PNG: ସଂଯୋଗ ବଢ଼ାଇବାକୁ ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରୋତ୍ସାହନ ଯୋଜନା

Aug 19, 2026 - 18:55
PNG: ସଂଯୋଗ ବଢ଼ାଇବାକୁ ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରୋତ୍ସାହନ ଯୋଜନା

"ନୂଆଦିଲ୍ଲୀ: ଦେଶରେ ଘରୋଇ ପାଇପ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ (ପିଏନଜି) ବ୍ୟବହାର ବଢ଼ାଇବା ପାଇଁ କେନ୍ଦ୍ର ସରକାର ନୂଆ ପ୍ରୋତ୍ସାହନ ଯୋଜନା ଆଣିଛନ୍ତି।

ଏହି ଯୋଜନା ଅଧୀନରେ ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁସନ୍‌ (ସିଜିଡି) କମ୍ପାନିଗୁଡ଼ିକୁ ପ୍ରତ୍ୟେକ ଅତିରିକ୍ତ ସକ୍ରିୟ ତଥା ବିଲ୍‌ ହେଉଥିବା ଘରୋଇ ପିଏନଜି ସଂଯୋଗ ପାଇଁ ୨୦୦ ଷ୍ଟାଣ୍ଡାର୍ଡ କ୍ୟୁବିକ୍‌ ମିଟର ଅତିରିକ୍ତ ଶସ୍ତା ଘରୋଇ ଗ୍ୟାସ୍‌ ଯୋଗାଣ କରାଯିବ।

ନୂଆ ଯୋଜନା ୨୦୨୬ ସେପ୍ଟେମ୍ବର ୧ରୁ ଲାଗୁ ହେବ।Advertisment ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଅନୁସାରେ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆ ଘରକୁ ପିଏନଜି ନେଟୱର୍କ ସହ ଯୋଡ଼ିବା ସହିତ ପୂର୍ବରୁ ମିଟର ଲାଗିଥିଲେ ମଧ୍ୟ ନିଷ୍କ୍ରିୟ ଥିବା ସଂଯୋଗଗୁଡ଼ିକୁ ସକ୍ରିୟ କରିବା।

ଦେଶରେ ବର୍ତ୍ତମାନ ପ୍ରାୟ ୧.୭୪ କୋଟି ଘରୋଇ ପିଏନଜି ସଂଯୋଗ ରହିଛି।

ତେବେ ସମସ୍ତ ସଂଯୋଗ ସକ୍ରିୟ ଭାବେ ବ୍ୟବହାର ହେଉନଥିବାରୁ ସରକାର ଏବେ ସଂଯୋଗ ସଂଖ୍ୟା ଅପେକ୍ଷା ସକ୍ରିୟ ବ୍ୟବହାରକାରୀ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି।

ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ଦର ବୃଦ୍ଧି ପରେ ଏବେ ପୁଣି ସିଏନଜି ଓ ପିଏନଜି ଉପରେ ଦର ବୃଦ୍ଧି ଏହି ଯୋଜନାରେ ଯୋଗ୍ୟ ସିଜିଡି କମ୍ପାନିଗୁଡ଼ିକୁ ସେମାନଙ୍କ ନିର୍ଦ୍ଧାରିତ ଭୌଗୋଳିକ ଅଞ୍ଚଳର ଲକ୍ଷ୍ୟ ସୀମାଠାରୁ ଅଧିକ ଅତିରିକ୍ତ ବିଲ୍‌ ହେଉଥିବା ଘରୋଇ ପିଏନଜି ସଂଯୋଗ ପାଇଁ ୨୦୦ ଏସସିଏମ ଘରୋଇ ଏପିଏମ ଗ୍ୟାସ୍‌ ମିଳିବ।

ଯୋଜନାଟି ୬ ମାସ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ।

ଶସ୍ତା ଘରୋଇ ଗ୍ୟାସ୍‌ର ଅତିରିକ୍ତ ଆବଣ୍ଟନ ଫଳରେ କମ୍ପାନିଗୁଡ଼ିକର ସାମଗ୍ରିକ ଗ୍ୟାସ୍‌ କ୍ରୟ ଖର୍ଚ୍ଚ କମିବ ବୋଲି ସରକାର ଆଶା କରୁଛନ୍ତି।

