Neglect: ନିର୍ମାଣ ସରିବା ଆଗରୁ ଭାଙ୍ଗିଗଲା ମୟୂରଭଞ୍ଜ ସ୍ୱାଗତ ତୋରଣ

Jun 25, 2026 - 20:46
Neglect: ନିର୍ମାଣ ସରିବା ଆଗରୁ ଭାଙ୍ଗିଗଲା ମୟୂରଭଞ୍ଜ ସ୍ୱାଗତ ତୋରଣ

"ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲାର ପରିଚୟ ବହନ କରୁଥିବା ନବନିର୍ମିତ ସ୍ୱାଗତ ତୋରଣ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ହିଁ କ୍ଷତିଗ୍ରସ୍ତ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତୋରଣର ଶୀର୍ଷଭାଗରେ ସ୍ଥାପିତ ମୟୂର ପ୍ରତିମୂର୍ତ୍ତିର ଥଣ୍ଟ ଭାଙ୍ଗିଯାଇଥିବା ବେଳେ ଏହାର ନିର୍ମାଣ ଗୁଣବତ୍ତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।Advertisment ମୟୂରଭଞ୍ଜ ଜିଲ୍ଲାର ସଂସ୍କୃତି ତଥା ପର୍ଯ୍ୟଟନ ସ୍ଥଳୀ ପାଇଁ ଏହା ଅନ୍ୟ ଜିଲ୍ଲାମାନଙ୍କଠାରୁ ଭିନ୍ନ ଅଟେ।

ବିଭିନ୍ନ ଜିଲ୍ଲାରୁ ଆସୁଥିବା ଅତିଥି ପର୍ଯ୍ୟଟକ ତଥା ସମସ୍ତଙ୍କୁ ସ୍ୱାଗତ କରିବ ଏହି ଫାଟକ।

ବଡ଼ସାହି ବିଧାୟକ ସନାତନ ବିଜୁଳି ଦ୍ବିତୀୟ ଥର ବିଧାୟକ ହେବାପରେ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଭାବେ ଗତ ୨୦୨୪ ମସିହା ଅକ୍ଟୋବର ମାସରେ ମୟୂରଭଞ୍ଜ-ବାଲେଶ୍ୱର ଜିଲ୍ଲାର ସୀମାନ୍ତ ତଥା ୧୮ ନଂ ଜାତୀୟ ରାଜପଥର ବୈଶିଙ୍ଗା ଥାନା ଅଧୀନ କଳମା ଠାରେ ମୟୂରଭଞ୍ଜ ଜିଲ୍ଲାର ପ୍ରବେଶ ପଥରେ ଏକ  ମୟୂରଭଞ୍ଜ ସଂସ୍କୃତି ସମ୍ପନ୍ନ ସ୍ୱାଗତ ତୋରଣ ନିର୍ମାଣ ନିମନ୍ତେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବଡ଼ସାହି ବିଧାୟକ ସନାତନ ବିଜୁଳି ଅକ୍ଟୋବର ମାସରେ ଶହ ଶହ କର୍ମୀ ସାଧାରଣ ଜନତାଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଥିଲେl ପରେ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପାଖାପାଖି ୩୦ଲକ୍ଷ ଟଙ୍କାରେ ୩୦ଦିନ ଭିତରେ ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ସରିବ ବୋଲି ସୂଚନା ମିଳିଥିଲା l  Narendra Modi: ଉଲ୍ଲେଖନୀୟ ହେବ ମୟୂରଭଂଜ ଗସ୍ତ: ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ସୀମା ନିକଟରେ ନିର୍ମାଣାଧୀନ ଏହି ସ୍ୱାଗତ ତୋରଣକୁ ଜିଲ୍ଲାର ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟର ପ୍ରତୀକ ଭାବେ ଗଢ଼ାଯାଇଛି।

ତୋରଣ ଉପରେ ୨ଟି ମୟୁରର ଆକର୍ଷଣୀୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।

ମାତ୍ର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ୨ଟି ଯାକ ମୟୁରର ଥଣ୍ଟ ଭାଙ୍ଗିଯିବା ନିର୍ମାଣ କାର୍ଯ୍ୟରେ ଅବହେଳା ଓ ନିମ୍ନମାନର ସାମଗ୍ରୀ ବ୍ୟବହାରକୁ ନେଇ ସନ୍ଦେହ ସୃଷ୍ଟି କରିଛି।ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ସରକାରୀ ଅର୍ଥ ବ୍ୟୟ କରି ନିର୍ମାଣ ହେଉଥିବା ଏଭଳି ପ୍ରକଳ୍ପରେ ଗୁଣବତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଉଚିତ।

କିନ୍ତୁ କାମ ସରିବା ପୂର୍ବରୁ ଯଦି ତୋରଣର ଅଂଶବିଶେଷ ଭାଙ୍ଗିଯାଏ, ତେବେ ଏହାର ଦୀର୍ଘସ୍ଥାୟୀତ୍ୱ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ।

ଏହାର ଉଚିତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ମୟୂର ଥଣ୍ଟ ଭାଙ୍ଗିଯିବାର ଦୀର୍ଘ ଦିନ ବିତି ଯାଇଥିଲେ ବି ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଅଂଶର ମରାମତି କରାନଯିବା ସହ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ନକରାଯିବା ଚିନ୍ତାଜନକl ତେବେ ଏହି ଘଟଣା ପରେ ସରକାରୀ ପ୍ରକଳ୍ପରେ ନିର୍ମାଣ ମାନ ଓ ତଦାରଖ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

ମୟୂରଭଞ୍ଜର ଗୌରବ ଓ ପରିଚୟର ପ୍ରତୀକ ଭାବେ ନିର୍ମାଣ ହେଉଥିବା ଏହି ସ୍ୱାଗତ ତୋରଣର ଏଭଳି ଅବସ୍ଥା ଜିଲ୍ଲାବାସୀଙ୍କୁ ନିରାଶ କରିଥିବା ବେଳେ, ଶୀଘ୍ର ଏହାର ମରାମତି ସହ ଗୁଣାତ୍ମକ ନିର୍ମାଣ ସୁନିଶ୍ଚିତ କରିବାକୁ ଦାବି ଜୋର ଧରିଛି।ଏନେଇ ପ୍ରତିକ୍ରିୟା ନେବାପାଇଁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ବାରିପଦା ଆଇଟିଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ  ବାରମ୍ବାର ଫୋନ କରିଥିଲେ ବି ସେ ଫୋନ ଉଠାଇ ନଥିଲେ, ଯୋଉଁଥିପାଇଁ ପ୍ରତିକ୍ରିୟା ମିଳି ପାରିନଥିଲା l ତେବେ ଆଇଟିଡିଏର ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ କୋମଳଲୋଚନ ଟୁଡୁ କହିବା କଥା କି ତାଙ୍କ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ଦାଇତ୍ୱରେ ଥିବା ଅଧିକାରୀ ଏବାବଦରେ ଜାଣିଛନ୍ତି, ମୁଁ ପରେ ଯୋଗଦାନ କରିଥିବାରୁ ଏବାବଦରେ କିଛି ଜାଣେ ନାହିଁ l "