Parsi bodies back Tata Trusts: ଟାଟା ଟ୍ରଷ୍ଟକୁ ୬ ପାର୍ସି ସଂଗଠନର ସମର୍ଥନ

Oct 23, 2026 - 19:03
Parsi bodies back Tata Trusts: ଟାଟା ଟ୍ରଷ୍ଟକୁ ୬ ପାର୍ସି ସଂଗଠନର ସମର୍ଥନ

ମୁମ୍ବାଇ: ଏତେ ଅଧିକ ଅଂଶଧନ ସତ୍ତ୍ବେ ଟ୍ରଷ୍ଟର କଥା ନ ରହିବା ପାର୍ସି ସମାଜକୁ ବ୍ୟଥିତ କରିଛି।

ଦେଶବିଦେଶର ୬ଟି ପାର୍ସି ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏନେଇ ଚିଠି ଲେଖିଛନ୍ତି।

ଟାଟା ଗ୍ରୁପ୍‌ରେ ଦଶନ୍ଧି ଦଶନ୍ଧି ଧରି ପ୍ରଚଳନରେ ଥିବା ମାଲିକାନାସତ୍ତ୍ବ ଓ କାର୍ଯ୍ୟଶୈଳୀକୁ ସୁରକ୍ଷା ଦେବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଏହାଦ୍ବାରା ଟ୍ରଷ୍ଟ ନିଜର ସମାଜସେବା ଓ ପରୋପକାର କାର୍ଯ୍ୟ ଜାରି ରଖିପାରିବ ବୋଲି ସେମାନେ କହିଛନ୍ତି।

Advertisment ପାର୍ସି ସଂଗଠନଗୁଡ଼ିକ ଚିଠିରେ ଲେଖିଛନ୍ତି, ଏହାକୁ ଦୁଇ ଅଂଶଧନକାରୀମାନଙ୍କ ଭିତରେ ମତଭେଦ ଭାବେ ଦେଖା ନଯାଉ।

କାରଣ ଏହାର ସିଧାସଳଖ ପ୍ରଭାବ ଦେଶର ସବୁଠୁ ବଡ଼ ଓ ଭରସାଯୋଗ୍ୟ ବ୍ୟାବସାୟିକ ସଂଗଠନ ଉପରେ ପଡ଼ିବ।

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସଂଗଠନଗୁଡ଼ିକ ହେଉଛି ବମ୍ବେ ପାର୍ସି ପଞ୍ଚାୟତ, ଫେଡେରେସନ୍‌ ଅଫ୍‌ ପାର୍ସି ଜୋରୋଷ୍ଟ୍ରିୟନ ଅଞ୍ଜୁମନ ଅଫ୍‌ ଇଣ୍ଡିଆ, ଫେଡେରେସନ୍‌ ଅଫ୍‌ ଜୋରୋଷ୍ଟ୍ରିୟନ ଅଫ୍‌ ନର୍ଥ ଆମେରିକା, ଜୋରୋଷ୍ଟ୍ରିୟନ ଟ୍ରଷ୍ଟ୍‌ ଅଫ୍‌ ୟୁରୋପ, ଗ୍ଲୋବାଲ୍‌ କାଉନ୍‌ସିଲ୍‌ ଅଫ୍‌ ଜୋରୋଷ୍ଟ୍ରିୟନ ଟ୍ରଷ୍ଟ ଓ ୱାର୍ଲଡ୍‌ ଜୋରୋଷ୍ଟ୍ରିୟନ ଚାମ୍ବର ଅଫ୍‌ କମର୍ସ।

ଏହି ସଂଗଠନଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ଯଦି ଟାଟା ସନ୍ସ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ହେବ ତେବେ ଏହାକୁ ପ୍ରତି ୩ ମାସରେ ଲାଭ ଦେଖାଇବାକୁ ପଡ଼ିବ ଓ ସେୟାର ମୂଲ୍ୟ ବଢ଼ାଇବାକୁ କମ୍ପାନି ଉପରେ ସବୁବେଳେ ଚାପ ରହିବ।

ଏହା ଟାଟାର କାର୍ଯ୍ୟଶୈଳୀକୁ ପ୍ରଭାବିତ କରିବ।

ତାହାର ସିଧାସଳଖ ପ୍ରଭାବ ଭବିଷ୍ୟତର ପ୍ରକଳ୍ପ ଓ ସମାଜସେବା ଉପରେ ପଡ଼ିବ।

ଯେହେତୁ ଟାଟା ସନ୍ସର ୬୬% ଅଂଶଧନ ଟାଟା ଟ୍ରଷ୍ଟ୍‌ସ ପାଖରେ ରହିଛି, ସେଥିପାଇଁ କମ୍ପାନିର ଆୟର ଏକ ବଡ଼ ଭାଗ ସିଧାସଳଖ ସମାଜସେବା, ଡାକ୍ତରଖାନା, ଶିକ୍ଷା ଓ ଗବେଷଣା ଆଦିରେ ଖର୍ଚ୍ଚ ହୋଇପାରୁଛି।

ନିଜସ୍ବ କାମ କରିବା ଶୈଳୀ ପାଇଁ ଟାଟା ଏସବୁ କାମ ବିନା କୌଣସି ଚାପରେ କରିପାରୁଛି ବୋଲି ସେମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

ଫେରି ଆସିଲେ ସ୍ୱାମୀ!

୭୫ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିବାକୁ ମନା କଲେ ୩୦ ବର୍ଷୀୟା ବ୍ଲଗର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)