Sonu Nigam Flight Concert: ଯାତ୍ରୀ ଗାଇଲେ ସୋନୁଙ୍କ ଗୀତ, ଆଉ ନିଜକୁ ରୋକିପାରିଲେନି ଗାୟକ! ଫ୍ଲାଇଟ୍‌ରେ ଦେଲେ ଲାଇଭ୍ ପରଫର୍ମାନ୍ସ

Nov 21, 2026 - 15:13
Sonu Nigam Flight Concert: ଯାତ୍ରୀ ଗାଇଲେ ସୋନୁଙ୍କ ଗୀତ, ଆଉ ନିଜକୁ ରୋକିପାରିଲେନି ଗାୟକ! ଫ୍ଲାଇଟ୍‌ରେ ଦେଲେ ଲାଇଭ୍ ପରଫର୍ମାନ୍ସ

ବିମାନରେ ଯାତ୍ରା କରୁଥିଲେ ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ।

ହଠାତ୍ ଫ୍ଲାଇଟ୍ ଭିତରେ ଶୁଭିଲା ତାଙ୍କର ସୁପରହିଟ୍ ଗୀତ।

ତାହା ପୁଣି ଯାତ୍ରୀଙ୍କ କଣ୍ଠରୁ!

ନିଜ ଗୀତ ଅନ୍ୟମାନଙ୍କ ମୁହଁରେ ଶୁଣି ସୋନୁ ନିଗମ ଭାବବିହ୍ୱଳ ହୋଇଗଲେ।

ଯାତ୍ରୀଙ୍କ ଏହି ନିଆରା ସରପ୍ରାଇଜ୍‌ର ଜବାବରେ ସୋନୁ ମଧ୍ୟ ଆରମ୍ଭ କରିଦେଲେ ନିଜର ଲାଇଭ୍ ପରଫର୍ମାନ୍ସ।

ଆଉ ତା'ପରେ ପୂରା ବିମାନ ପାଲଟିଗଲା ମ୍ୟୁଜିକ୍ କନସର୍ଟର ମଞ୍ଚ।

ଏହି ମନଛୁଆଁ ଘଟଣାର ଭିଡିଓ ଏବେ ଇଣ୍ଟରନେଟ୍‌ରେ ଖୁବ୍ ଭାଇରାଲ ହେଉଛି।

Advertisment ଘଟଣାଟି ଏପରି ଯେ, ଫ୍ଲାଇଟ୍‌ରେ ଯାତ୍ରା କରୁଥିବା କିଛି ଯାତ୍ରୀ ହଠାତ୍ ସୋନୁଙ୍କ ଲୋକପ୍ରିୟ ଗୀତ 'କଲ୍ ହୋ ନା ହୋ' ଏବଂ 'ମୈଁ ଅଗର କହୁଁ' ଗାଇବା ଆରମ୍ଭ କରିଥିଲେ।

ନିଜର ପ୍ରିୟ ଗାୟକଙ୍କ ସାମ୍ନାରେ ତାଙ୍କ ଗୀତ ଗାଇ ଯାତ୍ରୀମାନେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ।

ଏହି ଅପ୍ରତ୍ୟାଶିତ ଭଲପାଇବା ଦେଖି ସୋନୁ ମଧ୍ୟ ନିଜ ଫୋନ୍‌ରେ ଏହି ମୁହୂର୍ତ୍ତକୁ କଏଦ କରିଥିଲେ।

ଯାତ୍ରୀଙ୍କ ଭଲପାଇବାରେ ଭାବବିହ୍ୱଳ ସୋନୁ ଏହି ସ୍ୱତନ୍ତ୍ର ମୁହୂର୍ତ୍ତରେ ସୋନୁ ନିଗମ ଯାତ୍ରୀଙ୍କ ଗୀତ ଗାଇବାର ଭିଡିଓ ରେକର୍ଡ କରିବା ସହ ଫ୍ରଣ୍ଟ କ୍ୟାମେରାରେ ନିଜର ପ୍ରତିକ୍ରିୟା ମଧ୍ୟ ରେକର୍ଡ କରିଥିଲେ।

ଅନ୍ୟପଟେ ଯାତ୍ରୀମାନେ ମଧ୍ୟ ନିଜ ନିଜ ମୋବାଇଲ୍‌ରେ ସୋନୁଙ୍କ ଭିଡିଓ କରିଥିଲେ।

Advertisment ଫ୍ଲାଇଟ୍ ଲ୍ୟାଣ୍ଡ କରିବା ପରେ ସୋନୁ ଏହି ଘଟଣାର ଆଉ ଏକ ଝଲକ ସେୟାର କରିଥିଲେ।

ସେ କହିଥିଲେ ଯେ, ସିଟ୍ ବେଲ୍ଟ ସାଇନ୍ ବନ୍ଦ ହେବା ପରେ ମଧ୍ୟ ଯାତ୍ରୀମାନେ ନିଜ ନିଜ ସିଟ୍‌ରେ ବସି ତାଙ୍କ ଗୀତ ଶୁଣିବାକୁ ଅପେକ୍ଷା କରିଥିଲେ।

