Sushant's death: ସୁଶାନ୍ତଙ୍କ ମୃତ୍ୟୁ ପରେ ପୂରା ପରିବାର କ୍ଷତିଗ୍ରସ୍ତ
"୨୦୨୦ ମସିହାରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଆଡ଼କୁ ଅଙ୍ଗୁଳି ଉଠିଥିଲା।
ସୁଶାନ୍ତଙ୍କ ସମ୍ପର୍କୀୟ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରି ଜେଲ୍ରେ ରଖାଯାଇଥିଲା।
ତେବେ ୨୦୨୫େର ସିବିଆଇ ରିୟାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିବା ପରେ ତାଙ୍କ ଜୀବନ ସ୍ବାଭାବିକ ହେବାରେ ଲାଗିଛି।
ଫରାହ ଖାଁଙ୍କ ୟ୍ୟୁଟ୍ୟୁବ୍ କାର୍ଯ୍ୟକ୍ରମରେ ରିୟା ସେହି ସମୟର ଦୁଃଖ ବଖାଣିଛନ୍ତି।
େସ କହିଛନ୍ତି ଯେ ତାଙ୍କ ପାଇଁ ସମଗ୍ର ପରିବାରକୁ କ୍ଷତି ସହିବାକୁ ପଡ଼ିଥିଲା।
ତାଙ୍କ ଭାଇ "କ୍ୟାଟ୍" ପରୀକ୍ଷାରେ ୯୭% ରଖି ଆଇଆଇଏମ୍ରେ ନାମ ଲେଖାଇଥିଲେ।
ତେବେ ଅଧା ସେମିଷ୍ଟର୍ ଜେଲ୍ରେ ବିତିବା ପରେ ସେ ବାଧ୍ୟ ହୋଇ ଏମ୍ବିଏ ପଢ଼ା ଛାଡ଼ିଦେଲେ।Advertisment Jackal attack: ବିଲୁଆ କାମୁଡ଼ାରେ ୪ ଆହତ, ମେଡ଼ିକାଲରେ ଚିକିତ୍ସିତ ସେହିପରି ତାଙ୍କ ପିତା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ହୋଇଥିବାରୁ ତାଙ୍କୁ ଏକ ବଡ଼ ଡାକ୍ତରଖାନାରେ ଚାକିରିର ପ୍ରସ୍ତାବ ମିଳିଥିଲା।
ତେବେ ସେ ରିୟାଙ୍କ ପିତା ବୋଲି ଜାଣିବା ପରେ ତାଙ୍କୁ ସେ ଚାକିରି ମିଳିଲା ନାହିଁ।
ରିୟାଙ୍କୁ ମଧ୍ୟ କୌଣସି କାମ ମିଳୁ ନଥିବାରୁ ଭାଇଙ୍କ ସହ ମିଶି ସେ "ଚାପ୍ଟର୍ ୨" ନାମରେ ଏକ ଫ୍ୟାସନ୍ ବ୍ରାଣ୍ଡ୍ ଆରମ୍ଭ କଲେ।
ଏବେ ରିୟା ମନୋରଂଜନ ଶିଳ୍ପରେ ମଧ୍ୟ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛନ୍ତି।
ରିଆଲିଟି ସୋ" "ଟ୍ରେଟର୍ସ ସିଜନ୍ ୨"ରେ ତାଙ୍କୁ ଏବେ ଦେଖିବାକୁ ମିଳୁଛି।
ନିକଟରେ ସେ ମୁମ୍ବାଇରେ ଏକ ନୂଆ ଘର ମଧ୍ୟ କିଣିଛନ୍ତି।
Income tax: ବିଦେଶକୁ ପାଣ୍ଠି ପଠାଉଥିବା ସଂସ୍ଥାରେ ଆୟକର ତଲାସୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
