Staff nurse: ଷ୍ଟାଫ୍ନର୍ସ ନିଯୁକ୍ତି କେଳେଙ୍କାରୀ: କୋର୍ସ ଆରମ୍ଭ ହୋଇ ନଥିବା ସ୍କୁଲ ନାଁରେ ବି ଜାଲ୍ ପ୍ରମାଣପତ୍ର
"ଅନୁଗୁଳ: ଷ୍ଟାଫ୍ନର୍ସ ନିଯୁକ୍ତି କେଳେଙ୍କାରୀ ନେଇ ପ୍ରତିଦିନ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ।
ଜିଏନ୍ଏମ୍ ପାଠ୍ୟକ୍ରମ ଆରମ୍ଭ ହୋଇନଥିବା ଶଙ୍କର ରୁକ୍ମିଣୀ ସ୍କୁଲ ଅଫ୍ ନର୍ସିଂ ନାମରେ ବି ଜାଲ୍ ପ୍ରମାଣପତ୍ର ଦାଖଲ କରି କିଛି ଜଣ ଷ୍ଟାଫ୍ନର୍ସ ଚାକିରି ହାତେଇଛନ୍ତି।
ଆଉ ଏଇ ନକଲି ଷ୍ଟାଫ୍ନର୍ସ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି।
ଅନୁଗୁଳ ତାମ୍ରିତ କଲୋନିଠାରେ ରହିଛି ଶଙ୍କର ରୁକ୍ମିଣୀ ସ୍କୁଲ ଅଫ୍ ନର୍ସିଂ।
ଏଯାଏଁ ଏଠାରେ ଜିଏନ୍ଏମ୍ ପାଠ୍ୟକ୍ରମରେ ପାଠପଢ଼ା ଆରମ୍ଭ ହୋଇନି।
ଚଳିତ ବର୍ଷ ଏ ନର୍ସିଂ ସ୍କୁଲରେ ଜିଏନ୍ଏମ୍ କୋର୍ସ ପାଇଁ ପ୍ରଥମ ବ୍ୟାଚ୍ ନାମଲେଖା ଚାଲିଛି।Advertisment Raja Festival Sports: ରଜରେ କବାଡ଼ି, ଟଗ୍ ଅଫ୍ ୱାର୍ ରୋମାଞ୍ଚ; ପ୍ରଥମ ଥର ଖେଳିବେ ରାଜ୍ୟ ବାହାର ଦଳ ଶଙ୍କର ରୁକ୍ମିଣୀ ନର୍ସିଂ ସ୍କୁଲ ନାମରେ ୫ ଜାଲ୍ ସାର୍ଟିଫିକେଟ୍ଏବର୍ଷ ଏଠାରୁ ଆରମ୍ଭ ହେବ ଜିଏନ୍ଏମ୍ ପାଠପଢ଼ା ହେଲେ, ଏବେ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ(ପିଏମ୍ପିଜିଏଚ୍)ରେ ଷ୍ଟାଫ୍ନର୍ସ ଚାକିରି କରୁଥିବା ବନ୍ଦନା ନାଏକ ନିଜ ନିଯୁକ୍ତି ସମୟରେ ୨୦୨୪ ମାର୍ଚ୍ଚରେ ଶଙ୍କର ରୁକ୍ମିଣୀ ସ୍କୁଲ ଅଫ୍ ନର୍ସିଂରୁ ଜିଏନ୍ଏମ୍ ପାଠପଢ଼ି ଥିବା ନେଇ ପ୍ରମାଣପତ୍ର ଦେଇଛନ୍ତି।
କେବଳ ବନ୍ଦନା ନୁହନ୍ତି, ଶଙ୍କର ରୁକ୍ମିଣୀ ସ୍କୁଲ ଅଫ୍ ନର୍ସିଂ ନାମରେ ଏଭଳି ଜାଲ୍ ପ୍ରମାଣପତ୍ର ଦେଇ ଝୁମି ସିଂହ, ନିବେଦିତା ଦାଶ, ନିରୁପମା ପଧାନ ଓ ଜୟନ୍ତୀ ନାଏକଙ୍କ ଭଳି ୫ ଜଣ ଏବେ ପିଏମ୍ପିଜିଏଚ୍ରେ ଷ୍ଟାଫ୍ନର୍ସ ଚାକିରି କରୁଥିବା ଜଣାପଡ଼ିଛି।
ଏନେଇ ଶଙ୍କର ସ୍କୁଲ ଅଫ୍ ନର୍ସିଂର ନିର୍ଦ୍ଦେଶକ ଦୀପ୍ତିରଞ୍ଜନ ବିଶ୍ବାଳଙ୍କ କହିବା କଥା, ଏଯାଏଁ ଆମର ଜିଏନ୍ଏମ୍ କୋର୍ସ ଆରମ୍ଭ ହୋଇନି, ତେଣୁ କେହି ଏହି କୋର୍ସର ସାର୍ଟିଫିକେଟ୍ ପାଇବାର ପ୍ରଶ୍ନ ଉଠୁନି।
ଯିଏ ବି ଆମ ସ୍କୁଲ ନାମରେ ଜିଏନ୍ଏମ୍ ସାର୍ଟିଫିକେଟ୍ ଦେଇଥିବେ, ତାହା ଶହେ ପ୍ରତିଶତ ନକଲି।
ଉଭୟ ନିଯୁକ୍ତିଦାତା ଓ ଜାଲ ପ୍ରମାଣପତ୍ର ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ସ୍କୁଲ ପକ୍ଷରୁ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବିଶ୍ବାଳ ସୂଚନା ଦେଇଛନ୍ତି।
Health: ବଡକୋଦଣ୍ଡାରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ପରିବାରକୁ ଭେଟିଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ୍ ଜାଲ୍ ପ୍ରମାଣପତ୍ର ଦେଇ ପିଏମ୍ପିଜିଏଚ୍ରେ ଚାକିରି କରୁଥିବା ଷ୍ଟାଫ୍ନର୍ସଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି।
ଏହା ଦର୍ଶାଉଛି, ନକଲି ନର୍ସଙ୍କ ଦ୍ୱାରା ପିଏମ୍ପିଜିଏଚ୍ରେ ରୋଗୀଙ୍କ ଜୀବନ ସହ ଖେଳ ଚାଲିଥିଲା।
ଏମାନଙ୍କ ଯୋଗୁଁ ଶିକ୍ଷାଗତ ଯୋଗ୍ୟତା ଥିବା ବହୁ ନର୍ସ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି।
ତେଣୁ, ରୋଗୀସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କିଭଳି ଏଭଳି ଭ୍ରଷ୍ଟାଚାର ହେଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ।
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ କର୍ମଚାରୀଙ୍କ ମତରେ, ଏ ଦୁର୍ନୀତି ପଛରେ ଏକ ରୢାକେଟ୍ ରହିଛି।
ଠିକାସଂସ୍ଥା ସହ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତିକୁ ଏଡ଼ାଯାଇ ନପାରେ।
ଚାକିରି ଦେବା ପୂର୍ବରୁ କାହିଁକି ଡାକ୍ତରଖାନା କର୍ତ୍ତୃପକ୍ଷ ଏମାନଙ୍କ ପ୍ରମାଣପାତ୍ର ଯାଞ୍ଚ କଲେ ନାହିଁ।
ସେମାନଙ୍କ ଅଜାଣତରେ କେବେ ବି ଏଭଳି ଦୁର୍ନୀତି ହୋଇନଥିବ।
ତେଣୁ, ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଶ୍ରୀ ବିଶ୍ବାଳ ଦାବି କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।