Man Stranded in Tree ଜୀବନହାରିବାକୁ ସଲପ ପିଇ ଚଢ଼ିଥିଲେ ଗଛ, ଭାଙ୍ଗିଗଲା ଡାଳ

Oct 30, 2026 - 20:11
Man Stranded in Tree ଜୀବନହାରିବାକୁ ସଲପ ପିଇ ଚଢ଼ିଥିଲେ ଗଛ, ଭାଙ୍ଗିଗଲା ଡାଳ

ମୈଦଲପୁର: 'ମାରେ ହରି ରଖେ କିଏ, ରଖେ ହରି ମାରେ କିଏ' ଆପ୍ତ ବଚନ ଶୁଣିଥିଲେ।

ଏହାର ଆଉ ଏକ ପ୍ରମାଣ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରୁ ମିଳିଛି।

ପୁଅ ମଦ ପିଇବାକୁ ଟଙ୍କା ନଦେବାରୁ ବାପା ଆତ୍ମହତ୍ୟା କରିବାକୁ ଦଉଡ଼ି ଧରି ଗଛ ଉପରକୁ ଚଢ଼ିଥିଲେ, କିନ୍ତୁ ଦୈବାତ୍‌ ଗଛଡାଳ ଭାଙ୍ଗିପଡ଼ିବାରୁ ଏକ ଡାଳରେ କଚାଡ଼ି ହୋଇପଡ଼ି ଝୁଲି ରହିଲେ।

ଶେଷରେ ଖବର ପାଇ ଦମକଳବାହିନୀ ପହଞ୍ଚି ବ୍ୟକ୍ତିଙ୍କୁ ଅକ୍ଷତ ଉଦ୍ଧାର କରିଛି।

Advertisment Death: ଗଛରେ ଝୁଲିପଡ଼ିଲେ ହଷ୍ଟେଲ ଛାତ୍ରୀ, କାରଣ ଅସ୍ପଷ୍ଟ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକୋତ୍ରା ପଞ୍ଚାୟତ ଅନ୍ତର୍ଗତ ଖୁଡ଼ିଗୁଡା ଗ୍ରାମର ରାମ ମୁଦୁଲି।

ଆଜି (ଶୁକ୍ରବାର) ଅପରାହ୍‌ଣରେ ନିଜ ପୁଅଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ।

ତେବେ ପୁଅମାନେ ଟଙ୍କା ଦେବାକୁ ରୋକଠୋକ୍‌ ମନା କରିଦେଇଥିଲେ।

ଶେଷରେ ପାଖରେ ଯାହା କିଛି ଟଙ୍କା ଥିଲା ସେଥି ସହ ଧାରଉଧାର କରି ସଲପ ମଦ ପିଇଥିଲେ।

ପୁଅମାନେ ଟଙ୍କା ଦେଇନଥିବାରୁ ନିଶାଶକ୍ତ ଅବସ୍ଥାରେ ଏକ ଦଉଡ଼ି ଧରି ଏକ ଗଛ ଉପରେ ଚଢ଼ିଥିଲେ।

କିନ୍ତୁ ଫାଶୀ ପାଇଁ ଗଛ ଡାଳରେ ଦଉଡ଼ି ବାନ୍ଧିବା ପୂର୍ବରୁ ଡାଳଟି ଭାଙ୍ଗିଯାଇଥିଲା ଏବଂ ସେ କଚାଡ଼ି ହୋଇ ଆଉ ଏକ ଡାଳରେ ପଡ଼ି ଯାଇଥିଲେ।

ସେଠାରେ ସେ ଅନେକ ସମୟ ଝୁଲି ରହିଥିଲେ।

Death: ରାଜଧାନୀରେ ଚାଞ୍ଚଲ୍ୟ: ତ୍ରିକୋଣୀୟ ପ୍ରେମ ପାଇଁ ଝୁଲିପଡ଼ିଲେ ନର୍ସ ପ୍ରାୟ ସନ୍ଧ୍ୟା ସମୟରେ ସେହି ରାସ୍ତା ଦେଇଯାଉଥିବା କେତେକ ଲୋକ ରାମଙ୍କୁ ଦେଖି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।

ପାପଡ଼ାହାଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ସୁରକ୍ଷିତ ଭାବେ ରାମଙ୍କୁ ଗଛ ଉପରୁ ତଳକୁ ଓହ୍ଲାଇ ଆଣି ଘରେ ପହଞ୍ଚାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)