Student Found Dead ଗୋପାଳପୁର ସେଞ୍ଚୁରିଆନ ଶିକ୍ଷାନୁଷ୍ଠାନର ବିଫାର୍ମା ଛାତ୍ରଙ୍କ ମୃତ୍ୟ, ହତ୍ୟା ଅଭିଯୋଗ
"ଜଳେଶ୍ଵର: ଗୋପାଳପୁର ସ୍ଥିତ ସେଞ୍ଚୁରିଆନ୍ ଶିକ୍ଷାନୁଷ୍ଠାନରେ ବିଫାର୍ମା ଶେଷବର୍ଷର ଛଶତ୍ର ସୁବ୍ରତ (୨୨)ଙ୍କ କ୍ଷତାକ୍ତ ଶବ ବାଲେଶ୍ବର ସଦର ଥାନା ଅଞ୍ଚଳର ଏକ ଜଳାଶୟ ମଧ୍ୟରୁ ଚଳିତ ମାସ ୧୬ ତାରିଖରେ ଉଦ୍ଧାର ହୋଇଥିଲା।
ଏହି ଘଟଣାକୁ ନେଇ ଅଞ୍ଚଳରେ ଆଲୋଡ଼ନ ପ୍ରକାଶ ପାଇଛି।
ସୁବ୍ରତଙ୍କ ବାପା ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେଳେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
Advertisment Student Death: ପୁଣି ବିଦ୍ୟାଳୟରେ ଛାତ୍ର ମୃତ: ଦାୟିତ୍ୱହୀନତା ଯୋଗୁଁ ମୃତ୍ୟୁ ଅଭିଯୋଗ ସୁବ୍ରତ ଭୋଗରାଇ ବ୍ଲକ ନିମାତପୁର ପଞ୍ଚାୟତର ବିରଜା ଗ୍ରାମ ବାସିନ୍ଦା ଅଟନ୍ତି।
ତାଙ୍କ ବାପା ତଥା ଜଳେଶ୍ଵରର ଶାନ୍ତିଆ ସ୍ଥିତ ଶାନ୍ତିଆ ଶ୍ରୀନାଥ ଚନ୍ଦ୍ର ସୀମାନ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବଳରାମ ପ୍ରଧାନ ଆଜି ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି।
ସୁବ୍ରତ ସ୍ଥାନୀୟ ବାସନ୍ତୀ ଅପା ନାମକ ଏକ ଛାତ୍ରାବାସ ରେ ରହି ପାଠ ପଢୁଥିଲେ।
ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ରାତି ୯ ଟା ସମୟରେ ମେସ୍ ରେ ରହୁଥିବା ପୁଅ ସୁବ୍ରତ ସହ ଶେଷ ଥର ପାଇଁ ଫୋନରେ କଥା ହୋଇଥିଲେ।
ସେତେବେଳେ ସେ ସ୍ବାଭାବିକ ଭାବେ କଥା ହୋଇଥିଲେ।
ପରଦିନ ସୁବ୍ରତ କୁଆଡେ ନିଖୋଜ ହୋଇଯାଇଛି ବୋଲି ସୁବ୍ରତଙ୍କ ଜଣେ ସାଙ୍ଗ ହାଇଦ୍ରାବାଦରେ ରହୁଥିବା ମୋର ପୁତୁରାକୁ ଫୋନରେ ଜଣାଇଥିଲା।
ଆଉ ଏହାର କିଛି ସମୟ ପରେ ଛାତ୍ରାବାସ ଠାରୁ ୧୫ କିମି ଦୁର ବାଲେଶ୍ଵର ସଦର ଥାନା ଅଧୀନ ସାରଗାଁ ପଞ୍ଚାୟତର ଖେରନା ଗାଁ ନିକଟସ୍ଥ ଏକ ଜଳାଶୟ ଭିତରୁ ସୁବ୍ରତର କ୍ଷତବିକ୍ଷତ ଶବ ଉଦ୍ଧାର ହୋଇଥିଲା।
ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ମାମଲା: ଚାଲିଲା ବୁଲ୍ଡୋଜର ମୃତଦେହର ମୁଣ୍ଡ,ନାକ,କାନପାଟି ସହ ଦେହର ଅନେକ ସ୍ଥାନରେ ଗଭୀର କ୍ଷତଥିଲା।
ସୁବ୍ରତକୁ ତାର ଦୁଇଜଣ ସାଙ୍ଗ ଜେନ କୁମାର ରାଉତ ଓ ବିନାୟକ ମହାରଣା ବାହାରକୁ ବୁଲାଇବାକୁ ନେଇ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି।
ଏନେଇ ସେ ୧୬ ତାରିଖରେ ବାଲେଶ୍ଵର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ହୋଇ ବସିଛି ବୋଲି ବଳରାମ ଅଭିଯୋଗ କରିଛନ୍ତି।
କଲେଜ ଛାତ୍ର ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ, ଯାତାୟତ ଠପ୍ ଅନ୍ୟପକ୍ଷେ ଏହି ଘଟଣାରେ ଗତକାଲି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ବଳରାମଙ୍କ ନିମାତପୁର ସ୍ଥିତ ବାସଭବନକୁ ଯାଇ ସମବେଦନା ଜଣାଇଛନ୍ତି।
ସେହିପରି ଏହି ମାମଲାର ନିରପେକ୍ଷ ତଦନ୍ତ ସହ ବଳରାମ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ବାଲେଶ୍ଵର ଏସପି ଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
