Smartphone prices: ସ୍ମାର୍ଟଫୋନ୍‌ ମୂଲ୍ୟ‌ରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା

Nov 05, 2026 - 19:20
Smartphone prices: ସ୍ମାର୍ଟଫୋନ୍‌ ମୂଲ୍ୟ‌ରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ଦାମ୍‌ ଆହୁରି ବଢ଼ିବାକୁ ଯାଉଛି।

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଗୁରୁତ୍ବ ଓ ମେ‌ମୋରି ଚିପ୍‌ ଦରବୃଦ୍ଧି ପ୍ରଭାବରେ ଆଗାମୀ ଦିନରେ ସ୍ମାର୍ଟଫୋନ୍‌ ମୂଲ୍ୟ‌ରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଜେଫେରିଜ୍‌ ପକ୍ଷରୁ କୁହାଯାଇଛି।

ଚିନ୍ତାର ବିଷୟ ହେଉଛି ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ଆଣ୍ଡ୍ରଏଡ୍‌ ଫୋନଗୁଡ଼ିକର ଦରରେ ସେହି ବୃଦ୍ଧି ହେବ।

ତେଣୁ ଗ୍ରାହକମାନେ ନିଜ କ୍ରୟ ନିଷ୍ପତ୍ତି ବଦଳାଇବା କିମ୍ବା ସେକେଣ୍ଡ ହାଣ୍ଡ (ବ୍ୟବହୃତ ହୋଇଥିବା) ସ୍ମାର୍ଟଫୋନ୍‌ କିଣିବା ଉପରେ ବିଚାର କରିପାରନ୍ତି ବୋଲି ଏହା ନିଜ ରିପୋର୍ଟରେ କହିଛି।

Advertisment ‌ଜେଫେରିଜ୍‌ ରିପୋର୍ଟ ଅନୁସାରେ ମୋମୋରି ଚିପ୍‌ ଦରରେ ତିନି ଗୁଣା ବୃଦ୍ଧି ହେବାକୁ ଯାଉଛି।

୨୦୨୫ରେ ମେମୋରି ଦାମ୍‌ ୨୦ ଡଲାର ଥିଲା।

ସେହି ଦର ୬୫ ଡଲାର ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା ରହିଛି।

ଏହି ଦରବୃଦ୍ଧି ସୁଲଭ ମୂଲ୍ୟର ଫୋନ୍‌ ବର୍ଗକୁ ସର୍ବାଧିକ ପ୍ରଭାବିତ କରିବ।

ବିଶେଷ କରି ୨୦ ହଜାର ଟଙ୍କାରୁ କମ୍‌ ଦାମ୍‌ର ଫୋନ୍‌ ଦର ଅଧିକ ବଢ଼ିବ।

କାରଣ ଏହି ଫୋନ୍‌ ତିଆରି କରିବାର ୬୦ ପ୍ରତିଶତ ଖର୍ଚ୍ଚ କେବଳ ମେମୋରି କ୍ରୟରେ କରାଯାଉଛି।

ଏଭଳି ଖର୍ଚ୍ଚବୃଦ୍ଧି କମ୍ପାନିଗୁଡ଼ିକୁ ଏକ ଅଡ଼ୁଆ ପରିସ୍ଥିତିରେ ପକାଇଛି।

ସେମାନଙ୍କ ପାଖରେ ଫୋନ୍‌ ଦର ବଢ଼ାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ସ୍କୁଲ୍‌ ପିଲାଙ୍କ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ରୋକ୍‌ ଲଗାଇଲେ କୋର୍ଟ ଦରବୃଦ୍ଧି ପାଇଁ ସ୍ମାର୍ଟଫୋନ ବିକ୍ରି ହ୍ରାସ ପାଇବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

୨୦୨୬ରେ ପ୍ରାୟ ୧୦୬ କୋଟିରୁ ଅଧିକ ସ୍ମାର୍ଟଫୋନ ବିକ୍ରି ପାଇଁ ଡିଲର ଓ ବିଭିନ୍ନ ବିକ୍ରିର ମାଧ୍ୟମ ନିକଟକୁ ପଠାଯାଇଥିଲା।

୨୦୨୭ରେ ସେହି ସଂଖ୍ୟା ୯୧.୧ କୋଟିକୁ ଖସିଯିବାର ଆଶଙ୍କା ରହିଛି।

୨୦୨୫ରେ ସାରା ବିଶ୍ବରେ ବିକ୍ରି ହୋଇଥିବା ସ୍ମାର୍ଟଫୋନର ୪୨% ଥିଲା ସୁଲଭ ଦରର ଫୋନ୍‌।

ସେହି ହାର ୨୦୨୬ରେ ୨୪% ଭଳି ନିମ୍ନ ସ୍ତରକୁ ଖସିଯିବା ଆଶଙ୍କା କରାଯାଉଛି।

ଏହି ସମୟରେ ମୋଟ୍‌ ବିକ୍ରିକୁ ୫୫ ହଜାର ଟଙ୍କାରୁ ଅଧିକ ଦାମ୍‌ର ଫୋନ୍‌ର ଅବଦାନ ୨୯%ରୁ ବଢ଼ି ୩୮% ହୋଇଯିବ‌ ବୋଲି ରିପୋର୍ଟରେ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)