30 OCTOBER 2026

Welcome!

Unlock your personalized experience.
Sign Up

Sambalpur: ବାତ୍ୟା ବେଳେ ଅଚଳ ସମ୍ବଲପୁର ରାଡାର: ଦୁଇଦିନ ହେଲା ଠପ୍‌, ମାନୁଆଲ ତଥ୍ୟ ଭରସା

Oct 30, 2026 - 04:46
Sambalpur: ବାତ୍ୟା ବେଳେ ଅଚଳ ସମ୍ବଲପୁର ରାଡାର: ଦୁଇଦିନ ହେଲା ଠପ୍‌, ମାନୁଆଲ ତଥ୍ୟ ଭରସା

ସମ୍ବଲପୁର: ବାତ୍ୟା ମୁକାବିଲା ପାଇଁ ପାଣିପାଗର ପ୍ରତିଟି ପରିବର୍ତ୍ତନ ଉପରେ ନଜର ରଖିବାର ସବୁଠୁ ଅଧିକ ଆବଶ୍ୟକତା ଥିବାବେଳେ ଅଚଳ ହୋଇପଡ଼ିଛି ସମ୍ବଲପୁରର ଡପ୍‌ଲର ରାଡାର। ବୈଷୟିକ ତ୍ରୁଟି ଯୋଗୁଁ ଗତ ଦୁଇଦିନ ଧରି ଏହା କାମ କରୁନାହିଁ। ତେବେ ରାଡାର ଅଚଳ ଥିଲେ ମଧ୍ୟ ପାଣିପାଗ ନିରୀକ୍ଷଣ ଓ ତଥ୍ୟ ସଂଗ୍ରହ ବନ୍ଦ ହୋଇନାହିଁ। ବର୍ତ୍ତମାନ ପ୍ରତି ଘଣ୍ଟାରେ ମାନୁଆଲ ପଦ୍ଧତିରେ ତଥ୍ୟ ସଂଗ୍ରହ କରି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)କୁ ପଠାଯାଉଛି। ଖୁବ୍‌ଶୀଘ୍ର ବିଶେଷଜ୍ଞ ଦଳ ରାଡାରକୁ କାର୍ଯ୍ୟକ୍ଷମ କରିବେ ବୋଲି ଜଣାପଡ଼ିଛି।

Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ

ଆଇଏମ୍‌ଡିର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ପାରାଦୀପ ରାଡାରରୁ ମିଳୁଥିବା ତଥ୍ୟ ଆଧାରରେ ବର୍ତ୍ତମାନ ପାଣିପାଗ ସ୍ଥିତିର ଆକଳନ କରାଯାଉଛି। ସାଧାରଣ ସମୟରେ ପ୍ରତି ତିନି ଘଣ୍ଟାରେ ପାଣିପାଗ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଭୁବନେଶ୍ୱର କାର୍ଯ୍ୟାଳୟ ମାଧ୍ୟମରେ ଆଇଏମ୍‌ଡିକୁ ପଠାଯାଉଥିଲା। କିନ୍ତୁ ବାତ୍ୟା ପରିସ୍ଥିତିରେ ନିୟମିତ ତଥ୍ୟ ଯୋଗାଣ ନିମନ୍ତେ ପ୍ରତି ଘଣ୍ଟାରେ ଏହି ପ୍ରକ୍ରିୟା ଜାରି ରହିଛି। ସମ୍ବଲପୁର ପାଣିପାଗ କେନ୍ଦ୍ରରେ ତାପମାତ୍ରା, ଆର୍ଦ୍ରତା, ପବନର ଦିଗ ଓ ବେଗ, ବର୍ଷା ପରିମାଣ ଏବଂ ବାଦଲର ସ୍ଥିତି ସମ୍ପର୍କିତ ତଥ୍ୟ ରାଡାର ଓ ସାଇନୋପ୍ଟିକ୍‌ ନିରୀକ୍ଷଣ ପଦ୍ଧତିରେ ସଂଗ୍ରହ କରାଯିବା ପରେ ନିର୍ଦ୍ଧାରିତ କୋଡ୍‌ ମାଧ୍ୟମରେ ଏହି ତଥ୍ୟ ଆଇଏମ୍‌ଡିକୁ ପଠାଯାଏ। ବର୍ତ୍ତମାନ ଏହି କେନ୍ଦ୍ରରେ ପାଣିପାଗ ବିଶେଷଜ୍ଞ ଓ ସହଯୋଗୀ ବୈଜ୍ଞାନିକଙ୍କୁ ମିଶାଇ ମୋଟ ୮ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି।

US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା

ପାଣିପାଗ ଗତିବିଧି ନିରୀକ୍ଷଣ କ୍ଷେତ୍ରରେ ଡପ୍‌ଲର ରାଡାରର ଗୁରୁତ୍ୱ ଯଥେଷ୍ଟ ଅଧିକ। ଏହା ମାଧ୍ୟମରେ ୨୫୦ କିଲୋମିଟର ପରିଧି ମଧ୍ୟରେ ପାଣିପାଗ ସମ୍ପର୍କିତ ନିର୍ଭୁଲ ତଥ୍ୟ ମିଳି ପାରୁଥିବାବେଳେ ୪୫୦ କିଲୋମିଟର ପର୍ଯ୍ୟନ୍ତ ଆନୁମାନିକ ତଥ୍ୟ ମିଳିଥାଏ। ବର୍ଷାର ତୀବ୍ରତା, ବାଦଲର ଗତି ଏବଂ ଝଡ଼ବର୍ଷାର ସ୍ଥିତି ଆକଳନ କରିବାରେ ଏହାର ବିଶେଷ ଭୂମିକା ରହିଛି। ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏହି ରାଡାରର ତଥ୍ୟ ଉପଯୋଗୀ ହୋଇଥାଏ। ଡ. ମହାନ୍ତି କହିଛନ୍ତି, ଉଦ୍‌ଘାଟନ ପରଠାରୁ ସମ୍ବଲପୁର ରାଡାର ଠିକ୍‌ ଭାବରେ କାର୍ଯ୍ୟ କରିଆସିଛି। ତେବେ ବିଭିନ୍ନ ସମୟରେ ଦେଖାଦେଉଥିବା ବୈଷୟିକ ତ୍ରୁଟିର ସମାଧାନ ପାଇଁ କାର୍ଯ୍ୟ ଚାଲିଛି। ଆଗାମୀ ଦିନରେ ଏହାର ଉପଯୋଗିତା ଆହୁରି ବଢ଼ିବ। ସୂଚନାଯୋଗ୍ୟ, ୨୦୧୩ ମସିହାରେ ସମ୍ବଲପୁର ଡପ୍‌ଲର ରାଡାର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ କିଛିଦିନ ପରେ ବନ୍ଦ ହୋଇଯାଇଥିଲା। ଦୀର୍ଘ ବ୍ୟବଧାନ ପରେ ୨୦୨୪ ଡିସେମ୍ବର ୨୨ରେ ପୁଣିଥରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶେଷରେ ୨୦୨୬ ସେପ୍ଟେମ୍ବରରେ ଏହା କାର୍ଯ୍ୟକ୍ଷମ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)