ନିକଟସ୍ଥ ଦୟା ତଟ ସଫେଇ ଜାରି ରହିବ ବୋଲି ବିକାଶ ପରିଷଦ ସଭାପତି ବୃନ୍ଦାବନ ସାହୁ କହିଛନ୍ତି।"