Supreme Court: ପ୍ୟାକେଟ୍ ଖାଦ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ: ପ୍ୟାକେଟ୍ରେ ବିକ୍ରି ହେଉଥିବା ଖାଦ୍ୟ ସମ୍ପର୍କରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ନିର୍ଦ୍ଧାରିତ ସୀମାଠାରୁ ଅଧିକ ଚର୍ବି, ଚିନି କିମ୍ବା ଲୁଣ ଥିବା ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ର ସମ୍ମୁଖ ଭାଗରେ ସ୍ପଷ୍ଟ ଚେତାବନୀ ସଙ୍କେତ ରହିବା ଆବଶ୍ୟକ।
ଏହି ଚିହ୍ନଗୁଡ଼ିକ ଦ୍ବାରା ଗ୍ରାହକମାନେ ଖାଦ୍ୟର ଥିବା ଅତିରିକ୍ତ ଚର୍ବି, ଚିନି କିମ୍ବା ଲୁଣ ସମ୍ପର୍କରେ ସହଜରେ ଜାଣିପାରିବେ।
ବିଚାରପତି ଜେ.ବି.
ପାରଦିୱାଲା ଏବଂ କେ.
ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଫାସାଇ)କୁ ଏହି ବ୍ୟବସ୍ଥାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ପ୍ରତ୍ୟେକ ଚେତାବନୀ ସଙ୍କେତ ଏକ ଲାଲ୍ ଷଡ଼କୋଣ ହେବା ଆବଶ୍ୟକ।
ଏଥିରେ ପ୍ରାସଙ୍ଗିକ ସୂଚନା ଏବଂ ଏକ ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ।
ଯଦି ଏକ ପ୍ୟାକେଟ୍ରେ ଚର୍ବି, ଚିନି ଏବଂ ଲୁଣ ପାଇଁ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥାଏ ତେବେ ତିନୋଟି ପୃଥକ ଚେତାବନୀ ସଙ୍କେତ ବ୍ୟବହାର କରିବାକୁ ପଡିବ।
ଗୋଟିଏ ସଙ୍କେତ ଯଥେଷ୍ଟ ହେବ ନାହିଁ।
Advertisment ଚର୍ବି, ଚିନି ଏବଂ ଲୁଣ ସ୍ତର ସମ୍ପର୍କରେ ସୂଚନା ସହ ଚେତାବନୀ ସଙ୍କେତ ପ୍ରଦର୍ଶିତ କରିବା ବାଧ୍ୟତାମୂଳକ ଖାଦ୍ୟର ମୋଟ ଚିନି ଏବଂ ସାଚୁରେଟେଡ୍ ଚର୍ବି ପରିମାଣ ଉପରେ ଆଧାର କରି ଚେତାବନୀ ସୀମା ନିର୍ଣ୍ଣୟ କରିବାକୁ ସୁପ୍ରିମକୋର୍ଟ ଫାସାଇକୁ ନିର୍ଦ୍ଦେଶ ଦେଇଛନ୍ତି।
କେବଳ ମିଶ୍ରିତ ହୋଇଥିବା ଚିନି କିମ୍ବା ଚର୍ବି ଆଧାର ହେବା ଉଚିତ୍ ନୁହେଁ।
କୋର୍ଟ କହିଛନ୍ତି ଯେ, ଚେତାବନୀ ସୀମା ନିର୍ଣ୍ଣୟ କରିବା ସମୟରେ ବୈଜ୍ଞାନିକ ତଥ୍ୟ ଏବଂ ଗବେଷଣାକୁ ବିଚାରକୁ ନିଆଯିବ।
ସୁପ୍ରିମକୋର୍ଟ କହିଛନ୍ତି, ପ୍ରତ୍ୟେକ ଲାଲ୍ ସଙ୍କେତ ପ୍ୟାକେଟ୍ର ମୁଖ୍ୟ ଅଂଶର ପ୍ରାୟ ୪ ରୁ ୫ ପ୍ରତିଶତ ହେବା ଉଚିତ୍, ଯାହା ଦ୍ଵାରା ଗ୍ରାହକମାନେ କିଣିବା ସମୟରେ ଏହାକୁ ସହଜରେ ଦେଖିପାରିବେ।
ଏହା ସହିତ ସଙ୍କେତ ମଧ୍ୟରେ ଲେଖା ଏପରି ଆକାରର ହେବା ଉଚିତ୍ ଯାହାକୁ ସାଧାରଣ ଆଲୋକରେ ସହଜରେ ପଢ଼ିହେବ।
କୋର୍ଟ କେନ୍ଦ୍ର ସରକାରଙ୍କୁ ୨୦୨୦ର ଖାଦ୍ୟ ସୁରକ୍ଷା ଏବଂ ଲେବଲିଂ ନିୟମକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ତାମିଲନାଡ଼ୁରେ ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନିଆ ପିତୃତ୍ବ ଛୁଟି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
