Subhadra Scheme: ରାକ୍ଷୀପୂର୍ଣ୍ଣିମା ଅବସରରେ ମିଳିଲା ସୁଭଦ୍ରାର ପଞ୍ଚମ କିସ୍ତି

Aug 28, 2026 - 13:06
Subhadra Scheme: ରାକ୍ଷୀପୂର୍ଣ୍ଣିମା ଅବସରରେ ମିଳିଲା ସୁଭଦ୍ରାର ପଞ୍ଚମ କିସ୍ତି

"ଭୁବନେଶ୍ୱର: ରାକ୍ଷୀପୂର୍ଣ୍ଣିମା ଅବସରରେ ସୁଭଦ୍ରାର ପଞ୍ଚମ କିସ୍ତି ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି | ନୟାଗଡ଼ର ଲାଠିପଡ଼ାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ହିତାଧିକାରୀଙ୍କୁ ୫ମ କିସ୍ତି ପ୍ରେରଣ କରିଛନ୍ତି | ରାଜ୍ୟର ୧.୦୩ କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ୫୧୬୦ କୋଟି ଟଙ୍କା ପ୍ରେରଣ କରାଯାଇଥିବାବେଳେ ଏଥର ୨ ଲକ୍ଷ ୨୧ ହଜାର ଜଣ ନୂଆ ହିତାଧିକାରୀ ସାମିଲ ହୋଇଛନ୍ତି |Advertisment ଆହୁରି ପଢନ୍ତୁ: Chess: ଇତିହାସ ରଚିଲେ ପ୍ରଜ୍ଞାନନ୍ଦ: ଗ୍ରାଣ୍ଡ ଚେସ୍‌ ଟୁର୍‌ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୁରୀ ସାଂସଦ ଡ଼.ସମ୍ବିତ ପାତ୍ର, କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ | "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)