Kerala 245/6: ଓଡ଼ିଶା ବିପକ୍ଷରେ ସଚିନଙ୍କ ଶତକ: କେରଳ ୨୪୫/୬

Oct 19, 2026 - 05:04
Kerala 245/6: ଓଡ଼ିଶା ବିପକ୍ଷରେ ସଚିନଙ୍କ ଶତକ: କେରଳ ୨୪୫/୬

"ଭୁବନେଶ୍ବର: ଓଡ଼ିଶା ଓ କେରଳ ମଧ୍ୟରେ ରଣଜୀ ଟ୍ରଫିର ଦ୍ବିତୀୟ ରାଉଣ୍ଡ୍‌ ରବିବାରଠାରୁ ଆରମ୍ଭ ହୋଇଛି।

ବଢ଼ିଆ ଆରମ୍ଭ କରିଥିବା ଓଡ଼ିଶା ଦଳ କିନ୍ତୁ ଏକ ପ୍ରକାର ସୁଯୋଗ ହାତଛଡ଼ା କରିଛି।

ତଥାପି ପ୍ରଥମ ଦିନର ସମ୍ମାନକୁ ଉଭୟ ଦଳ ବାଣ୍ଟି ନେଇଛନ୍ତି।

ପ୍ରଥମ ଦିନର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଘରୋଇ କେରଳ ସଚିନ ବେବିଙ୍କ ଶତକ (୧୧୨) ବଳରେ ୬ ୱିକେଟ୍‌ ହରାଇ ୨୪୫ ରନ୍‌ ସଂଗ୍ରହ କରିଛି।

ତିରୁଅନନ୍ତପୁରମର ଗ୍ରିନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତିଥିଲେ।

ପୂର୍ବ ଦୁଇ ଦିନର ବର୍ଷା କାରଣରୁ ପିଚ୍‌ ଆର୍ଦ୍ରତାରୁ ଫାଇଦା ଉଠାଇବାକୁ ସେନାପତି ପ୍ରଥମେ ‌କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାକୁ ତତ୍‌କ୍ଷଣାତ ଯଥାର୍ଥ ସାବ୍ୟସ୍ତ କରିଥିଲେ ଦଳର ବୋଲର।

Advertisment Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି ରାଜେଶ ମହାନ୍ତି ନିଜ ଦ୍ବିତୀୟ ଓଭର ପ୍ରଥମ ବଲ୍‌ରେ ହିଁ ଅଭିଷେକ ନାୟରଙ୍କୁ ଖାତା ଖୋଲିବାକୁ ଦେଇ ନଥିଲେ।

ଓଡ଼ିଶା ଦଳର ପେସାଦାର ଦ୍ରୁତ ବୋଲର ଲଳିତ ଯାଦବ ଭଲ ବୋଲିଂ କରିବାରୁ ପ୍ରଥମେ ଜଳଜ ସା‌କ୍ସେନା (୦) ଏବଂ ସମାନ ନାମଧାରୀ ଅନ୍ୟତମ ଓପନର୍‌ ଅଭି‌ଷେକ ନାୟର (୧୧)ଙ୍କୁ ସେ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ।

ଫଳରେ ୧୩ ଓଭର ବେଳକୁ କେରଳ ୧୮/୩ରେ ସଂଘର୍ଷ କରିଥିଲା।

ମଧ୍ୟାହ୍ନ ଭୋଜନ ପୂର୍ବରୁ ଅଧିନାୟକ ବିଷ୍ଣୁ ବିନୋଦ (୨୧)ଙ୍କୁ କଟ୍‌ ବିହାଇଣ୍ଡ୍‌ କରାଇ ନିଜ ରଣଜୀ ଜୀବନର ପ୍ରଥମ ୱିକେଟ୍‌ ଅକ୍ତିଆର କରିଥିଲେ ଯୁବ ଦ୍ରୁତ ବୋଲର ‌ସୌମ୍ୟ ରଂଜନ ଲେଙ୍କା।

ସଲମାନ ନିଜାର (୨୧)ଙ୍କୁ ଅଫସ୍ପିନର୍‌ ବାଦଲ ବିଶ୍ବାଳ ଆଉଟ୍‌ କରି ଅଙ୍କୁଶ ଲଗାଇବା ଫଳରେ କେରଳ ୧୦୧/୫ରେ ସଂଘର୍ଷ କରିଥିଲା।

କିନ୍ତୁ ଏହି ସମୟରେ ପୂର୍ବତନ ଅଧିନାୟକ ସଚିନ ବେବି ଏବଂ ୱିକେଟ୍‌ରକ୍ଷକ ମହମ୍ମଦ ଆଝାରୁଦ୍ଦିନ୍‌ ଷଷ୍ଠ ୱିକେଟ୍‌ ପାଇଁ ୧୪୧ ରନ୍‌ ଯୋଡ଼ି କେରଳକୁ ପ୍ରତ୍ୟାବର୍ତନ ପଥକୁ ଆଣିଥିଲେ।

