STF: ଭୋଗରାଇରୁ ୫ ଓରାଂଉଟାନ୍ ଉଦ୍ଧାର ଘଟଣା: ଏସ୍‌ଟିଏଫ୍‌ର ତନାଘନା

Sep 10, 2026 - 02:22
STF: ଭୋଗରାଇରୁ ୫ ଓରାଂଉଟାନ୍ ଉଦ୍ଧାର ଘଟଣା: ଏସ୍‌ଟିଏଫ୍‌ର ତନାଘନା

"ବାଲେଶ୍ବର/ଭୋଗରାଇ/ଚନ୍ଦନେଶ୍ବର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ବିରଳ ଓରାଂଉଟାନ୍ ଉଦ୍ଧାର ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।

ସ୍ପେସାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଓ ବନ ବିଭାଗ ଅଧିକାରୀମାନେ ଆଜି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି।

ଭାରତରେ ଦେଖାଯାଉ ନଥିବା ଏହି ବିରଳ ଜୀବ ଭୋଗରାଇକୁ ଆସିଲେ କେମିତି?

ସେମାନଙ୍କୁ କିଏ ଏଠାରେ ଛାଡ଼ିଲା?

ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରୢାକେଟ୍‌ର ଏଥିରେ ସମ୍ପୃକ୍ତି ରହିଛି କି?

ସିସିଟିଭି ଫୁଟେଜ୍‌ରେ ଥିବା ଥାର୍‌ ଗାଡ଼ି କାହାର?

ଏସବୁ ପ୍ରଶ୍ନର ଉତ୍ତର ଏଯାଏଁ ମିଳିପାରିନି।Advertisment Neglect: ୪ ମାସରେ ୩ ଜୁଆଙ୍ଗ ଶିଶୁ ମୃତ, କାରଣ ଖୋଜି ପାରୁନି ପ୍ରଶାସନ ଦୀଘା ଅଞ୍ଚଳରେ ସିସିଟିଭି ଫୁଟେଜ୍‌ ଯାଞ୍ଚକଳାରଙ୍ଗର ଥାର୍‌ ଗାଡ଼ି ଉପରେ ସନ୍ଦେହସମୁଦ୍ର ପଥରେ ଅଣାଯାଇଥିବା ଆଶଙ୍କା ଆଜି ଏସ୍‌ଟିଏଫ୍‌ ଏସ୍‌ପି ସଞ୍ଜୀବ ଶତପଥୀ, ଡିଏସ୍‌ପି ମାନସ କୁମାର ବାରିକ, ଏସିସିଏଫ୍ ରଞ୍ଜନ ତାଲୁଖ, ଜଳେଶ୍ୱର ଏସ୍‌ଡିପିଓ ସୁରେଶ କୁମାର ତ୍ରିପାଠୀ, ଜଳେଶ୍ୱର ରେଞ୍ଜର ଶିଶିର କୁମାର ବେହେରାଙ୍କ ସହିତ ଏକ ପାଞ୍ଚଜଣିଆ ଟିମ୍ ଓରାଂଉଟାନ୍‌ ଉଦ୍ଧାର ହୋଇଥିବା ସ୍ଥାନ‌ରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ସଂପର୍କରେ ତଦନ୍ତ କରିଥିଲେ।

ଏହି ଜୀବମାନଙ୍କୁ ଏଠାରେ ପ୍ରଥମେ ଦେଖିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିଲେ।

ଏହାପରେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳକୁ ଯାଇ ଉକ୍ତ ଜଙ୍ଗଲକୁ ସଂଯୋଗ କରିଥିବା ରାସ୍ତାର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ।

ସୋମବାର ରାତି ପ୍ରାୟ ୧୧.୩୪ ମିନିଟ୍‌ ସମୟରେ ସେହି ରାସ୍ତାରେ ଏକ କଳାରଙ୍ଗର ଥାର୍‌ ଗାଡ଼ି ଯାଇଥିବା ସିସିଟିଭି ଫୁଟେଜ୍‌ ମିଳିଛି।

ବନ୍ୟଜନ୍ତୁ ଚାଲାଣ ଚ୍ୟାକେଟ୍‌ ସହ ଉକ୍ତ ଗାଡ଼ିର ସଂପର୍କ ଥିବା ଚର୍ଚ୍ଚା ହେଉଛି।

Congress: ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିରେ ୫୧ କର୍ମକର୍ତ୍ତା, ୨୫ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ  ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏସ୍‌ଟିଏଫ୍‌ ଟିମ୍‌ ଜନ୍ତୁ ଚୋରା ଚାଲାଣର ଏକ ସମ୍ଭାବ୍ୟ ରୁଟ୍‌କୁ ନେଇ ମଧ୍ୟ ତଦନ୍ତ କରୁଛି।

ଇଣ୍ଡୋନେସିଆ, ବାଂଲାଦେଶ କିମ୍ବା ମାଲେସିଆରୁ ଏ ଜୀବକୁ ଭାରତକୁ ଅଣାଯାଇଛି।

ସମୁଦ୍ର ପଥରେ ଅଣାଯିବା ପରେ ପଶ୍ଚିମବଙ୍ଗର ଦୀଘା ସୀମା ଦେଇ ଓଡ଼ିଶା ରୁଟ୍‌ରେ ସ୍ଥିର ହୋଇଥିବା ଠିକଣାକୁ ସେମାନଙ୍କୁ ନିଆଯାଇ ଥାଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି।

ତେବେ ଏହା ସତ ହୋଇଥିଲେ ସାଂଘାତିକ।

କାରଣ ଭୋଗରାଇରୁ ଓରାଂଉଟାନ୍‌ ମିଳିବା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ସମୁଦ୍ର ପଥରେ ଅନୁପ୍ରବେଶ ଓ ସୀମା ସୁରକ୍ଷା ତା"ଠାରୁ ଅଧିକ ଚିନ୍ତାର ବିଷୟ।

ଏ ସମ୍ପର୍କରେ ଡିଏଫ୍‌ଓ ପ୍ରତୀକ ପ୍ରକାଶ ଇନ୍ଦଲକର କହିଛନ୍ତି, ଆମେ ସମସ୍ତ ଦିଗକୁ ଗୁରୁତ୍ବ ଦେଇ ତଦନ୍ତ ଚଳାଇଛୁ।

ହେଲେ ଏଯାଏଁ କିଛି ଠୋସ୍‌ ପ୍ରମାଣ ମିଳିନି।

ସିସିଟିଭି ଫୁଟେଜ୍‌କୁ ନେଇ ‌ମଧ୍ୟ ଖୋଳତାଡ଼ ଚାଲିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)