High Court: ହାଇକୋର୍ଟରେ ଦିଲ୍ଲୀ ଡିସ୍‌କମ୍‌ର ଆବେଦନ ଖାରଜ: ଓଡ଼ିଶା ଡିସ୍‌କମ୍‌ର ସିଏଜି ଅଡିଟ୍ ବାଟ ଖୋଲିଲା

Jun 26, 2026 - 07:03
High Court: ହାଇକୋର୍ଟରେ ଦିଲ୍ଲୀ ଡିସ୍‌କମ୍‌ର ଆବେଦନ ଖାରଜ: ଓଡ଼ିଶା ଡିସ୍‌କମ୍‌ର ସିଏଜି ଅଡିଟ୍ ବାଟ ଖୋଲିଲା

"ଭୁବନେଶ୍ୱର: ଦିଲ୍ଲୀ ହାଇକୋର୍ଟଙ୍କ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନି (ଡିସ୍‌କମ୍‌)ଗୁଡ଼ିକର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ଦ୍ବାରା ଅଡିଟ୍‌ ପାଇଁ ବାଟ ଖୋଲିଛି।

ଏହି ରାୟ ପରେ ଓଡ଼ିଶାରେ ଟାଟା ପାୱାର ଦ୍ବାରା ପରିଚାଳିତ ଚାରିଟି ଡିସ୍‌କମ୍‌ର ସିଏଜି ଅଡିଟ୍‌ କରିବା ଦାବି ଜୋର ଧରିଛି।

ଦିଲ୍ଲୀର ଘରୋଇ ଡିସ୍‌କମ୍‌୍‌  "ବିଏସ୍‌ଇଏସ୍‌ ରାଜଧାନୀ" ଓ "ବିଏସ୍ଇ‌ଏସ୍‌ ଯମୁନା"ର ଆୟବ୍ୟୟ ଓ ବିଗତବର୍ଷର ଆକାଉଣ୍ଟ ସିଏଜି ଅଡିଟ୍‌ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା।Advertisment Lord Jagannath: ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ସେହି ମାମଲାରେ ଡିସ୍‌କମ୍‌ ଦ୍ବାରା ଦାୟର ରିଟ୍‌ ପିଟିସନ୍‌କୁ ଗତ ୨୨ ତାରିଖରେ ଜଷ୍ଟିସ୍‌ ତେଜସ କାରିଆଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ।

ଶୁଣାଣି ବେଳେ ବିଏସ୍‌ଇଏସ୍‌ କୋର୍ଟଙ୍କୁ କହିଥିଲା ଯେ ଦିଲ୍ଲୀ ସରକାରଙ୍କ ନୋଟିସ୍ ପୂର୍ବ ନ୍ୟାୟିକ ନିଷ୍ପତ୍ତି ଓ ବିଦ୍ୟୁତ୍ ଅପିଲେଟ୍‌ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛି।

କିନ୍ତୁ, ଦିଲ୍ଲୀ ସରକାର ଯୁକ୍ତି ରଖିଥିଲେ ଯେ ସିଏଜି ଆଇନର ଧାରା ୨୦(୩) ଅନୁସାରେ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ଓ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିରୁ ଜନସାଧାରଣଙ୍କୁ ବଞ୍ଚାଇବା ପାଇଁ ଏହି ଅଡିଟ୍ ଜରୁରି।

ଦିଲ୍ଲୀ ଡିସ୍‌କମ୍‌ଗୁଡ଼ିକ ଆର୍ଥିକ ହେରଫେର ଓ ପାଣ୍ଠିର ଅନ୍ୟତ୍ର ବିନିଯୋଗ କରୁଥିବା ସରକାର ଅଭିଯୋଗ କରିିଥିଲେ।

ଉଭୟ ପକ୍ଷକୁ ଶୁଣିବା ପରେ  ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା କଠୋର ଓ ସଘନ ଅଡିଟ୍ ନିର୍ଦ୍ଦେଶାବଳୀର ପରିସର ବ୍ୟାପକ।

ଏହା ଡିସ୍‌କମ୍‌ଗୁଡ଼ିକର ଆକାଉଣ୍ଟ ଯାଞ୍ଚ କରିବା ପାଇଁ ସିଏଜିଙ୍କୁ ବାରଣ କରୁନାହିଁ।

ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ ପୂର୍ବରୁ ଦିଲ୍ଲୀ ସରକାର ବିଏସ୍‌ଇଏସ୍‌ର ଆପତ୍ତି ଶୁଣିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

Maharashtra Politics: ଏନ୍‌ସିପି (ଏସ୍‌ପି) ଦଳରେ ବିଭାଜନ ଖବରକୁ ଖଣ୍ଡନ କ‌ଲେ ଶରଦ ପାୱାର ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଯେ ବିଦ୍ୟୁତ୍‌ ଶୁଳ୍କ ନିର୍ଣ୍ଣୟ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସୁଲଭ ହୋଇପାରିବ।

ଓଡ଼ିଶା ବିଦ୍ୟୁତ୍‌ସେବା ପରିଚାଳନାରେ ନିୟୋଜିତ ଟାଟା ଡିସ୍‌କମଗୁଡିକୁ ସିଏଜି ଅଡିଟ୍‌ କରିବା ପାଇଁ ବିଦ୍ୟୁତ୍‌ ଆଇନ, ୨୦୦୩ର ଧାରା ୮୬(୨) ଅନୁସାରେ ଓଇଆରସି ଗତ ମାର୍ଚ୍ଚ ୨୪ରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ।

ରାଜ୍ୟର ଏକ କୋଟି ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା, ସରକାରୀ ପୁଞ୍ଜିନିବେଶର ସ୍ୱଚ୍ଛତା, ସ୍ମାର୍ଟମିଟର ଅନୁଦାନ ୭୩୫ କୋଟି ଟଙ୍କା  ଏବଂ ଟାଟା ଡିସ୍‌କମ୍‌ଗୁଡ଼ିକର ଆର୍ଥିକ କାରବାର ଯାଞ୍ଚ କରିବା ପାଇଁ  ରାଜ୍ୟପାଳ ସିଏଜି ଆଇନ ୧୯୭୧ର ଧାରା ୨୦(୩) ପ୍ରୟୋଗ କରି ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।"