Know Brain: ବ୍ରେନ୍ ଟ୍ୟୁମର୍କୁ ଚିହ୍ନନ୍ତୁ, ନିରୋଗ ରହନ୍ତୁ
"ଆମ ଶରୀରରେ ଯେତେ ପ୍ରକାର କଳ କବ୍ଜା ରହିଛି, ସେଥିରୁ ପ୍ରମୁଖ ହେଉଛି ବ୍ରେନ୍ ବା ମସ୍ତିଷ୍କ।
ଏହାକୁ ପ୍ରଭାବିତ କରୁଥିବା ରୋଗ ମଧ୍ୟରୁ ଶୀର୍ଷରେ ରହିଛି ବ୍ରେନ୍ ଟ୍ୟୁମର୍।
ଏ ସମ୍ପର୍କରେ ସମସ୍ତେ ଜାଣି ରଖିବା ଜରୁରି।ବ୍ରେନ୍ ଟ୍ୟୁମର୍କୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ- ପ୍ରାଇମେରି ଓ ସେକେଣ୍ଡାରି।
ପ୍ରାଇମେରି ଟ୍ୟୁମର୍ ସିଧା ମସ୍ତିଷ୍କରୁ ହିଁ ଆରମ୍ଭ ହେଉଥିବା ବେଳେ ସେକେଣ୍ଡାରି ଟ୍ୟୁମର୍ ଶରୀରର ଅନ୍ୟ କୌଣସି ଅଂଶରୁ ମସ୍ତିଷ୍କକୁ ବ୍ୟାପିଥାଏ।
ପୁଣି ବ୍ରେନ୍ ଟ୍ୟୁମରକୁ ଏହାର ପ୍ରଭାବ ଅନୁସାରେ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ।
ବିନାଇନ୍ ବ୍ରେନ୍ ଟ୍ୟୁମର୍ ଧୀରେ ଧୀରେ ବଢ଼ୁଥିବା ବେଳେ ଅଳ୍ପ କ୍ଷତିକାରକ।
ଅନ୍ୟପଟେ ମାଲିଗନାଣ୍ଟ୍ ବ୍ରେନ୍ ଟ୍ୟୁମର୍ ଦ୍ରୁତ ବେଗରେ ବଢ଼ିଥାଏ ଓ ଏହା କ୍ୟାନ୍ସର ପ୍ରବଣ ହୋଇଥାଏ।
ଏହି ଦୃଷ୍ଟିରୁ ଏହା କ୍ଷତିକାରକ।
ଆସନ୍ତୁ ବିଭିନ୍ନ ପ୍ରକାରର ବ୍ରେନ୍ ଟ୍ୟୁମର୍ ଉପରେ ନଜର ପକାଇବା।Advertisment Dengue: ଏଣିକି ବର୍ଷସାରା ଡେଙ୍ଗୁ ଭୟ ଗ୍ଲାଇଓମାସ୍: ଏହି ଟ୍ୟୁମର୍ ମସ୍ତିଷ୍କର "ଗ୍ଲାଇଆଲ୍ କୋଷ"ରୁ ଆରମ୍ଭ ହୋଇଥାଏ।
ଏହା ଉଭୟ ବିନାଇନ୍ ଓ ମାଲିଗ୍ନାଣ୍ଟ ହୋଇପାରେ।
ଗ୍ଲାଇଓବାଷ୍ଟୋମା ହେଉଛି ସବୁଠାରୁ ଅଧିକ ହେଉଥିବା ମାଲିଗ୍ନାଣ୍ଟ ଟ୍ୟୁମର।ମେନିଞ୍ଜିଓମାସ୍: ଏହି ଟ୍ୟୁମର ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡକୁ ଘୋଡ଼ାଇ ରଖିଥିବା ପତଳା ଟିସୁ ସ୍ତରରେ ସୃଷ୍ଟି ହୋଇଥାଏ।
ଏହା ବିନାଇନ୍ ଶ୍ରେଣୀୟ ଟ୍ୟୁମର।ପିଟୁଇଟାରି ଆଡେନୋମାସ୍: ଏହା ଶରୀରର ହରମୋନ୍ ସ୍ତରକୁ ନିୟନ୍ତ୍ରଣ କରୁଥିବା ପିଟୁଇଟାରି ଗ୍ରନ୍ଥିରେ ସୃଷ୍ଟି ହୁଏ।
ଶ୍ୱାନୋମାସ୍: ଏହାକୁ କେତେକ ସ୍ଥଳରେ "ଅକୋଷ୍ଟିକଡ଼୍ ନିଉରୋମାସ୍" ଟ୍ୟୁମର କୁହାଯାଏ।
ଏହା ସ୍ନାୟୁଗୁଡ଼ିକୁ ସୁରକ୍ଷା ଦେଉଥିବା କୋଷରୁ ଆରମ୍ଭ ହୋଇଥାଏ ଓ ପ୍ରାୟତଃ ଶ୍ରବଣଶକ୍ତି ଓ ଶାରୀରିକ ସନ୍ତୁଳନକୁ ପ୍ରଭାବିତ କରିଥାଏ।
ମେଡୁଲୋବ୍ଲାଷ୍ଟୋମାସ୍: ଏହା ମସ୍ତିଷ୍କର "ସେରିବେଲମ୍" ଅଂଶରୁ ସୃଷ୍ଟି ହୋଇଥାଏ, ଯାହା ଶରୀରର ଚଳପ୍ରଚଳ କ୍ଷମତା ଓ ସନ୍ତୁଳନକୁ ନିୟନ୍ତ୍ରଣ କରେ।
