Home Minister: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରସ୍ତୁତିର ସମୀକ୍ଷା କଲେ ଗୃହମନ୍ତ୍ରୀ

Aug 28, 2026 - 14:10
Home Minister: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରସ୍ତୁତିର ସମୀକ୍ଷା କଲେ ଗୃହମନ୍ତ୍ରୀ

"ନୂଆଦିଲ୍ଲୀ: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହେବ।

ଏହାର ପ୍ରସ୍ତୁତିର ସମୀକ୍ଷା ଗୃହମନ୍ତ୍ରୀ ଅମିତ ଶାହ ଗୁୁରୁବାର କରିଛନ୍ତି।

ଏଥିସହ ଏହି ବୈଠକରେ ୨୦୩୬ ଅଲିମ୍ପିକ୍ସ ବିଡ୍‌ ଉପରେ ମଧ୍ୟ ଆଲୋଚନା କରିଛନ୍ତି।

ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ଓ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭୀଙ୍କ ସହ କ୍ରୀଡ଼ା ଓ ଗୃହମନ୍ତ୍ରାଳୟରେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ନେଇ ଶାହ ସାମଜିକ ଗଣମାଧ୍ୟମ "ଏକ୍ସ"ରେ ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି ଯେ ""ମୋଦୀ ସରକାର ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରି ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ସ୍ଥଳରେ ପରିଣତ କରିବାକୁ ଦୃଢ଼ ପ୍ରତିବଦ୍ଧ।

୨୦୩୬ ଅଲିମ୍ପିକ୍ସ ପାଇଁ ଭାରତର ବିଡ୍, ୨୦୨୯ ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ା ଏବଂ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପ୍ରସ୍ତୁତି ପାଇଁ ଅହମଦାବାଦରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲି।""Advertisment ଦୁଇ ଦଶନ୍ଧି ପରେ ଭାରତକୁ ଫେରିବ ରାଜ୍ୟଗୋଷ୍ଠୀ କ୍ରୀଡ଼ା  କ୍ରୀଡ଼ା ପ୍ରତିଯୋଗିତା ବେଳେ ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସର ତଦାରଖ କରିବାରେ ଗୃହ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

ଦୁଇ ଦଶନ୍ଧି ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତକୁ ଫେରିବ।

ଏହା ଅହମଦାବାଦରେ ଆୟୋଜିତ ହେବ।

୨୦୧୦ରେ, ଦିଲ୍ଲୀ ପ୍ରଥମ ଥର ପାଇଁ ଏହି ବହୁଦେଶୀୟ କ୍ରୀଡ଼ା ଆୟୋଜନ କରିଥିଲା।

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ଦୌଡ଼ରେ ଅହମଦାବାଦ ମଧ୍ୟ ରହିଛି।

ଭାରତ ସଂପ୍ରତି ଆୟୋଜକ ଦୌଡ଼ରେ ଅଗାରେ ରହିଛି।

କିନ୍ତୁ ନିଷ୍ପତ୍ତି ୨୦୨୯ ପୂର୍ବରୁ ହେବା ସମ୍ଭାବନା ନାହିଁ।

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଅହମଦାବାଦରେ ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ା ଆୟୋଜନ ହେବ।

ଏଥିରେ ୭୦ ଦେଶରୁ ପ୍ରାୟ ୧୦ହଜାର ଖେଳାଳି ଅଂଶଗ୍ରହଣ କରିବେ।

China Earthquake: ଚୀନ୍‌ରେ ୫.୧ ତୀବ୍ରତା ଭୂମିକମ୍ପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)