30 OCTOBER 2026

Welcome!

Unlock your personalized experience.
Sign Up

Southern Odisha in a dire state: ବୁଡ଼ାଇଲା ‘ଅର୍ଣ୍ଣବ’: ଦକ୍ଷିଣ ଓଡ଼ିଶା ବେହାଲ

Oct 30, 2026 - 04:15
Southern Odisha in a dire state: ବୁଡ଼ାଇଲା ‘ଅର୍ଣ୍ଣବ’: ଦକ୍ଷିଣ ଓଡ଼ିଶା ବେହାଲ

ଭୁବନେଶ୍ବର: ଅତିଭୀଷଣ ବାତ୍ୟା ‘ଅର୍ଣ୍ଣବ’ରେ ଦକ୍ଷିଣ ଓଡ଼ିଶା ଉବୁଟୁବୁ ହେଉଛି। ଲଗାଣ ବର୍ଷା ଯୋଗୁଁ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଏବଂ ହଠାତ୍‌ ବନ୍ୟା ଆସିବାରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୟଙ୍କର ପରିସ୍ଥିତି ଉପୁଜିଛି। ପ୍ରାକୃତିକ ବିପର୍ଯ୍ୟୟରେ ଫସିଥିବା ଦକ୍ଷିଣ ଓଡ଼ିଶାବାସୀ ଆଉ ଏକ ବଡ଼ ବର୍ଷାର ସାମନା କରିବାକୁ ଯାଉଛନ୍ତି। ନଭେମ୍ବର ୧ ଓ ୨ରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି। ଘଣ୍ଟାପ୍ରତି ୩୦ରୁ ୪୦ କିମି ଓ ଝଟକା ପବନର ବେଗ ୫୦ କିମି ରହିପାରେ। ତାହାକୁ ନଜରରେ ରଖି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ପରାମର୍ଶ ଦିଆଯାଇଛି।

Health: ଆଜି 'ଆଡପ୍ଟ' ବୈଠକ; ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ ଅନୁଯାୟୀ ଦକ୍ଷିଣ ଛତିଶଗଡ଼ ଓ ଲାଗିରହିଥିବା ଦକ୍ଷିଣ ଓଡ଼ିଶା ଉପରେ ଥିବା ଅବପାତ ସନ୍ଧ୍ୟା ସୁଦ୍ଧା ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପ୍ରଭାବରେ ୩୦ ତାରିଖ ସକାଳ ସୁଦ୍ଧା ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ସହ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ୩୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ ବାଲେଶ୍ବର, ଭଦ୍ରକ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ କିମି ବେଗରେ ପବନ ହୋଇପାରେ। ତେଣୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଥିବାରୁ ସତର୍କତା ମୂଳକ ପଦ‌କ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ଆଜି ସୁନ୍ଦରଗଡ଼, ବରଗଡ଼ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
୩୧ ବେଳକୁ ବଙ୍ଗୋପସାଗରରେ ଅବପାତ
ଆନ୍ଧ୍ରମୁହାଁ ଆଶଙ୍କା, ପୁଣି ଦକ୍ଷିଣରେ ବର୍ଷିବ
ଏବେଠାରୁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Horoscope 2026 October 30: ଜାଣନ୍ତୁ ଆଜିର ରାଶିଫଳ...

ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକ୍ରିୟ ରହିଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ୩୦ ତାରିଖରେ ଏକ ସୁଦୃଶ୍ୟ ଲଘୁଚାପ ‌କ୍ଷେତ୍ର ଓ ୩୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇପାରେ। ଏହାପରେ ଆହୁରି ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି। ପ୍ରଭାବରେ ନଭେମ୍ବର ୧ ବେଳକୁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ଅନୁରୂପ ଭାବେ ୨ ତାରିଖରେ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)