ସେକେଣ୍ଡାରି ବ୍ରେନ୍ ଟ୍ୟୁମର୍: ଶରୀରର ଅନ୍ୟ କୌଣସି ଅଂଶରେ ହୋଇଥିବା ଟ୍ୟୁମର ମସ୍ତିଷ୍କକୁ ବ୍ୟାପିଲେ ତାହାକୁ ଏହି ଶ୍ରେଣୀଭୁକ୍ତ କରାଯାଏ।
ଅର୍ଥାତ୍ ଟ୍ୟୁମରର ପ୍ରାଥମିକ ଉତ୍ପତ୍ତି ସ୍ଥଳ ମସ୍ତିଷ୍କ ନୁହେଁ, ଅନ୍ୟ ସ୍ଥାନରେ ରହିଥାଏ।
Juice: ଜୁସ୍ ବନାମ ଥଣ୍ଡା ପାନୀୟ ପ୍ରମୁଖ ଲକ୍ଷଣ: ଟ୍ୟୁମର୍ର ଆକାର ଓ ଏହା ମସ୍ତିଷ୍କର କେଉଁ ଅଂଶରେ ରହିଛି, ସେହି ଅନୁସାରେ ଲକ୍ଷଣ ଭିନ୍ନ ଭିନ୍ନ ହୋଇପାରେ।
ଯେପରି ମୁଣ୍ଡବିନ୍ଧା, ବାନ୍ତି ଲାଗିବା, ବାତ ମାରିବା, ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତିରେ ସମସ୍ୟା, ମାନସିକ ଦକ୍ଷତାରେ ପରିବର୍ତ୍ତନ ଓ ଶାରୀରିକ ଅସନ୍ତୁଳନ ଇତ୍ୟାଦି।
କାରଣ: ବ୍ରେନ୍ ଟ୍ୟୁମର୍ର ଠିକ୍ କାରଣ ଏଯାବତ୍ ସ୍ପଷ୍ଟ ହୋଇ ନାହିଁ।
ତେବେ ଉଭୟ ସ୍ବାଭାବିକ ଓ ଚିକିତ୍ସାଗତ କାରଣ ଏଥିପାଇଁ ଦାୟୀ।
ଏହା ବଂଶଗତ କାରଣରୁ ହୋଇପାରେ ଅଥବା ଅଧିକ ଏକ୍ସ୍-ରେ, ସିଟିସ୍କାନ୍ ଭଳି ଶକ୍ତିଶାଳୀ ରଶ୍ମି ପଡ଼ିବାର ପାର୍ଶ୍ବପ୍ରଭାବରୁ ବି ହୋଇପାେର।
ଏହା ଯେକୌଣସି ବୟସରେ ହୋଇପାରେ।
ଚିକିତ୍ସା: ଏହାର ଚିକିତ୍ସା ରୋଗୀଙ୍କ ବୟସ, ସ୍ୱାସ୍ଥ୍ୟାବସ୍ଥା ଓ ଟ୍ୟୁମର୍ର ପ୍ରକାର ଉପରେ ନିର୍ଭର କରେ।ଯଦି ସମ୍ଭବ ହୁଏ, ତେବେ ଅପରେସନ୍ କରି ମସ୍ତିଷ୍କରୁ ଟ୍ୟୁମର୍କୁ ବାହାର କରିଦିଆଯାଏ।
ରେଡିଏସନ୍ ଥେରାପିରେ ଉଚ୍ଚ ଶକ୍ତିସମ୍ପନ୍ନ ରଶ୍ମି ପ୍ରୟୋଗ କରି ଟ୍ୟୁମର୍ କୋଷଗୁଡ଼ିକୁ ନଷ୍ଟ କରାଯାଏ।
ପୁଣି କେମୋଥେରାପିରେ ଔଷଧ କିମ୍ବା ଇଞ୍ଜେକ୍ସନ୍ ସାହାଯ୍ୟରେ କ୍ୟାନ୍ସର୍ କୋଷଗୁଡ଼ିକୁ ମାରିଦିଆଯାଏ।
ବ୍ରେନ୍ ଟ୍ୟୁମର୍ ଚିକିତ୍ସାରେ ନୂତନ ଉଦ୍ଭାବନ ମୁଖ୍ୟତଃ ଚିକିତ୍ସା ସହ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ସୁରକ୍ଷିତ ରଖିବା ଉପରେ ଅଧିକ ଗୁରୁତ୍ୱ ଦେଉଛି।
ଏହି କ୍ରମରେ ଲେଜର୍ ଇଣ୍ଟର୍ଷ୍ଟିସିଆଲ୍ ଥର୍ମାଲ୍ ଥେରାପି (ଏଲ୍ଆଇଟିଟି), ବ୍ଲଡ୍-ବ୍ରେନ୍ ବ୍ୟାରିୟର୍କୁ ଭେଦ କରିବା ପାଇଁ ଏମ୍ଆର୍ଆଇ-ଗାଇଡେଡ୍ ଫୋକସ୍ଡ ଅଲ୍ଟ୍ରାସାଉଣ୍ଡ୍ ଓ ଟ୍ୟୁମର୍ର ନିର୍ଦ୍ଦିଷ୍ଟ ଜେନେଟିକ୍ ମ୍ୟୁଟେସନ୍କୁ ଲକ୍ଷ୍ୟ କରୁଥିବା ପର୍ସନାଲାଇଜ୍ଡ ମଲିକ୍ୟୁଲାର୍ ଥେରାପି ଆସେ।"