Leaders Forgot Their Promises: ପ୍ରତିଶ୍ରୁତି ଦେଇ ଭୁଲିଗଲେ ନେତା, ଛଟପଟ ହେଉଛନ୍ତି ସାଧାରଣ ଜନତା
"୨୧ଶତାବ୍ଦୀର ଓଡ଼ିଶା...
ଡିଜିଟାଲ ଇଣ୍ଡିଆ...
ବିକାଶର ବଡ଼ ବଡ଼ ଦାବି...
କିନ୍ତୁ ଆଜି ବି ଏମିତି ଗାଁ ଅଛି, ଯେଉଁଠି ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଏକ ସାଧାରଣ ଖଟିଆ।
ଏହି ଦୃଶ୍ୟ ଦେଖିବା ପରେ ଆପଣ ନିଜେ ପ୍ରଶ୍ନ କରିବେ, ସତରେ କଣ ବିକାଶ ସବୁ ଗାଁରେ ପହଞ୍ଚିଛି?
ବିକଶିତ ଓଡ଼ିଶା -୨୦୩୬ , ବିକଶିତ ଭାରତ -୨୦୪୭ ସ୍ବପ୍ନର ରୋଡ଼ମ୍ୟାପ୍ ଚାଲିଛି।
ମାଲକାନଗିରିରୁ ମୟୂରଭଞ୍ଜ ଆଉ ଜଗତସିଂହପୁରରୁ ସୁନ୍ଦରଗଡ, ଏଠାରେ ଆଜି ବି ପକ୍କା ସଡ଼କ ତିଆରି ହୋଇପାରିନାହିଁ।
ଆଜି ବି କାଦୁଅ ରାସ୍ତାରେ ଖଟିଆରେ ଭାର ବୋହୁଛନ୍ତି ଲୋକେ।
ସ୍କୁଲ ଯିବା ପାଇଁ ଆଜି ବି ନଦୀ ପାର୍ ହେଉଛନ୍ତି ଛାତ୍ରଛାତ୍ରୀ।
ମାଲକାନଗିରି ଜିଲ୍ଲାକୁ ବିମାନ ଉଡ଼ାଇବା ପାଇଁ ପ୍ରଶଂସା ସାଉଣ୍ଟୁଛି ସରକାର।
ହେଲେ ଆଜି ବି କାଦୁଅରେ ଫସି ରହିଛି ଅନେକଙ୍କ ଭବିଷ୍ୟତ। Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।