Student Dies Suspicious Circumstances: ସେବାଶ୍ରମରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ
ମାଲକାନଗିରି ସେବାଶ୍ରମରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ।
ଅର୍କେଲ ଥାନା ପର୍କନମାଳା ସେବାଶ୍ରମରେ ଘଟିଛି ଅଭାବନୀୟ ଘଟଣା।
ମୃତ ଛାତ୍ରୀ ହେଲେ ନାକାମାମୁଡ଼ି ପଞ୍ଚାୟତର ରଶ୍ମିତା ହନ୍ତାଳ।
ସୂଚନା ଅନୁସାରେ, ଛାତ୍ରୀଜଣଙ୍କ କିଛିଦିନ ଧରି ଅସୁସ୍ଥ ଥିଲେ।
Advertisment ଗତକାଲି ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କୁଡୁମୁଲୁଗୁମ୍ମା ଡାକ୍ତରଖାନାକୁ ନିଆଯାଇଥିଲା।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ କେଉଁ କାରଣରୁ ରଶ୍ମିତାଙ୍କ ମୃତ୍ୟୁ ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଚିକିତ୍ସା ଅବହେଳାରୁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
