USA: ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ: ‘ସଂଘର୍ଷ ନିବାରଣ କକ୍ଷ’ ଗଠନ ହେବ

Jun 22, 2026 - 23:09
USA: ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ: ‘ସଂଘର୍ଷ ନିବାରଣ କକ୍ଷ’ ଗଠନ ହେବ

"ନୂଆଦିଲ୍ଲୀ: ଯୁଦ୍ଧ ବନ୍ଦ ପାଇଁ ଚୂଡ଼ାନ୍ତ ରାଜିନାମାରେ ପହଞ୍ଚିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ମଧ୍ୟରେ ସ୍ବିଜରଲ୍ୟାଣ୍ଡରେ ଆରମ୍ଭ ହୋଇଥିବା ଆଲୋଚନାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି।

ଏହି ପର୍ଯ୍ୟାୟ ଆଲୋଚନାରେ ଅଗ୍ରଗତି ଉତ୍ସାହଜନକ ରହିଛି ବୋଲି ମଧ୍ୟସ୍ଥ କତର ଓ ପାକିସ୍ତାନ ପକ୍ଷରୁ କୁହାଯାଇଛି।

ସୋମବାର ସେମାନେ ଜାରି କରିଥିବା ଏକ ମିଳିତ ବିବୃତିରେ କହିଛନ୍ତି ଯେ, ଉଭୟ ପକ୍ଷ ୬୦ ଦିନ ମଧ୍ୟରେ ଚୂଡ଼ାନ୍ତ ରାଜିନାମାରେ ପହଞ୍ଚିବା ପାଇଁ ଏକ ରୋଡ୍‌ମ୍ୟାପ୍‌ରେ ରାଜି ହୋଇଛନ୍ତି।Advertisment ଇରାନର ବିଦେଶ ମନ୍ତ୍ରୀ ସୟେଦ ଅବ୍ବାସ ଆରାଘଚି କହିଛନ୍ତି, ଲେବାନନ ସଂଘର୍ଷରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ବଡ଼ ଅଗ୍ରଗତି ହୋଇଛି।

ଲେବାନନ ଯୁଦ୍ଧ ଶେଷ କରିବା ପାଇଁ ପାକିସ୍ତାନ ଓ କତରର ମଧ୍ୟସ୍ଥତା ବିଶେଷ ଅଗ୍ରଗତି ଆଣିଛି ବୋଲି ଆରାଘଚି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି।

ଇରାନ ଉପରୁ ତେଲ ଓ ପେଟ୍ରୋରସାୟନ ରପ୍ତାନି କଟକଣା ହଟାଇ ଦିଆଯାଇଛି।

ଅଚଳ କରି ଦିଆଯାଇଥିବା କିଛି ସମ୍ପତ୍ତିକୁ ମୁକ୍ତ କରାଯାଇଛି।

ଇରାନ ପାଇଁ ବଡ଼ଧରଣର ପୁନର୍ଗଠନ ଓ ବିକାଶ ଯୋଜନା ଆରମ୍ଭ ହୋଇଛି ‌ବୋଲି ସେ କହିଛନ୍ତି।

ଇରାନର ମୁଖ୍ୟ ଆଲୋଚନାକାରୀମାନେ ଦୀର୍ଘ ୧୮ ଘଣ୍ଟା ଧରି ଆଲୋଚନା କରିବା ପରେ ସୋମବାର ଇରାନ ଅଭିମୁଖେ ଯାତ୍ରା କରିଛନ୍ତି।

କିନ୍ତୁ ଉଭୟ ପକ୍ଷ ମଧ୍ୟରେ ବୈଷୟିକ ଆଲୋଚନା ଜାରି ରହିବ ବୋଲି ଇରାନ ଗଣମାଧ୍ୟମ କହିଛି।

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଲୋଚନାରେ ହୋଇଥିବା ବଡ଼ ଅଗ୍ରଗତିକୁ ପ୍ରଶଂସା କରିଛନ୍ତି।

ତେହେରାନ ନିୟମକୁ କିଭଳି ପାଳନ କରିଛି ତାହାକୁ ଜାତିସଂଘର ଆଣବିକ ନିରୀକ୍ଷକମାନେ ଅନୁଧ୍ୟାନ କରିବେ ବୋଲି ଭାନ୍ସ କହିଛନ୍ତି।

ତେବେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ କହିଛନ୍ତି ଆବଶ୍ୟକ ଥିବା ପର୍ଯ୍ୟନ୍ତ ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ ରହିବ।

ଆହୁରି ପଢନ୍ତୁ: mud wall collapsed ପ୍ରବଳ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଗର୍ଭବତୀ ମହିଳା ଗୁରୁତର ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକର ନିରାପଦ ଯାତ୍ରା ଏବଂ କୌଣସି ପ୍ରକାର ଭୁଲ୍‌ ବୁଝାମଣା ଯେଭଳି ନ ହେବ ସେଥିପାଇଁ ଏକ ଯୋଗାଯୋଗ ନେଟୱର୍କ ସ୍ଥାପନ କରାଯାଇଛି।

ଲେବାନନରେ ସାମରିକ କାର୍ଯ୍ୟାନୁଷ୍ଠାନର ଅନ୍ତ ଘଟାଇବା ପାଇଁ ଆମେରିକା, ଇରାନ ଓ ଲେବାନନ ମଧ୍ୟରେ ଏକ "ସଂଘର୍ଷ ନିବାରଣ କକ୍ଷ" ଗଠନ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି।

ପ୍ରଥମ ପ୍ରକୃତ ପରୀକ୍ଷା ଲେବାନନ "ସଂଘର୍ଷ ନିବାରଣ କକ୍ଷ" ହେବ ବୋଲି ଆରାଘାଚି କହିଛନ୍ତି।

ଲେବାନନ ରାଷ୍ଟ୍ରପତି ଯୋ‌ସେଫ ଆଉନ ଆମେରିକା ଓ କତରର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ବିଶେଷକରି ଲେବାନନରେ କିଭଳି ଯୁଦ୍ଧବିରତିକୁ କାର୍ଯ୍ୟକାରୀ କରାଯିବ ସେ ନେଇ ଆଲୋଚନା କରିଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଆମେରିକା ପକ୍ଷରୁ ଇରାନ ତେଲ ଉପରେ ଲଗାଯାଇଥିବା କଟକଣାକୁ ଆସନ୍ତା ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ସାମୟିକଭାବେ କୋହଳ କରାଯାଇଛି।

ଇରାନ ତେଲ ଉତ୍ପାଦନ ଓ ବିକ୍ରି କରିବା ନେଇ ଆମେରିକା ଅନୁମତି ଦେଇଛି।

"