Subhasree Death Mystery: ହଂସୁଆ ନଦୀର କଙ୍କାଳ କହିବ କି ସତ? ଶୁଭଶ୍ରୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ପୁଣି ଉଠିଲା ପ୍ରଶ୍ନ

Nov 16, 2026 - 13:24
Subhasree Death Mystery: ହଂସୁଆ ନଦୀର କଙ୍କାଳ କହିବ କି ସତ? ଶୁଭଶ୍ରୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ପୁଣି ଉଠିଲା ପ୍ରଶ୍ନ

ହଂସୁଆ ନଦୀରେ ବହୁଛି ପାପର ପାଣି !

କଳଙ୍କିତର କଥା କହୁଛି ଉଦ୍ଧାର କଙ୍କାଳ ।

ମାଂସ ଝଡ଼ି ଯାଇଛି, କଙ୍କାଳ କଥା କହୁଛି ।

କେନ୍ଦ୍ରାପଡ଼ାର ରାଜନଗର ହଂସୁଆ ନଦୀକୁ ନେଇ ଏବେ ପୋଲିସ କରୁଛି ଇନଭେଷ୍ଟିଗେସନ୍ ।

ହେଲେ ଗଳିତ ଶବ ଉଦ୍ଧାର ହେବା ପରେ, ଶୁଭଶ୍ରୀ ମୃତ୍ୟୁ ଘଟଣାର ରହସ୍ୟ ପୁଣି ଚର୍ଚ୍ଚାକୁ ଆସିଛି ।

ଏ କଙ୍କାଳ କାହାର ?

ଶୁଭଶ୍ରୀଙ୍କର ନା ଆଉ କାହାର ?

ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଶୁଭଶ୍ରୀଙ୍କ ପରିବାରର ନୀରବତା ସନ୍ଧେହ ବଢ଼ାଇଛି ।

ପୂର୍ବରୁ ଶୁଭଶ୍ରୀ ନିଖୋଜ ଥିବା ନେଇ ପରିବାର ଥାନାରେ ଅଭିଯୋଗ କରିଥିଲା ।

ଅନ୍ୟପଟେ ଶୁଭଶ୍ରୀଙ୍କ ପାଇଁ ପରିବାର ସଦସ୍ୟମାନେ ବ୍ରାହ୍ମଣ ଡାକି ଶୁଦ୍ଧିକ୍ରିୟା ସାରିଛନ୍ତି ।

ଯଦି ଶୁଭଶ୍ରୀ ନିଖୋଜ ଅଛନ୍ତି ତେବେ ପରିବାର ଲୋକେ ଶୁଦ୍ଧି ହେଲେ କିପରି ?

ସେପ୍ଟେମ୍ବର ୨୬ରେ ରାଜପୁର ଗାଁର ୧୯ ବର୍ଷୀୟ ଶୁଭଶ୍ରୀ ଦାସଙ୍କ ମୃତଦେହ ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା।

ପ୍ରତେକ୍ଷ୍ୟଦର୍ଶୀ କହିଥିଲେ ପରିବାର ଲୋକେ ଶୁଭଶ୍ରୀଙ୍କ ମୃତଦେହରେ ପଥର ବାନ୍ଧି ହଂସୁଆ ନଦୀରେ ଫିଙ୍ଗି ଦେଇଥିଲେ ।

ଯାହାକୁ ନେଇ ପୋଲିସ ଅଗ୍ନିଶମ ବାହିନୀ ଦ୍ବାରା ନଦୀରେ ଖୋଜା ଖୋଜି କରିଥିଲା ।

ହେଲେ କିଛି ମିଳିନଥିଲା ।

ପରେ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପଚାରଉଚରା କରି ଛାଡିଥିଲା ପୋଲିସ ।

ହେଲେ ଏବେ ନଦୀରୁ କଙ୍କାଳ ଉଦ୍ଧାର ପରେ କାହାର ବୋଲି ଚର୍ଚ୍ଚା ଜୋର ଧରିଛି ।

ହଂସୁଆ ନଦୀରୁ ମିଳିଥିବା କଙ୍କାଳର ଡିଏନଏ ଟେଷ୍ଟ କରାଯିବ ।

କଙ୍କାଳଟି ପୁରୁଷ କି ମହିଳା ଏବଂ ବୟସ ଜାଣିବା ପାଇଁ ପୋଲିସ ମୃତଦେହର ନମୁନା ପରୀକ୍ଷା ପାଇଁ ପଠାଇଛି ।

ରିପୋର୍ଟ ଆସିଲେ ମୃତଦେହ କାହାର ବୋଲି ଜଣାପଡିବ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)