Babu's car: ବାବୁଙ୍କ ଗାଡ଼ି ଖର୍ଚ୍ଚ କମିଲା
"ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଇନ୍ଧନ ସଂରକ୍ଷଣ କ୍ଷେତ୍ରରେ ବିଡିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ବାବୁଙ୍କ ଗାଡ଼ି ଖର୍ଚ୍ଚ କାଟ୍ ପାଇଁ ନିର୍ଦ୍ଦେଶନାମା ଜାରି କରିଛି।
ପୂର୍ବରୁ ବିଡିଏର ବାବୁମାନେ ପ୍ରତି ମାସରେ ସରକାରୀ ଗାଡ଼ି ଅତିବେଶିରେ ୨ହଜାର କିଲୋମିଟର ଗଡ଼ାଇ ପାରିବାର ନିୟମ ରହିଥିଲା।
ଏହି ନିୟମରେ ପରିବର୍ତ୍ତନ କରି ବାବୁମାନେ ଅତିବେଶିରେ ପ୍ରତି ମାସରେ ୧୫ଶହ କିଲୋମିଟର ପର୍ଯ୍ୟନ୍ତ ସରକାରୀ ଗାଡ଼ି ଗଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିରୁ ପ୍ରାୟ ୨୫ ପ୍ରତିଶତ ଖର୍ଚ୍ଚ ବଞ୍ଚାଇ ପାରିବୁ ବୋଲି ବିଡିଏ କହିଛି।Advertisment Know Brain: ବ୍ରେନ୍ ଟ୍ୟୁମର୍କୁ ଚିହ୍ନନ୍ତୁ, ନିରୋଗ ରହନ୍ତୁ Retired engineer: ନକଲି ପୁଲିସ ଧମକରେ ଫସିଗଲେ ଅବସରପ୍ରାପ୍ତ ଯନ୍ତ୍ରୀ: ଗିରଫ ଭୟରେ ଦେଇଦେଲେ ୧.୩୮କୋଟି ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ତୈଳ ସଂକଟ ପରିସ୍ଥିତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଂରକ୍ଷଣ ବାର୍ତ୍ତା ପରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏ ସଂପର୍କରେ ସବୁ ବିଭାଗ ଦୃଷ୍ଟି ଦେବାକୁ କହିଛନ୍ତି।
ଅତି ଜରୁରୀ କାମ ନ ଥିଲେ, ସରକାରୀ ବସ୍ ଅବା ଅନ୍ୟ ସରକାରୀ ପରିବହନ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦେଇଛନ୍ତି।
ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗପକ୍ଷରୁ ଏକ ଚିଠି ଉଭୟ ବିଡିଏ ଓ ବିଏମ୍ସିକୁ କରାଯାଇଥିଲା।
ବିଡିଏ ଏହି ଚିଠିର ଅନୁପାଳନ ପୂର୍ବକ ଆଜିଠାରୁ ଇନ୍ଧନ ସଂରକ୍ଷଣର ଏଭଳି ପଦକ୍ଷେପ ଆରମ୍ଭ କରିଛି।
ବିଡିଏ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଅଧିକାରୀଙ୍କ ପାଇଁ ମାସିକ ଯାନବାହାନ ବ୍ୟବହାର ସୀମା ୨୦୦୦ କିଲୋମିଟରରୁ ୧୫୦୦ କିଲୋମିଟରକୁ ହ୍ରାସ କରାଯାଇଛି।ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି, ସରକାରୀ ବ୍ୟବସ୍ଥାରେ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କମ୍ କରିବା ପାଇଁ ଏଭଳି ସଂଶୋଧିତ ସୀମା ଲାଗୁ କରାଯାଇଛି।
ଇନ୍ଧନ ସଂକଟ ସ୍ଥିତିରେ ସୁଧାର ନ ଆସିବା ଓ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ।
ଇନ୍ଧନ ଖର୍ଚ୍ଚ କମାଇବା ପାଇଁ ବିଡିଏ କର୍ତ୍ତୃପକ୍ଷ ଭର୍ଚୁଆଲ୍ ବୈଠକକୁ ଗୁରୁତ୍ବ ଦେଉଛନ୍ତି।
ସମୀକ୍ଷା ବୈଠକ, ତାଲିମ ଓ କର୍ମଶାଳାକୁ ଭର୍ଚୁଆଲ୍ ବୈଠକ ଜରିଆରେ କରିବାକୁ ଯୋଜନା ହୋଇଛି।
ଅଧିକାରୀଙ୍କୁ ସମ୍ଭବ ହେଲେ ସାଧାରଣ ପରିବହନର ଉପଯୋଗ ପାଇଁ ପରାମର୍ଶ ଦିଆଯାଇଛି।"