Symbol of world peace: ଓଡ଼ିଶାରେ ଜନ୍ମିତ ଆଲୋକ ପାଲଟିଛି ବିଶ୍ବଶାନ୍ତିର ପ୍ରତୀକ

Jun 10, 2026 - 07:34
Symbol of world peace: ଓଡ଼ିଶାରେ ଜନ୍ମିତ ଆଲୋକ ପାଲଟିଛି ବିଶ୍ବଶାନ୍ତିର ପ୍ରତୀକ

"୨୦୨୨ ମସିହାର କଥା।

ଦଳେ ବୌଦ୍ଧ ସନ୍ନ୍ୟାସୀ ଭାରତକୁ ଶାନ୍ତି ପଦଯାତ୍ରାରେ ଆସି ଓଡ଼ିଶା ଦେଇ ଯାଉଥାନ୍ତି।

ଏତିକିବେଳେ ଏକ ବୁଲା କୁକୁର ସେମାନଙ୍କ ସହିତ ଚାଲିବାକୁ ଲାଗିଲା।

ତା"ର ଶାନ୍ତ ଓ ସହାନୁଭୂତିଶୀଳ ସ୍ବଭାବ ସନ୍ନ୍ୟାସୀମାନଙ୍କୁ ଆକର୍ଷିତ କରିଥିଲା।

କୁକୁରଟି ଖୁବ୍ କମ୍‌ ସମୟରେ ସେମାନଙ୍କ ଘନିଷ୍ଠ ସାଥୀ ପାଲଟିଗଲା।

ସେବେଠାରୁ ସେ "ଵାକ୍‌ ଫର୍‌ ପିସ୍‌" (ଶାନ୍ତି ପାଇଁ ପଦଯାତ୍ରା) ସଂଗଠନର ସନ୍ନ୍ୟାସୀମାନଙ୍କ ସହ ଦୀର୍ଘ ଯାତ୍ରାରେ ପୃଥିବୀ ଭ୍ରମଣ କରୁଛି।

ସନ୍ନ୍ୟାସୀମାନେ ତା" ନାମ ରଖିଛନ୍ତି "ଆଲୋକ"।Advertisment Cricket: ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମ୍‌କୁ "ଡିମେରିଟ୍‌ ପଏଣ୍ଟ" ଗତବର୍ଷ ସେ ସେହି ସନ୍ନ୍ୟାସୀ ଦଳ ସହିତ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲା।

ସେଠାରେ ସେ ୩୭୦୦ କିଲୋମିଟର ପଦଯାତ୍ରା କରିଛି।

ଶ୍ରୀଲଙ୍କା ଓ ଥାଇଲାଣ୍ଡ୍‌ରେ ମଧ୍ୟ "ଆଲୋକ" ଶାନ୍ତି ପଦଯାତ୍ରା କରିଛି।

ବିଦେଶରେ ପଦଯାତ୍ରା ସମୟରେ "ଆଲୋକ"ର ଲୋକପ୍ରିୟତା ଖୁବ୍ ବଢ଼ିଯାଇଥିଲା।

ଇତିମଧ୍ୟରେ ସେ ଶାନ୍ତି ଓ ଦୟାର ବାର୍ତ୍ତା ପ୍ରସାର କରୁଥିବା ବିଶ୍ବସ୍ତ ସାଥୀ ପାଲଟିଯାଇଛି।

ସାମାଜିକ ଗଣମାଧ୍ୟମରେ ମଧ୍ୟ ଆଲୋକ ଖୁବ୍ ପ୍ରସିଦ୍ଧ।

ଇନ୍‌ଷ୍ଟାଗ୍ରାମ୍‌େର ତା" ପ୍ରୋଫାଇଲ୍‌ର ଅନୁଗାମୀ ସଂଖ୍ୟା ସାଢ଼େ ଚାରି ଲକ୍ଷରୁ ଅଧିକ।

ଉଲ୍ଲେଖଯୋଗ୍ୟ ଯେ, "ଆଲୋକ" ଅଳ୍ପଦିନ ତଳେ "ଵାକ୍‌ ଫର୍‌ ପିସ୍‌" ସଦସ୍ୟଙ୍କ ସହିତ ଭାରତକୁ ‌େଫରି ଆସିଛି।

VBG-RAM-G scheme: ଓଡ଼ିଶାକୁ ମିଳିବ ୩୭୬୩ କୋଟି ଟଙ୍କା‌"