07 NOVEMBER 2026

Welcome!

Unlock your personalized experience.
Sign Up

SIR: ଭୋଟର ତାଲିକାର ଏସ୍‌ଆଇଆର୍‌ ନାମରେ ଲକ୍ଷ ଲକ୍ଷ ଲୋକଙ୍କ ନାଁ କଟାଯାଉଛି: ରାହୁଲ

Nov 06, 2026 - 16:57
SIR: ଭୋଟର ତାଲିକାର ଏସ୍‌ଆଇଆର୍‌ ନାମରେ ଲକ୍ଷ ଲକ୍ଷ ଲୋକଙ୍କ ନାଁ କଟାଯାଉଛି: ରାହୁଲ

ନୂଆଦିଲ୍ଲୀ: ଭୋଟର ପରିଚୟପତ୍ରକୁ ସରକାରୀ ଜନକଲ୍ୟାଣ ଯୋଜନାର ଲାଭ ପାଇବାର ମାଧ୍ୟମ କରିବାକୁ ନେଇ ରାଜନୈତିକ ବିବାଦ ତେଜିଛି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ନେଇ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତୀବ୍ର ଆପତ୍ତି ଉଠାଇଛନ୍ତି। ଏହାକୁ କେବଳ ଭୋଟ ଚୋରି ନୁହେଁ, ବରଂ ଗରିବ ଲୋକଙ୍କ ଅଧିକାର ଛଡ଼ାଇ ନେବାର ଉଦ୍ୟମ ବୋଲି ସେ କହିଛନ୍ତି।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଘୋଷଣା କରିଥିଲେ ଯେ, ପଞ୍ଚାୟତିରାଜ ମନ୍ତ୍ରଣାଳୟର ବିଭିନ୍ନ ଆର୍ଥିକ ସହାୟତା ଓ ଜନକଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ଏଣିକି ଆଧାର ବଦଳରେ ଭୋଟର ପରିଚୟପତ୍ର ନମ୍ବର ଦେବାକୁ ପଡ଼ିବ। ଏଥିସହ ବାୟୋମେଟ୍ରିକ୍ ଯାଞ୍ଚ ମଧ୍ୟ ବାଧ୍ୟତାମୂଳକ ହେବ।

ଏହି ଘୋଷଣାକୁ ନେଇ ଶୁକ୍ରବାର ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଲକ୍ଷ ଲକ୍ଷ ଲୋକଙ୍କ ନାଁ କଟାଯାଉଛି। ଏହାଦ୍ୱାରା ଲୋକଙ୍କ ମତଦାନ ଅଧିକାର ସହ ସରକାରୀ ସହାୟତା ପାଇବାର ଅଧିକାର ମଧ୍ୟ ବିପଦରେ ପଡ଼ିପାରେ।

ରାଜନୈତିକ ବିବାଦ: ଝାରସୁଗୁଡ଼ାରେ ଫିକାପଡ଼ିବ ରାବଣ ପୋଡ଼ି, ଏହି ସ୍ଥାନକୁ ଅନୁମତି ଦେଲାନି ପ୍ରଶାସନ

ଆଗକୁ ରାସନ, ବାର୍ଦ୍ଧକ୍ୟ ଭତ୍ତା, ମନରେଗା, ଆବାସ ଯୋଜନା, ଛାତ୍ରବୃତ୍ତି ଓ ସଂରକ୍ଷଣ ପାଇଁ ମଧ୍ୟ ଭୋଟର ପରିଚୟପତ୍ର ଜରୁରୀ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ନିର୍ବାଚନ ଆୟୋଗର ନିରପେକ୍ଷତା ଉପରେ ମଧ୍ୟ ରାହୁଲ ପ୍ରଶ୍ନ ଉଠାଇଛନ୍ତି। ତେବେ ଭୋଟର ତାଲିକାରୁ ନାଁ କଟିବା ଓ ସରକାରୀ ଯୋଜନାରୁ ବଞ୍ଚିତ ହେବା ମଧ୍ୟରେ ସମ୍ପର୍କ ସୃଷ୍ଟି ହେବା ନେଇ ତାଙ୍କ ଚେତାବନୀ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମତଦାନ ଏକ ନାଗରିକ ଅଧିକାର, ସରକାରୀ ସହାୟତା ପାଇବାର ସର୍ତ୍ତ ନୁହେଁ ବୋଲି ରାହୁଲ ସ୍ପଷ୍ଟ କରିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)