ସରକାରଙ୍କ ଆକଳନ ଅନୁଯାୟୀ, ଏହି ପଦକ୍ଷେପ ପିଏନଜି ନେଟୱର୍କ ବିସ୍ତାରରେ କମ୍ପାନିଗୁଡ଼ିକର ପୁଞ୍ଜି ନିବେଶର ଫେରସ୍ତ ସମୟକୁ ପ୍ରାୟ ୧୦ ବର୍ଷରୁ ହ୍ରାସ କରି ପ୍ରାୟ ୩ ବର୍ଷ କରିପାରେ।

ଫଳରେ ନୂଆ ଅଞ୍ଚଳରେ ପାଇପ୍‌ଲାଇନ୍‌ ବିଛାଇବା ଏବଂ ଅଧିକ ଘରକୁ ପିଏନଜି ସଂଯୋଗ ଦେବା ପାଇଁ ସିଜିଡି କମ୍ପାନିଗୁଡ଼ିକର ଆଗ୍ରହ ବଢ଼ିବ।

ଏହି ନିଷ୍ପତ୍ତି ପଛରେ ଆଉ ଏକ ବଡ଼ କାରଣ ହେଉଛି ଭାରତର ଏଲପିଜି ଆମଦାନି ଉପରେ ଅଧିକ ନିର୍ଭରଶୀଳତା।

ଭାରତ ନିଜ ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଏଲପିଜି ବିଦେଶରୁ ଆମଦାନି କରେ ଏବଂ ଏହାର ବଡ଼ ଅଂଶ ମଧ୍ୟପ୍ରାଚ୍ୟରୁ ଆସିଥାଏ।

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ଇନ୍ଧନ ପରିବହନ ବାଧାପ୍ରାପ୍ତ ହେବା ସହ ଆମଦାନି ଖର୍ଚ୍ଚ ବଢ଼ିଛି।

୨୦୨୫ରେ ଭାରତ ପ୍ରାୟ ୨.୨ କୋଟି ମେଟ୍ରିକ୍‌ ଟନ୍‌ ଏଲପିଜି ଆମଦାନି କରିଥିଲା ଯାହା ପାଇଁ ପ୍ରାୟ ୧୨ ବିଲିୟନ୍‌ ଡଲାର ଖର୍ଚ୍ଚ ହୋଇଥିଲା।

ପିଏନଜି ବ୍ୟବହାର ବଢ଼ିଲେ ଘରୋଇ ରୋଷେଇରେ ଏଲପିଜି ସିଲିଣ୍ଡର ଉପରେ ନିର୍ଭରଶୀଳତା କମିପାରିବ।

ପିଏନଜି ପାଇପ୍‌ ମାଧ୍ୟମରେ ସିଧାସଳଖ ଘରକୁ ପହଞ୍ଚୁଥିବାରୁ ଗ୍ରାହକଙ୍କୁ ସିଲିଣ୍ଡର ବୁକ୍‌, ଡେଲିଭରି ଏବଂ ମହଜୁଦ ରଖିବାର ଆବଶ୍ୟକତା ରହେନାହିଁ।

ମିଟର ଅନୁସାରେ ଗ୍ୟାସ୍‌ ବ୍ୟବହାରର ବିଲ୍‌ ପୈଠ କରିବାକୁ ପଡ଼େ।

ଏହା ସହିତ ପିଏନଜି ତୁଳନାମୂଳକ ଭାବେ ସ୍ୱଚ୍ଛ ଇନ୍ଧନ ହୋଇଥିବାରୁ ବାୟୁ ପ୍ରଦୂଷଣ ଓ କାର୍ବନ୍‌ ନିର୍ଗମନ କମାଇବାରେ ମଧ୍ୟ ସହାୟକ ହୋଇପାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media