Smoke Detected in MEMU Train ବାଦାମପାହାଡ଼-ଟାଟାନଗର ମେମୁ ଟ୍ରେନରୁ ଧୂଆଁ
ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ଆଜି (ଗୁରୁବାର) ଭୋରରେ ବାଦାମପାହାଡ଼-ଟାଟାନଗର ମେମୁ ଟ୍ରେନ୍ (ନଂ ୨୩୮୩୩୬)ର ଏକ ବଗିରୁ ଧୂଆଁ ବାହାରିଥିଲା।
ତେବେ ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ଏକ ବଡ଼ଧରଣର ଅଘଟଣରୁ ରକ୍ଷା ମିଳିଥିବା କୁହାଯାଉଛି।
Advertisment Power bank explosion: ପାୱାର ବ୍ୟାଙ୍କ ବିସ୍ଫୋରଣରୁ ଟ୍ରେନ୍ରେ ନିଆଁ: ୧୫ ମିନିଟ୍ ଅଟକିଲା ମୁମ୍ବାଇ-ହାୱଡ଼ା ମେଲ୍ ସୂଚନା ଅନୁଯାୟୀ ଭୋର ୪ଟାରେ ଟାଟାନଗରରୁ ବାହାରିଥିବା ଟ୍ରେନଟି ଫେରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବହଳଦା ରୋଡ୍ ପରବର୍ତ୍ତୀ ଶିଧିରସାଇ ହଲ୍ଟ ନିକଟରେ ଟ୍ରେନର ଏକ ବଗିର ଚକାରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା।
ଲୋକ ପାଇଲଟ୍ ଏହା ଦେଖି ତୁରନ୍ତ ଟ୍ରେନ୍କୁ ଅଟକାଇଥିଲେ।
ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଓହ୍ଲାଇ ପଡିଥିଲେ।
ଇଟାୱାରେ ଟ୍ରେନ୍ରେ ନିଆଁ ଲାଗି ୨୧ ଆହତ ପ୍ରାଥମିକ ତଦନ୍ତରୁ ବ୍ରେକ୍ ବାଇଣ୍ଡିଂ / ବ୍ରେକ୍ ଜାମ୍ ହୋଇ ଏହି ଧୂଆଁ ବାହାରି ନିଆଁ ଲାଗିଥିବା ଜଣାପଡିଛି।
ଦୀର୍ଘ ସମୟ ଧରି ଟ୍ରେନଟି ସେଠାରେ ଅଟକି ରହିବା ପରେ ଯାନ୍ତ୍ରିକ ତ୍ରୁଟି ସହାୟତାରେ ମରାମତି କରାଯାଇ ପୁଣି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
