suspicious death case ପୁଲିସ ରଖିଲାନି ଅଭିଯୋଗ, ଆରଡ଼ି ଫାଣ୍ଡି ଘେରିଲେ ଶତାଧିକ ଗ୍ରାମବାସୀ
"ଭଦ୍ରକ/ଆରଡ଼ି(ହରିହର ନାୟକ): ରାଜ୍ୟରେ ପୁଣି ଏକ ଘଟଣାରେ ପୁଲିସର ଖାମଖିଆଲି ମନୋଭାବ ପଦାରେ ପଡ଼ିଛି।
ଏକ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ଥାନାକୁ ହତ୍ୟା ସନ୍ଦେହ କରି ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ, କିନ୍ତୁ ଫାଣ୍ଡି ଅଧିକାରୀ ଏହି ଅଭିଯୋଗ ଗ୍ରହଣକରିବାକୁ ମନା କରିଦେଇଥିଲେ।
ଏହାକୁ ନେଇ ଶତାଧିକ ଗ୍ରାମବାସୀ ଫାଣ୍ଡିକୁ ଘେରାଉ କରିଛନ୍ତି।
Advertisment ସୂଚନାନୁସାରେ, ଧୂଷୁରୀ ଥାନା ଆରଡ଼ି ଫାଣ୍ଡି ଅନ୍ତର୍ଗତ ସାଠିବାଙ୍କୁଡ଼ା ଗାଁର ଚନ୍ଦ୍ରକାନ୍ତ ମହାକୁଡ଼ଙ୍କ ଝୁଲନ୍ତା ଶବ ଜୁନ୍ ୧୭ ଅପରାହ୍ଣରେ ଗାଁ ନିକଟରେ ଜଣେ ବ୍ୟକ୍ତିଙ୍କ ବାଡ଼ିପଟ ଏକ ଗଛରୁ ଉଦ୍ଧାର କରାଯାଇଥିଲା।
ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା।
ଏହି ସମୟରେ ପରିବାର ଲୋକ ଚନ୍ଦ୍ରକାନ୍ତ ମୋବାଇଲ୍ର ମେସେଜ୍, ଫଟୋ ଆଦି ଦେଖି ଏହା ହତ୍ୟା ବୋଲି ସନ୍ଦେହ କରିଥିଲେ।
କେବଳ ଏହାନୁହେଁ ମୃତ ଯୁବକର ବେକ ସମେତ ଶରୀର ବିଭିନ୍ନ ସ୍ଥାନରେ ଗାତ ଭଳି କ୍ଷତ ରହିଥିଲା।
ଏଥିରୁ ପରିବାର ଓ ପାଖ ପଡ଼ୋଶୀ ଚନ୍ଦ୍ରକାନ୍ତଙ୍କୁ କେହି ହତ୍ୟା କରିଥିବା ଆଶଙ୍କା କରିଥିଲେ।
ଚନ୍ଦ୍ରକାନ୍ତଙ୍କୁ ଘରୁ ଡାକି ହତ୍ୟା କରାଯାଇଛି ବୋଲି ଚନ୍ଦ୍ରକାନ୍ତଙ୍କ ଭାଇ ଅଭିଯୋଗ କରିଛନ୍ତି।
ତେବେ ଶବ ମିଳିବାର ୪ ଦିନ ପରେ ପରିବାର ସଦସ୍ୟ ଆରଡ଼ି ଫାଣ୍ଡିକୁ ଏତଲା ଦେବାକୁ ଆସିଥିଲେ।
ତେବେ ପୁଲିସ ସେମାନଙ୍କ ଏତଲା ଗ୍ରହଣ କରିବାକୁ ମନା କରିଦେଇଥିଲା।
ଏଥିରେ ମୃତ ଚନ୍ଦ୍ରକାନ୍ତଙ୍କ ପରିବାର, ବନ୍ଧୁ ଓ ଗାଁ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାାଶ କରିଥିଲେ।
ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଆରଡ଼ି ଫାଣ୍ଡି ଘେରାଓ କରିଥିଲେ।
ଫାଣ୍ଡି ଘେରାଓ ସମୟରେ ଫାଣ୍ଡି ପରିସରରେ ଉତ୍ତେଜନା ଦେଖାଯାଇଥିଲା।
ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଉତ୍ତ୍ୟେକ୍ତ ଲୋକମାନେ ହୋହାଲ୍ଲା କରିଥିଲେ।
ଏମିତିକି ତଦନ୍ତ ଦାବି କରି ମୃତ ଯୁବକର ମା, ପଡୋଶୀ ପୁଲିସ ଗୋଡ଼ ନିକଟରେ ପଡ଼ି ନେହୁରା ହୋଇଥିଲେ।
ପରେ ଆରଡ଼ି ଫାଣ୍ଡି ଅଧିକାରୀ ଅଭିଯୋଗ ପତ୍ର ରଖିବା ସହ ତଦନ୍ତ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
"