Snake: ସାପକୁ କାମୁଡିବା ପରେ ମଧ୍ୟ କାହିଁକି ମରେ ନାହିଁ ନେଉଳ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

Oct 23, 2026 - 17:13
Snake: ସାପକୁ କାମୁଡିବା ପରେ ମଧ୍ୟ କାହିଁକି ମରେ ନାହିଁ ନେଉଳ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଭୁବନେଶ୍ୱର: ସାପ ଏବଂ ନେଉଳ ର ଶତ୍ରୁତା ସମ୍ପର୍କରେ ଆପଣ ନିଶ୍ଚୟ ଜାଣିଥିବେ।

କିନ୍ତୁ କେବେ ଆପଣ ଭାବିଛନ୍ତି କି, ଏକ ବିଷାକ୍ତ ସାପକୁ ମାରି ଖାଇବା ପରେ ମଧ୍ୟ ନେଉଳର କିଛି ହୁଏ ନାହିଁ ଏବଂ ସେ କାହିଁକି ମରେ ନାହିଁ?

ଏହା ପଛରେ ରହିଛି ଏକ ରୋଚକ ବୈଜ୍ଞାନିକ ସତ୍ୟ।

Advertisment ଜେନେଟିକ ପରିବର୍ତ୍ତନ ଏବଂ ରିସେପ୍ଟର: ସାପର ବିଷରେ ନ୍ୟୁରୋଟକ୍ସିନ୍ ଥାଏ, ଯାହା ଶରୀରର ମାଂସପେଶୀ ଏବଂ ସ୍ନାୟୁର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିଥାଏ।

କିନ୍ତୁ ନେଉଳର ଶରୀରରେ ନିକୋଟିନିକ୍ ଏସିଟାଇଲକୋଲିନ୍ ରିସେପ୍ଟରର ଗଠନ ଅଲଗା ପ୍ରକାରର ହୋଇଥାଏ।

ଏହି ଜେନେଟିକ ପରିବର୍ତ୍ତନ କାରଣରୁ ସାପର ବିଷ ସେମାନଙ୍କ ଉପରେ ପ୍ରଭାବ ପକାଇ ପାରେ ନାହିଁ।

ସାପର ବିଷ ମୁଖ୍ୟତଃ ପ୍ରୋଟିନ୍ ଏବଂ ଏଞ୍ଜାଇମ ଦ୍ୱାରା ଗଠିତ।

ଯେତେବେଳେ ନେଉଳ ସାପକୁ ଖାଏ, ସେତେବେଳେ ବିଷ ସିଧାସଳଖ ରକ୍ତରେ ମିଶିବା ପରିବର୍ତ୍ତେ ପାଚନ ପ୍ରଣାଳୀକୁ ଚାଲିଯାଏ ଏବଂ ପାଚକ ରସ ଦ୍ୱାରା ଏହା ନଷ୍ଟ ହୋଇଯାଇଥାଏ।

ତେବେ ଶରୀରରେ କୌଣସି କ୍ଷତ କିମ୍ବା ଘାଆ ଥିଲେ ଏହା ବିପଜ୍ଜନକ ହୋଇପାରେ।

ଆହୁରି ପଢନ୍ତୁ: Indian Railways: ରେଳବାଇର ନୂଆ ପରୀକ୍ଷଣ: ଏକାଠି ଚାଲିପାରେ ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍, ରେଳବୋର୍ଡର ମଞ୍ଜୁରିକୁ ଅପେକ୍ଷା ଶାରୀରିକ ଗଠନ ଏବଂ ଚତୁରତା: ନେଉଳର ଲୋମଗୁଡ଼ିକ ଅତ୍ୟନ୍ତ ଘନ ଓ ଶକ୍ତ ହୋଇଥିବାରୁ ଏହା ସାପର ଦାନ୍ତକୁ ସହଜରେ ଭେଦିବାକୁ ଦିଏ ନାହିଁ।

ଏହାଛଡ଼ା, ସେମାନଙ୍କର ଅଧିକ ଫୁର୍ତିଲା ସ୍ୱଭାବ ସାପର ଆକ୍ରମଣରୁ ସେମାନଙ୍କୁ ରକ୍ଷା କରିବାରେ ସହାୟତା କରିଥାଏ।

ତେବେ କିିଙ୍ଗ୍ କୋବ୍ରା ପରି ଅତ୍ୟଧିକ ବିଷାକ୍ତ ଏବଂ ବଡ଼ ସାପଗୁଡ଼ିକର ବିଷ ମାତ୍ରା ଅଧିକ ଥିବାରୁ ଏହା ନେଉଳ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)