Tamil Nadu CM Vijay : ସରକାରୀ ଚାକିରି ଆଶାୟୀଙ୍କୁ ବଡ଼ ଆଶ୍ୱସ୍ତି, ବୟସ ସୀମା ୫ ବର୍ଷ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଚେନ୍ନାଇ: ତାମିଲନାଡୁ ର ମୁଖ୍ୟମନ୍ତ୍ରୀ ସି.
ଜୋସେଫ ବିଜୟ ଶୁକ୍ରବାର (୩୦ ଅକ୍ଟୋବର ୨୦୨୬) ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମାରେ ୫ ବର୍ଷର ଛାଡ଼ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଏହି ନିୟମ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ।
Advertisment ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ଅଧିକାରିକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାମିଲ ହେଉଥିବା ସରକାରୀ ଚାକିରି ଆଶାୟୀଙ୍କ ଦାବିକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ଲାଗୁ ଥିବା ବୟସ ଛାଡ଼ ନିୟମ ସହିତ ଏହି ଅତିରିକ୍ତ ୫ ବର୍ଷର ଛାଡ଼ ମଧ୍ୟ ଲାଗୁ ହେବ।
ସରକାରଙ୍କ କହିବା ଅନୁଯାୟୀ, ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଅନେକ ପ୍ରାର୍ଥୀଙ୍କ ବୟସ ସୀମା ଅତିକ୍ରମ କରିଯାଇଥିଲା।
ଫଳରେ ସେମାନେ ଆବେଦନ କରିବାର ସୁଯୋଗ ହରାଇଥିଲେ।
ଏହି ସମସ୍ୟାର ସମାଧାନ ପାଇଁ ସରକାର ୫ ବର୍ଷର ଅତିରିକ୍ତ ବୟସ ଛାଡ଼ ଘୋଷଣା କରିଛନ୍ତି।
ଏହି ଛାଡ଼ ବିସି, ବିସି(ଏମ), ଏମବିସି, ଡିଏନସି, ଏସସି, ଏସଟି ବର୍ଗର ପ୍ରାର୍ଥୀ ଏବଂ ଅସହାୟ ବିଧବା ପ୍ରାର୍ଥୀଙ୍କୁ ପୂର୍ବରୁ ମିଳୁଥିବା ବୟସ ଛାଡ଼ ବ୍ୟତୀତ ଅତିରିକ୍ତ ଭାବେ ମିଳିବ।
ସଂଶୋଧିତ ନିୟମ ଅନୁଯାୟୀ ଆବେଦନ ପାଇଁ ଗ୍ରୁପ-୧ ସାଧାରଣ ବର୍ଗଙ୍କ ସର୍ବାଧିକ ବୟସ ୩୨ରୁ ବୃଦ୍ଧି କରାଯାଇ ୩୭ ବର୍ଷ, ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ୪୨ ବର୍ଷ, ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୫୨ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି।
ହଜାର ହଜାର ଚାକିରି ଆଶାୟୀ ଉପକୃତ ହେବେ ଗ୍ରୁପ୍-୨ ଏବଂ ଗ୍ରୁପ୍-୨ଏ ପଦବି ପାଇଁ ବୟସ ସୀମା ସାଧାରଣ ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୫ ବର୍ଷ କରାଯାଇଛି।
ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ରହିବ ନାହିଁ।
ଗ୍ରୁପ୍-୪ ପଦବି ପାଇଁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ନଥିବା ବିସି ଏବଂ ଏମବିସି ବର୍ଗର ପ୍ରାର୍ଥୀଙ୍କ ବୟସ ସୀମା ୩୭ ବର୍ଷକୁ ବୃଦ୍ଧି କରାଯାଇଛି।
ସେହିପରି ଏସସି ଏବଂ ଏସଟି ବର୍ଗର ପ୍ରାର୍ଥୀଙ୍କ ବୟସ ସୀମା ୪୦ ବର୍ଷ କରାଯାଇଛି।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ହଜାର ହଜାର ଚାକିରି ଆଶାୟୀ ଉପକୃତ ହେବେ ବୋଲି ଆଶା କରାଯାଉଛି।
ବୟସ ସୀମା ଅତିକ୍ରମ କରିବାକୁ ଯାଉଥିବା ଏବଂ ସରକାରୀ ଚାକିରି ପାଇବାକୁ ଆଉ ଏକ ସୁଯୋଗ ଅପେକ୍ଷାରେ ଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଆଣିଦେବ।
ନକ୍ସଲମୁକ୍ତ ସରଣ୍ଡା ଜଙ୍ଗଲରୁ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଜବତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