ଏହି ଭିଡିଓ ସହ ସୋନୁ ଲେଖିଥିଲେ, “ସ୍ୱପ୍ନରେ ହିଁ ମିଳିପାରୁଥିବା ଏଭଳି ଭଲପାଇବା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ।” ପ୍ରଶଂସକଙ୍କ ଏହି ଭଲପାଇବା ତାଙ୍କୁ କେତେ ଖୁସି କରିଛି, ତାହା ତାଙ୍କ ଭିଡିଓରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।

ଫ୍ଲାଇଟ୍‌ରେ ଗୁଞ୍ଜରିଲା ସୋନୁଙ୍କ ସୁପରହିଟ୍ ଗୀତ ଯାତ୍ରୀଙ୍କ ଏଭଳି ଭଲପାଇବାରେ ଖୁସି ହୋଇ ସୋନୁ ମଧ୍ୟ ସେମାନଙ୍କ ପାଇଁ ଏକ ଛୋଟ ଲାଇଭ୍ କନସର୍ଟ କରିଥିଲେ।

'କିସକା ହୈ ତୁମକୋ ଇନ୍ତଜାର, ମୈଁ ହୁଁ ନା', 'ତୁଝେ ଲଗେ ନା ନଜରିୟା' ଏବଂ 'କଲ୍ ହୋ ନା ହୋ' ଭଳି ଲୋକପ୍ରିୟ ଗୀତ ଗାଇ ସମସ୍ତଙ୍କ ମନ ଜିଣି ନେଇଥିଲେ।

ହଠାତ୍ ଏଭଳି ଲାଇଭ୍ ପରଫର୍ମାନ୍ସ ମିଳିବା ପରେ ଯାତ୍ରୀମାନଙ୍କ ଖୁସି କହିଲେ ନସରେ।

ପ୍ରାୟ ଚାରି ଦଶନ୍ଧି ଧରି ଭାରତୀୟ ସଙ୍ଗୀତ ଜଗତରେ ସକ୍ରିୟ ଅଛନ୍ତି ସୋନୁ ନିଗମ।

ହିନ୍ଦୀ ସମେତ ବିଭିନ୍ନ ଭାଷାରେ ୧୦୦୦ରୁ ଅଧିକ ଗୀତ ଗାଇ ସେ ଦେଶର ଅନ୍ୟତମ ଲୋକପ୍ରିୟ ଗାୟକ ଭାବେ ପରିଚିତ ହୋଇଛନ୍ତି।

ନୂଆ ପ୍ରୋଜେକ୍ଟକୁ ନେଇ ମଧ୍ୟ ଚର୍ଚ୍ଚାରେ ସଙ୍ଗୀତ ଦୁନିଆରେ ନିଜର ଯାଦୁ ଜାରି ରଖିଥିବା ସୋନୁ ନିଗମଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ 'ସୋନୁଭର୍ସ' ରହିଛି।

ଏହା ୧୨ ଡିସେମ୍ବର ୨୦୨୬ରେ ମୁମ୍ବାଇରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

ଏହାସହ 'ଦି ରେଭୋଲ୍ୟୁସନ୍ ଟୁର୍ ୨୦୨୬'ରେ ମଧ୍ୟ ସେ ନଜର ଆସିବେ।

ସେହିପରି ସଲିମ୍-ସୁଲେମାନଙ୍କ 'ଭୂମି ୨୦୨୬' ପ୍ରୋଜେକ୍ଟରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି।

ଏଥିରେ 'ପାଗଲ୍' ଗୀତ ସାମିଲ ରହିଛି।

ନୂଆ କଳାକାରଙ୍କୁ ସୁଯୋଗ ଓ ମଞ୍ଚ ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା 'ଆଇ ବିଲିଭ୍ ୟୋର୍ ମ୍ୟୁଜିକ୍' ପଦକ୍ଷେପ ସହ ମଧ୍ୟ ସେ ଜଡ଼ିତ ଅଛନ୍ତି।

ତେବେ ଫ୍ଲାଇଟ୍‌ରେ ଘଟିଥିବା ଏହି ଘଟଣା ଦର୍ଶାଇଛି ଯେ, ଜଣେ କଳାକାରଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ଭଲପାଇବା କେତେ ମୂଲ୍ୟବାନ।

ଆଉ ଯେତେବେଳେ ନିଜ ପ୍ରିୟ ଗାୟକଙ୍କଠାରୁ ସିଧାସଳଖ ଲାଇଭ୍ ଗୀତ ଶୁଣିବାକୁ ମିଳେ, ସେତେବେଳେ ସେହି ଯାତ୍ରା ନିଶ୍ଚିତ ଭାବେ ଅଭୁଲା ହୋଇଯାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)