Supreme Court: ସୁପ୍ରିମକୋର୍ଟଙ୍କ ସୁପ୍ରିମ ଛାଟ: ଶିକ୍ଷକ ନିଯୁକ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି

Sep 08, 2026 - 14:31
Supreme Court: ସୁପ୍ରିମକୋର୍ଟଙ୍କ ସୁପ୍ରିମ ଛାଟ: ଶିକ୍ଷକ ନିଯୁକ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି

"ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଦେଶବ୍ୟାପୀ ସ୍କୁଲ ଏବଂ କଲେଜରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି।

ଅଦାଲତ ସ୍ପଷ୍ଟ କରିଛନ୍ତି ଯେ କେବଳ ଶିକ୍ଷା ଅଧିକାର (ଆରଟିଇ) ଆଇନ,ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ) ଆଇନ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଆଇନ ଅନୁଯାୟୀ ନିର୍ଦ୍ଧାରିତ ଶିକ୍ଷାଗତ ଏବଂ ବୃତ୍ତିଗତ ଯୋଗ୍ୟତା ପୂରଣ କରୁଥିବା ପ୍ରାର୍ଥୀମାନଙ୍କୁ ସ୍କୁଲ ଏବଂ କଲେଜରେ ନିଯୁକ୍ତି ଦିଆଯାଇପାରିବ।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆବଶ୍ୟକୀୟ ଯୋଗ୍ୟତା ବିନା ଶିକ୍ଷକମାନଙ୍କୁ ନିଯୁକ୍ତି କିମ୍ବା ଚାକିରିରେ ରଖାଯାଇପାରିବ ନାହିଁ।

Advertisment ଆରଟିଇ, ଏନସିଟିଇ ଏବଂ ୟୁଜିସି ନିୟମ ପାଳନ କରିବା ଜରୁରୀ: ନହେଲେ ଯିବ ଚାକିରି ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରାଦେଶିକୀକରଣକୁ ଚ୍ୟାଲେଞ୍ଜ କରି ଆଗତ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ)ର ଶୁଣାଣି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି.ମୋହନଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି ରାୟ ଦେଇଛନ୍ତି।

ଶିକ୍ଷାନୁଷ୍ଠାନର ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରାଦେଶିକୀକରଣ ସହିତ ଜଡିତ ସାମ୍ବିଧାନିକ ଯୋଜନାକୁ ଚ୍ୟାଲେଞ୍ଜ କରି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦିଆଯାଇଛି।

ଆବେଦନକାରୀମାନେ ଦାବି କରିଛନ୍ତି ଯେ, ଏହି ଯୋଜନାଗୁଡ଼ିକ ସାଧାରଣ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ନ ଯାଇ କିଛି ଶିକ୍ଷକ ଏବଂ କର୍ମଚାରୀଙ୍କୁ ନିୟମିତ ସରକାରୀ ଚାକିରିରେ ସାମିଲ କରିବାର ଏକ ଅବସର ପ୍ରଦାନ କରୁଛି।

ଆବେଦନରେ କୁହାଯାଇଛି ଯେ ଏପରି ଯୋଜନାଗୁଡ଼ିକ ନିରପେକ୍ଷ, ସ୍ୱଚ୍ଛ ଏବଂ ପ୍ରତିଯୋଗିତାମୂଳକ ନିଯୁକ୍ତି ନୀତିର ବିପରୀତ।

ଏହା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନିୟମିତ ଚୟନ ପ୍ରକ୍ରିୟା ବିନା ସରକାରୀ ଚାକିରିରେ ପ୍ରବେଶ କରିବାକୁ ଅନୁମତି ଦେଉଛି।

ଆବେଦନକାରୀମାନେ ଏହି ଯୋଜନାଗୁଡ଼ିକର ସାମ୍ବିଧାନିକ ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ସୁପ୍ରିମକୋର୍ଟ ଏହି ମାମଲାରେ ଜଡିତ ପକ୍ଷମାନଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ଜବାବ ମାଗିଛନ୍ତି।

କୋର୍ଟ ମଧ୍ୟବର୍ତ୍ତୀକାଳୀନ ଭାବରେ ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଧାରିତ ଯୋଗ୍ୟତା ବିନା କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ନାହିଁ।

କୋର୍ଟ ଏହା ମଧ୍ୟ କହିଛନ୍ତି, ଯଦି ଏପରି ଶିକ୍ଷକମାନେ ପ୍ରାସଙ୍ଗିକ ଆଇନ ଅନୁଯାୟୀ ଧାର୍ଯ୍ୟ ଯୋଗ୍ୟତା ପୂରଣ ନକରନ୍ତି ତେବେ ସେମାନଙ୍କୁ ଚାକିରି ଜାରି ରଖିବାକୁ ଅନୁମତି ଦିଆଯିବ ନାହିଁ।

ପ୍ରଧାନମନ୍ତ୍ରୀଙ୍କୁ ଚୋରଙ୍କ ସର୍ଦ୍ଦାର ବୋଲି କହିଥିଲେ ରାହୁଲ ଗାନ୍ଧୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)