Stock Market: ଷ୍ଟକ୍ ବଜାରରେ ଅବିଶ୍ବସନୀୟ ଅସ୍ଥିରତା: ୧୫ ମିନିଟ୍ରେ ତୀବ୍ର ଉତ୍ଥାନ-ପତନ
"ମୁମ୍ବାଇ: ସେୟାର ବଜାରରେ ନୂଆ କ୍ଲୋଜିଂ ଅକ୍ସନ୍ ବ୍ୟବସ୍ଥା ଆସିବା ପରେ ଅପ୍ସନ୍ ବଜାରରେ ଅସାଧାରଣ ଉତ୍ଥାନ-ପତନ ଦେଖିବାକୁ ମିଳିଛି।
ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ମାସିକ ଏକ୍ସପାୟରି ସମୟରେ ଗୋଟିଏ ବ୍ୟାଙ୍କ ଇଣ୍ଡେକ୍ସ ସହ ଜଡ଼ିତ ପୁଟ୍ ଅପ୍ସନ୍ର ଦାମ ମାତ୍ର ୧୫ ମିନିଟ୍ରେ ପ୍ରାୟ ୪,୦୦୦% ବଢ଼ିଥିଲା।
ଅକ୍ସନ୍ ଆରମ୍ଭ ବେଳେ ଏହି ୬୪,୦୦୦ ଷ୍ଟ୍ରାଇକ୍ର ପୁଟ୍ ଅପ୍ସନ୍ର ମୂଲ୍ୟ ମାତ୍ର ୧.୭୦ ଟଙ୍କା ଥିଲା।
କିଛି ମିନିଟ୍ ମଧ୍ୟରେ ଏହାର ମୂଲ୍ୟ ବଢ଼ି ୬୮.୫୫ ଟଙ୍କାରେ ପହଞ୍ଚିଗଲା।
ଅର୍ଥାତ୍ ଦାମରେ ପ୍ରାୟ ୪୦ ଗୁଣା ବୃଦ୍ଧି ଘଟିଲା।
କିନ୍ତୁ ଏହି ବୃଦ୍ଧି ଦୀର୍ଘସ୍ଥାୟୀ ହୋଇନଥିଲା।
ମାତ୍ର କିଛି ସମୟ ପରେ ଅପ୍ସନ୍ର ଦାମ ପୁଣି ଶୂନକୁ ଖସିଯାଇଥିଲା।Advertisment ସମ୍ପୂର୍ଣ୍ଣ ନିବେଶ ହରାଇବାର ଆଶଙ୍କା ବିଶେଷଜ୍ଞଙ୍କ ମତରେ ନୂଆ କ୍ଲୋଜିଂ ଅକ୍ସନ୍ ବ୍ୟବସ୍ଥାରେ ଦିନର ଶେଷ ସମୟରେ ଅତି କମ୍ ସମୟ ମଧ୍ୟରେ ବହୁତ ଅର୍ଡର ଏକାଠି ହେଉଛି।
ବିଶେଷକରି ବିଏସ୍ଇରେ ଏହି ସମୟରେ ଲିକ୍ୱିଡିଟି ବା ଥିବାରୁ ଅଳ୍ପ କିଛି ବଡ଼ ଅର୍ଡର ମଧ୍ୟ ଦାମରେ ବଡ଼ ପରିବର୍ତ୍ତନ ଆଣିପାରୁଛି।
ଏହି ଘଟଣାରୁ ଏହା ଜଣାପଡ଼ିଛି ଯେ ଏକ୍ସପାୟରି ସମୟର ଅପ୍ସନ୍ କାରବାର କେତେ ଅଧିକ ବିପଦପୂର୍ଣ୍ଣ ହୋଇପାରେ।
ମାତ୍ର କିଛି ମିନିଟ୍ରେ ବହୁଗୁଣା ଲାଭ ହେବା ସହିତ ସମ୍ପୂର୍ଣ୍ଣ ନିବେଶ ମଧ୍ୟ ହରାଇବାର ଆଶଙ୍କା ରହିଛି।
ବିଶେଷଜ୍ଞମାନେ କହୁଛନ୍ତି ଏଭଳି ସମୟରେ ଦାମରେ ଦ୍ରୁତ ପରିବର୍ତ୍ତନ ହେଉଥିବାରୁ ଭୁଲ୍ ପକ୍ଷରେ ଥିବା ଟ୍ରେଡରଙ୍କ ପାଖରେ ପ୍ରତିକ୍ରିୟା କରିବାକୁ ମଧ୍ୟ ଖୁବ୍ କମ୍ ସମୟ ମିିଳିଥାଏ।
Flood Warning: ଦୌଡ଼… ପାଣି ଆସୁଛି!" ୨୦ ମିନିଟ୍ର ଚେତାବନୀରେ ନେପାଳରେ ଭୟଙ୍କର ଆତଙ୍କ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