ଷ୍ଟମ୍ପ୍ସ ପୂର୍ବରୁ ସଚିନ (୨୩୫ ବଲ୍‌ରୁ ୧୧୨ ରନ୍)ଙ୍କୁ ସୌମ୍ୟ ଲେଙ୍କା ଦ୍ବିତୀୟ ଶିକାର କରି (ଏଲ୍‌ବିଡବଲ୍ୟୁ) ରଣଜୀ ଅଫିସ୍‌ରେ ନିଜ ପ୍ରଥମ ଦିନକୁ ସ୍ମରଣୀୟ କରିଥିଲେ।

ଆଝାରୁଦ୍ଦିନ୍‌ କିନ୍ତୁ ୧୩୫ ବଲ୍‌ରୁ ୭୨ ରନ୍‌ରେ ଅପରାଜିତି ଅଛନ୍ତି।

ସଂକ୍ଷିପ୍ତ ସ୍କୋର: କେରଳ ୮୫ ଓଭରରେ ୨୪୫/୬ (ସଚିନ ବେବି-୧୧୨, ମହମ୍ମଦ ଆଝାରୁଦ୍ଦିନ୍‌-୭୨*, ଲଳିତ ଯାଦବ-୨/୨୯, ସୌମ୍ୟ ଲେଙ୍କା-୨/୪୨, ରାଜେଶ ମହାନ୍ତି-୧/୫୧, ବାଦଲ ବିଶ୍ବାଳ-୧/୫୨)।

ଓପନିଂ ଯୋଡ଼ି, ସମାନ ନାମ Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ ରବିବାର କେରଳ ପାଳି ଆରମ୍ଭ ହେବା ମାତ୍ରେ କ୍ରିକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ଏକ ଦ୍ବନ୍ଦ୍ବ ସୃଷ୍ଟି ‌ହୋଇଥିଲା।

କେରଳର ପ୍ରାରମ୍ଭିକ ଯୋଡ଼ିଙ୍କ ନାମ ଥିଲା ସମାନ ଅଭିଷେକ ନାୟର।

ଭୁଲ୍‌ରେ ଏଭଳି ହୋଇଥିବା ବୋଲି ଲାଇଭ୍‌ ସ୍କୋର୍‌ ଦେଖୁଥିବା ପ୍ରଶଂସକମାନେ ଆଶଙ୍କା କରୁଥିଲେ।

ବାସ୍ତବରେ କୌଣସି ଭୁଲ ନଥିଲା।

ଉଭୟଙ୍କ ନାମ ସମାନ ଥିଲା।

ଏପରିକି ଇଂରାଜୀରେ ବି ସମାନ Abhishek Nair ପ୍ରଦର୍ଶିତ ହୋଇଥିଲା।

ପୂର୍ବରୁ ଅନେକ ମୁମ୍ବାଇର ଅଭି‌‌ଷେକ ନାୟାରଙ୍କ କଥା ଜାଣିଛନ୍ତି।

କିନ୍ତୁ ଏହି ଦୁଇ ଅଭିଷେକ ସମ୍ପୂର୍ଣ୍ଣ ନବାଗତ।

୨୬ ବର୍ଷୀୟ ଅଭିଷେକ ପ୍ରତାପ ନାୟର ନିଜ ତୃତୀୟ ରଣଜୀ ମ୍ୟାଚ୍‌‌ ଖେଳୁଛନ୍ତି।

ସେ ବାମହାତୀ ବ୍ୟାଟିଂ କରନ୍ତି ଓ ଡାହାଣ ହାତୀ ମଧ୍ୟମଗତି ବୋଲିଂ କରିପାରନ୍ତି।

ଗତ ମ୍ୟାଚ୍‌ରେ ସେ ଝାଡ଼ଖଣ୍ଡ ବିପକ୍ଷରେ ୧୨୬ ରନ୍‌ର ଶତକୀୟ ପାଳି ବି ଖେଳିଥିଲେ।

ଅନ୍ୟପକ୍ଷରେ ୨୨ ବର୍ଷୀୟ ଅଭିଷେକ ଜୟରାମ ନାୟର ଜଣେ ଡ଼ାହାଣହାତୀ ବ୍ୟାଟର୍‌ ଓ ଅଫସ୍ପିନର୍‌।

ସେ ନିଜ ଚତୁର୍ଥ ମ୍ୟାଚ୍‌‌ ଖେଳୁଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)