Sugar Import: ଶୁଳ୍କମୁକ୍ତ ଚିନି ଆମଦାନି ମହଲତ ୨ ମାସ ବଢ଼ିଲା

Oct 23, 2026 - 17:29
Sugar Import: ଶୁଳ୍କମୁକ୍ତ ଚିନି ଆମଦାନି ମହଲତ ୨ ମାସ ବଢ଼ିଲା

ନୂଆଦିଲ୍ଲୀ: ଦେଶରେ ଚିନି ଯୋଗାଣ ବଢ଼ାଇବା ଏବଂ ପାର୍ବଣ ଋତୁରେ ଚିନିର ଉପଲବ୍ଧତା ସୁନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଅଶୋଧିତ ଚିନି ଆମଦାନି ପାଇଁ ଶୁଳ୍କମୁକ୍ତ ସମୟସୀମାକୁ ଆଉ ଦୁଇ ମାସ ବଢ଼ାଇଛନ୍ତି।

ପୂର୍ବରୁ ଏହି ସମୟସୀମା ଅକ୍ଟୋବର ୩୧ ଯାଏ ଥିବାବେଳେ ଏବେ ଏହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

Advertisment ଚଳିତ ବର୍ଷ ଅଗଷ୍ଟ ୨୦ ତାରିଖରେ ସରକାର ଟାରିଫ୍ ରେଟ୍ କୋଟା ବ୍ୟବସ୍ଥାରେ ୧ ନିୟୁତ ଟନ୍ ଅଶୋଧିତ ଚିନି ଶୁଳ୍କମୁକ୍ତ ଭାବେ ଆମଦାନି କରିବାକୁ ଅନୁମତି ଦେଇଥିଲେ।

ତେବେ ଆମଦାନି ପାଇଁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଅଧିକ ଚିନି ଆସିପାରି ନଥିବାରୁ ଏହାକୁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି।

ଏପର୍ଯ୍ୟନ୍ତ ପ୍ରାୟ ୨.୬ ଲକ୍ଷ ଟନ୍ ଚିନି ଆମଦାନି ହୋଇଛି।

ଅନ୍ତର୍ଜାତୀୟ ବଜାରରେ ଚିନିର ଦାମ୍ ଓ ଭାରତୀୟ ବଜାର ଦାମ୍ ମଧ୍ୟରେ ଅଧିକ ଅନ୍ତର ନ ଥିବାରୁ ଆମଦାନି ଆଶାନୁରୂପ ହୋଇପାରିନାହିଁ।

ଚିନି ଦର କମିଲେ ଆମଦାନି ବ୍ୟବସାୟ ଲାଭଜନକ ହୋଇପାରିବ ଅନ୍ତର୍ଜାତୀୟ ବଜାରରେ ଚିନି ଦର କମିଲେ ଆମଦାନି ବ୍ୟବସାୟ ଲାଭଜନକ ହୋଇପାରିବ।

ତେଣୁ ଆମଦାନିକାରୀଙ୍କୁ ଅଧିକ ସମୟ ଦେବା ଦ୍ୱାରା ସେମାନେ ଅନୁକୂଳ ଦରରେ ଚିନି ଆଣିପାରିବେ ଓ ଦେଶରେ ଯୋଗାଣ ବଢ଼ିପାରିବ ବୋଲି ଆଶା କରାଯାଉଛି।

ତେବେ ଆମଦାନି ସମୟସୀମା ବଢ଼ିବା ଦ୍ୱାରା ବଜାରରେ ଚିନି ଦର ତୁରନ୍ତ କମିବ ନାହିଁ।

ଏହା ଅନ୍ତର୍ଜାତୀୟ ଦର, ଆମଦାନି ପରିମାଣ ଓ ଘରୋଇ ଯୋଗାଣ ଉପରେ ନିର୍ଭର କରିବ।

ଅନ୍ୟପକ୍ଷରେ, ଚିନିର ଅଭାବ ଓ ଦରବୃଦ୍ଧି ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ବ୍ୟବସାୟୀଙ୍କ ପାଇଁ ଚିନି ମହଜୁଦ ରଖିବା ଉପରେ ସୀମା ଲଗାଯାଇଛି।

ଏହାଦ୍ୱାରା ବଜାରରେ ଚିନିର କୃତ୍ରିମ ଅଭାବ ସୃଷ୍ଟି ଓ ଅତ୍ୟଧିକ ଦରବୃଦ୍ଧିକୁ ରୋକିବାକୁ ଉଦ୍ୟମ କରାଯାଉଛି।

ସରକାରଙ୍କ ଆକଳନ ଅନୁଯାୟୀ, ୨୦୨୫-୨୬ ଚିନି ବର୍ଷରେ ଦେଶର ଚିନି ଉତ୍ପାଦନ ପ୍ରାୟ ୩୦୬ ଲକ୍ଷ ଟନ୍ ହେବ।

ପୂର୍ବରୁ ଏହା ୩୪୩ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଥିଲା।

ଦେଶରେ ବାର୍ଷିକ ଚିନି ଚାହିଦା ପ୍ରାୟ ୨୮୦ରୁ ୨୮୫ ଲକ୍ଷ ଟନ୍ ରହିଛି।

ଉତ୍ପାଦନ ଆକଳନ ହ୍ରାସ ପାଇଥିବାରୁ ଘରୋଇ ବଜାରରେ ଚିନି ଯୋଗାଣ ସ୍ୱାଭାବିକ ରଖିବା ଏବଂ ଦର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ଆମଦାନି ସମୟସୀମା ବଢ଼ାଇବା ସହ ଅନ୍ୟାନ୍ୟ ପଦକ୍ଷେପ ନେଉଛନ୍ତି।

ଇତିହାସ ରଚିଲା ଜିଓ ପ୍ଲାଟଫର୍ମସର ଆଇପିଓ; ମିଳିଲା କୋଟିଏରୁ ଅଧିକ ସବ୍‌ସ୍କ୍ରିପ୍‌ସନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)