Rental Housing in Urban Areas ସହରାଞ୍ଚଳରେ ସରକାର ଯୋଗାଇବେ ଭଡ଼ା ଘର, ଓଡ଼ିଶାଯାତ୍ରୀ ଆପ୍‌ ଚାଳକଙ୍କୁ ମିଳିବ ସୁବିଧା

Aug 19, 2026 - 18:08
Rental Housing in Urban Areas ସହରାଞ୍ଚଳରେ ସରକାର ଯୋଗାଇବେ ଭଡ଼ା ଘର, ଓଡ଼ିଶାଯାତ୍ରୀ ଆପ୍‌ ଚାଳକଙ୍କୁ ମିଳିବ ସୁବିଧା

"ଭୁବନେଶ୍ୱର:  ରାଜ୍ୟ ନଗର ଉନ୍ନୟନ ବିଭାଗ ସମ୍ପ୍ରତି ଆର୍ଥିକ ଦୁର୍ବଳ ବର୍ଗ , ନିମ୍ନ ଆୟ ବର୍ଗ  ଏବଂ ମଧ୍ୟମ ଆୟ ବର୍ଗ ପାଇଁ ନୂତନ ଆବାସ ମଡେଲ ବିକଶିତ କରୁଛି।

ଏହାପରେ ସହରାଞ୍ଚଳବାସୀଙ୍କ ପରିବର୍ତ୍ତିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଡ଼ା ଘର ଯୋଗାଇବା ନେଇ ଚିନ୍ତା କରାଯାଉଛି ବୋଲି ଆଜି ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ବୈଠକ ପରେ ବିଭାଗୀୟ ମନ୍ତ୍ରୀ ଡ.

କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

Advertisment Priyadarsini Market Complex: ନୂଆ ରୂପ ପାଇବ ପ୍ରିୟଦର୍ଶିନୀ ମାର୍କେଟ କଂପ୍ଲେକ୍ସ: ସ୍ଥିତି ଅନୁଧ୍ୟାନ କଲେ ନଗର ଉନ୍ନୟନ ମନ୍ତ୍ରୀ ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ନଗର ଉନ୍ନୟନ ଓ ସହରାଞ୍ଚଳରେ ଗମନାଗମନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ।

ଏଥିରେ, ବୈଠକରେ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା।

ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା, ସହରାଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବରାଦ ଅର୍ଥର ସମୟୋଚିତ ବିନିଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Urban development ପୌରପରିଷଦକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ: ୫୦ ପ୍ରତିଶତ ଖର୍ଚ୍ଚ ନିଜେ ତୁଲାଅ ମହାରାଷ୍ଟ୍ରର ସମ୍ପ୍ରତିକ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ପ୍ରିକାଷ୍ଟ ନିର୍ମାଣ ପ୍ରଯୁକ୍ତି ଏବଂ “ମିଶନ୍ ୧୦୦” ଭଳି ପଦକ୍ଷେପ, ଯେଉଁଥିରେ ୧୦୦ ଦିନରେ ୧୦୦ଟି ଘର ନିର୍ମାଣ କରାଯାଉଛି, ତାହା ଅଧ୍ୟୟନ କରାଯାଇଛି ।

ଓଡ଼ିଶାରେ ଏଭଳି ପ୍ରଯୁକ୍ତି ଉପଯୋଗ କରାଯିବାର ସମ୍ଭାବନା ଅନୁଧ୍ୟାନ କରିବା ପାଇଁ ଏକ ବୈଷୟିକ ଦଳ ପଠାଯିବ ।

ନିର୍ଦ୍ଧାରିତ ବୈଷୟିକ ଓ ନିର୍ମାଣ ମାନଦଣ୍ଡ ବଜାୟ ରଖି ଗୁଣାତ୍ମକ ଓ ସୁଲଭ ଆବାସ ନିର୍ମାଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଲକ୍ଷ୍ୟ ।

Tree planting in baramunda: ବରମୁଣ୍ଡାରେ ଦ୍ବିତୀୟ ମିୟାୱାକି ପଦ୍ଧତି ବୃକ୍ଷରୋପଣ: ନଗର ଉନ୍ନୟନ ମନ୍ତ୍ରୀ କଲେ ଶୁଭାରମ୍ଭ ରାଜ୍ୟର ବିଭିନ୍ନ ସହରରେ “ଓଡ଼ିଶା ଯାତ୍ରୀ” 'ଆପ' ବ୍ୟାପକ କରାଯିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ଏହା ମାଧ୍ୟମରେ ଯାତ୍ରୀମାନଙ୍କୁ ଅଧିକ ସୁବିଧାଜନକ ଓ ନିର୍ଭରଯୋଗ୍ୟ ଗମନାଗମନ ସୁବିଧା ଯୋଗାଇବା ସହ ପ୍ଲାଟଫର୍ମ ସହ ଜଡ଼ିତ ଚାଳକମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ଓ ପ୍ରତ୍ୟକ୍ଷ ଲାଭ ସୁନିଶ୍ଚିତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ, ଡିଏମ୍‌ଏ ଅରିନ୍ଦମ ଡାକୁଆଙ୍କ ସମେତ ସମସ୍ତ ସ୍ଵତନ୍ତ୍ର ସଚିବ, ଅତିରିକ୍ତ ସଚିବ, କ୍ରୁଟ୍‌ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media