Elephant Skeleton Found ଅନନ୍ତପୁରରୁ ହାତୀ କଙ୍କାଳ ଉଦ୍ଧାର ଘଟଣା: ୨ ଦାନ୍ତ ଜବତ, ୪ ଅଭିଯୁକ୍ତ ଗିରଫ

Aug 19, 2026 - 21:02
Elephant Skeleton Found  ଅନନ୍ତପୁରରୁ ହାତୀ କଙ୍କାଳ ଉଦ୍ଧାର ଘଟଣା: ୨ ଦାନ୍ତ ଜବତ, ୪ ଅଭିଯୁକ୍ତ ଗିରଫ

"କାମାକ୍ଷାନଗର:  ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରି ବନ ବିଭାଗ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ମହାବିରୋଡ଼ ଥାନା ବାଘମୁଣ୍ଡା ଗାଁର ସିପୁନ ପାତ୍ର (୨୫), ଟମ୍ପେଇ ଗାଁର ସନାତନ ନାଏକ (୫୦), କୁବେର ସିଂହ (୩୨) ଓ ଲକ୍ଷ୍ମୀଧର ନାଏକ (୩୯)।Advertisment ସାତକୋଶିଆରୁ ହାତୀ କଙ୍କାଳ ଉଦ୍ଧାର ଢେଙ୍କାନାଳ ବନଖଣ୍ଡ ଅଧୀନ କଙ୍କଡ଼ାହାଡ଼ ବ୍ଲକ୍‌ ମହାବିରୋଡ଼ ରେଞ୍ଜର ଟମ୍ପେଇ ଗାଁ ନିକଟ ଅନନ୍ତପୁର ଜଙ୍ଗଲରୁ ଚଳିତ ମାସ ୧୦ ତାରିଖରେ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଥିଲା।

ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ.

ସଞ୍ଜୟ କୁମାର ସ୍ୱାଇଁ, ଢେଙ୍କାନାଳ ଡିଏଫଓ ଲଳିତ କୁମାର ପାତ୍ର, ମହାବିରୋଡ଼ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସମେତ ପ୍ରାଣୀ ଚିକିତ୍ସକ ଓ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ତଦନ୍ତ କରିଥିଲେ।

ପାରିପାର୍ଶ୍ବିକ ସ୍ଥିତିରୁ ମାସେ ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ଓ ତାର ବୟସ ୬ରୁ ୭ ବର୍ଷ ହୋଇଥିବା ନେଇ ଆକଳନ କରିଥିଲେ।

ତେବେ ମୃତ ହାତୀର ଦୁଇଟି ଯାକ ଦାନ୍ତ ଗାଏବ ହୋଇଥିବା ଜଣାପଡ଼ିବା ପରେ ବନ ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା।

ତଦନ୍ତରେ ୪ ଜଣଙ୍କର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା।

ହାତୀ ମୃତ୍ୟୁର ଉପତ୍ୟକା ଆଠଗଡ଼, ଯେଉଁଠି ଖୋଲିଲେ ସେଠି ବାହାରୁଛି ହାତୀ କଙ୍କାଳ ଆଜି (ବୁଧବାର) କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଡିଏଫଓ ଲଳିତ କୁମାର ପାତ୍ର ସୂଚନା ଦେଇଛନ୍ତି।

ସୂଚନାନୁସାରେ, ମଙ୍ଗଳବାର ବନ ବିଭାଗର ସ୍ୱତନ୍ତ୍ର ଟିମ ୪ ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଗିରଫ କରିଥିଲା।

ଜେରାବେଳେ ଅଭିଯୁକ୍ତମାନେ ହାତୀକୁ ମାରି ନଥିବା କହିଛନ୍ତି।

ସେମାନଙ୍କ କହିବାନୁଯାୟୀ, ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଏକ ହାତୀ ମରିପଡ଼ିଥିବା ଦେଖିଥିଲେ।

ପରେ ମୃତହାତୀର ଦାନ୍ତ କାଟିନେଇ ଅନନ୍ତପୁର ଜଙ୍ଗଲରେ ଲୁଚାଇ ରଖିଥିବା ମାନିଥିଲେ।

ଅଭିଯୁକ୍ତଙ୍କ ସୂଚନା ଆଧାରରେ ବନ ବିଭାଗ ଲୁଚାଇ ରଖାଯାଇଥିବା ସ୍ଥାନରୁ ଦୁଇଟିଯାକ ହାତୀଦାନ୍ତ ଜବତ କରିଛି।

ତେବେ ହାତୀ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ଏବଂ ଏ ଦିଗରେ ତଦନ୍ତ ଜାରି ରହିଛି।

ଏହି ସମ୍ମିଳନୀରେ ମହାବିରୋଡ଼ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media